Irregular Menstruations: ଘାତକ ସାଜିପାରେ ଋତୁସ୍ରାବ ଅନିୟମିତତା, ଜାଣନ୍ତୁ ଏହାର ମୁଖ୍ୟ କାରଣ ଏବଂ ନିରାକରଣ
Advertisement
Article Detail0/zeeodisha/odisha1387360

Irregular Menstruations: ଘାତକ ସାଜିପାରେ ଋତୁସ୍ରାବ ଅନିୟମିତତା, ଜାଣନ୍ତୁ ଏହାର ମୁଖ୍ୟ କାରଣ ଏବଂ ନିରାକରଣ

Irregular periods ବର୍ତ୍ତମାନ ସମୟରେ ମହିଳାମାନଙ୍କର ପିରିୟଡସ୍ ବା ଋତୁସ୍ରାବ ସମସ୍ୟା ସାଧାରଣ ହୋଇଯାଇଛି ।  ମହିଳାମାନେ ପ୍ରତିମାସ ପିରିୟଡସ୍ ଜନିତି ସମସ୍ୟାକୁ ସାମ୍ନା କରିଥାନ୍ତି । କିନ୍ତୁ ଏହି ସମସ୍ୟାକୁ ଅଣଦେଖା କରିବା ଘାତକ ସାବ୍ୟସ୍ତ ହୋଇପାରେ । ଏହି ସମସ୍ୟା ହର୍ମୋନାଲ ପରିବର୍ତ୍ତନ କାରଣରୁ ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ ଓ

Irregular Menstruations: ଘାତକ ସାଜିପାରେ ଋତୁସ୍ରାବ ଅନିୟମିତତା, ଜାଣନ୍ତୁ ଏହାର ମୁଖ୍ୟ କାରଣ ଏବଂ ନିରାକରଣ

Irregular periods ବର୍ତ୍ତମାନ ସମୟରେ ମହିଳାମାନଙ୍କର ପିରିୟଡସ୍ ବା ଋତୁସ୍ରାବ ସମସ୍ୟା ସାଧାରଣ ହୋଇଯାଇଛି ।  ମହିଳାମାନେ ପ୍ରତିମାସ ପିରିୟଡସ୍ ଜନିତି ସମସ୍ୟାକୁ ସାମ୍ନା କରିଥାନ୍ତି । କିନ୍ତୁ ଏହି ସମସ୍ୟାକୁ ଅଣଦେଖା କରିବା ଘାତକ ସାବ୍ୟସ୍ତ ହୋଇପାରେ । ଏହି ସମସ୍ୟା ହର୍ମୋନାଲ ପରିବର୍ତ୍ତନ କାରଣରୁ ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ ଓ ନିରାକରଣ ବିଷୟରେ... 

ଋତୁସ୍ରାବ ସମୟରେ ଅନେକ ସମସ୍ୟା ଦେଖା ଦେଇଥାଏ। ଯେମିତି ପେଟ କାଟିବା, ଥକାପଣ, ମୁଣ୍ଡ ବୁଲେଇବା, ଦେହହାତ ବ୍ୟଥା ଓ ଅଣ୍ଟା ବିନ୍ଧିବା ଭଳି ବିଭିନ୍ନ ପ୍ରକାର ସମସ୍ୟା । ଯେଉଁ ମହିଳାମାନଙ୍କର ୨୨ କିମ୍ବା ୨୩ ଦିନରେ ପିରିୟଡସ୍ ହୁଏ, ତାହାକୁ ଜଲଦି ହୋଇଗଲା ବୋଲି କୁହାଯାଏ । ଯଦି ୨୧ ଦିନ