TMKOC Actor Missing: ୨୧ ଦିନ ହେଲାଣି ନିଖୋଜ ଏହି ଅଭିନେତା, ଦିଲ୍ଲୀଠୁ ମୁମ୍ବାଇ ସବୁ ହଲଚଲ୍
Advertisement
Article Detail0/zeeodisha/odisha2244091

TMKOC Actor Missing: ୨୧ ଦିନ ହେଲାଣି ନିଖୋଜ ଏହି ଅଭିନେତା, ଦିଲ୍ଲୀଠୁ ମୁମ୍ବାଇ ସବୁ ହଲଚଲ୍

TMKOC Actor Missing: ଗୁରୁଚରଣ ମାମଲାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ଆମ ସେଟ୍ ପରିଦର୍ଶନ କରିଥିଲେ। ସେମାନେ ନିଶ୍ଚିତ ହୋଇ ଫେରିଗଲେ ଯେ ଆମ ପକ୍ଷରୁ ଗୁରୁଚରଣ ସିଂଙ୍କ ପ୍ରତି କୌଣସି ପେମେଣ୍ଟ ବାକି ନାହିଁ। ତାଙ୍କ ମଙ୍ଗଳ ପାଇଁ ଆମେ ପ୍ରାର୍ଥନା ଜାରି ରଖିବୁ ଏବଂ ଆଶା କରୁଛୁ ସେ ଶୀଘ୍ର ମିଳିଯିବେ। 

 

TMKOC Actor Missing: ୨୧ ଦିନ ହେଲାଣି ନିଖୋଜ ଏହି ଅଭିନେତା, ଦିଲ୍ଲୀଠୁ ମୁମ୍ବାଇ ସବୁ ହଲଚଲ୍

TMKOC Actor Missing: ଟେଲିଭିଜନ ଦୁନିଆର ସବୁଠାରୁ ହାସ୍ୟ ଧାରାବାହିକ 'ତାରାକ୍ ମେହେଟ୍ଟା କା ଉଲଟା ଚଷମା'ରେ ରୋଶନ ସୋଡିଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଗୁରୁଚରଣ ସିଂ  ଦୀର୍ଘ ୨୧ ଦିନ ହେବ ନିଖୋଜ ଅଛନ୍ତି। ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରି ଅଭିନେତାଙ୍କୁ ଖୋଜିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ପ୍ରକାଶ ପାଇଛି ଯେ ମୁମ୍ବାଇର ଫିଲ୍ମ ସିଟିରେ ଥିବା 'ତାରାକ୍ ମେହେଟ୍ଟା କା ଉଲଟା ଚଷମା'ର ସେଟ୍ (Taarak Mehta Ka Ooltah Chashmah) ପରିଦର୍ଶନ କରି ଅନ୍ୟ କଳାକାରଙ୍କୁ ପଚରାଉଚରା କରିଛି ପୋଲିସ।ଏକ ଜାତୀୟ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଗୁରୁଚରଣଙ୍କ ନିଖୋଜ ମାମଲାର ଯାଞ୍ଚ ପାଇଁ ଦିଲ୍ଲୀ ପୋଲିସ୍ ଅଧିକାରୀଙ୍କ ଏକ ଟିମ୍ ସୋ’ର ସେଟ୍ ପରିଦର୍ଶନ କରିଛନ୍ତି।

ଦିଲ୍ଲୀ ପୋଲିସ ଟିମ୍ ଗୁରୁଚରଣ ସିଂଙ୍କ ପୂର୍ବତନ ସହ-ତାରକାଙ୍କୁ ପଚରାଉଚରା କରି ସେ କେଉଁଠାରେ ଅଛନ୍ତି ତାହା ଜାଣିବାକୁ ଚେଷ୍ଟା କରିଥିଲେ। ଶୋ’ର ପ୍ରଡକସନ୍ ସହିତ ଜଡିତ ଏକ ଉତ୍ସ କହିଛି ଯେ, “ଏହି ସପ୍ତାହରେ ଦିଲ୍ଲୀ ପୋଲିସର ଏକ ଟିମ୍ ଆମ ସେଟକୁ ଆସିଥିଲେ। ଗୁରୁଚରଣ ସିଂଙ୍କ ସହ ଯୋଗାଯୋଗ କରୁଥିବା ସେହି ଅଭିନେତାମାନଙ୍କ ସହ କଥା ହୋଇଥିଲେ। ସମସ୍ତେ ପୋଲିସ ସହ ଭଲ ସହଯୋଗ କରିଛନ୍ତି। ”

fallback

ସେହିପରି ଏହା ବ୍ୟତୀତ ଗୁରୁଚରଣ ସିଂଙ୍କ (Gurucharan Singh Aka Sodhi)ପ୍ରଡକ୍ସନ୍ ହାଉସ୍ ଦ୍ୱାରା ଦେୟ ସମ୍ପର୍କିତ କିଛି ଗୁଜବ ଥିଲା। କିନ୍ତୁ, ବହୁ ପୂର୍ବରୁ ସେମାନଙ୍କୁ ଦରମା ଦିଆଯାଇଥିବା ପୋଲିସ ଜାଣିବାକୁ ପାଇଛି। ଏହି ସମୟରେ ନୀଲା ଫିଲ୍ମସ ପ୍ରଡକ୍ସନ୍ ମୁଖ୍ୟ ସୋହିଲ ରମାନି ମଧ୍ୟ ନିଶ୍ଚିତ କରିଛନ୍ତି, ଯେ “ଗୁରୁଚରଣ ମାମଲାର ତଦନ୍ତ ପାଇଁ ଦିଲ୍ଲୀ ପୋଲିସ ଆମ ସେଟ୍ ପରିଦର୍ଶନ କରିଥିଲେ। ସେମାନେ ନିଶ୍ଚିତ ହୋଇ ଫେରିଗଲେ ଯେ ଆମ ପକ୍ଷରୁ ଗୁରୁଚରଣ ସିଂଙ୍କ ପ୍ରତି କୌଣସି ପେମେଣ୍ଟ ବାକି ନାହିଁ। ତାଙ୍କ ମଙ୍ଗଳ ପାଇଁ ଆମେ ପ୍ରାର୍ଥନା ଜାରି ରଖିବୁ ଏବଂ ଆଶା କରୁଛୁ ସେ ଶୀଘ୍ର ମିଳିଯିବେ। ”

ଗୁରୁଚରଣ ସିଂଙ୍କୁ ଶେଷ ଥର ପାଇଁ ୨୨ ଏପ୍ରିଲ ୨୦୨୪ ରେ ଦେଖିବାକୁ ପାଇଥିଲେ ସହକର୍ମୀ। ଚାରି ଦିନ ପରେ ତାଙ୍କ ବାପା ଏକ ନିଖୋଜ ଅଭିଯୋଗ ଦାଖଲ କରି କହିଥିଲେ, “ମୋ ପୁଅ ଗୁରୁଚରଣ ସିଂ, ବୟସ:୫୦ବର୍ଷ, ଏପ୍ରିଲ୍ ୨୨ରୁ ସକାଳ ୮ଟା ୩୦ ସମୟରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ। ସେ ବିମାନ ଧରିବାକୁ ବିମାନବନ୍ଦରକୁ ଯାଇଥିଲେ। ସେ ମୁମ୍ବାଇରେ ପହଞ୍ଚି ନାହାଁନ୍ତି କିମ୍ବା ଘରକୁ ଫେରି ନାହାଁନ୍ତି ଏବଂ ତାଙ୍କ ଫୋନ୍ ମଧ୍ୟ ସୁଇଚ୍ ଅଫ ରହିଅଛି । ତେ ସେ ମାନସିକ ସ୍ତରରେ ସ୍ଥିର ଅଛନ୍ତି ଏବଂ ଆମେ ତାଙ୍କୁ ଖୋଜୁଥିଲୁ କିନ୍ତୁ ବର୍ତ୍ତମାନ ସେ ନିଖୋଜ ଅଛନ୍ତି ବୋଲି ଅଭିନେତାଙ୍କ ବାପା କହିଛନ୍ତି।  ହେଲେ ପୋଲିସର ତଦନ୍ତରୁ ଜଣାପଡିଛି ଗୁରୁଚରଣ ପାଖାପାଖି ୧୦ ଟି ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରୁଥିଲେ। ଏନେଇ ଅନ୍ୟକୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। 

Also Read: PPF Investment: ଇନଭେଷ୍ଟମେଣ୍ଟ ଡବଲ୍ କରିବାକୁ ଚାହୁଁଛନ୍ତି କି, ଜାଣନ୍ତୁ PPF ର ଏହି ଜବରଦସ୍ତ ଟ୍ରିକ୍

Also Read: Guru Gochar 2024: ବୃଷ ରାଶିରେ ଗୁରୁ ଗୋଚର, ଏହି ୫ ରାଶିଙ୍କ ପାଇଁ ଆସୁଛି ଖରାପ ସମୟ !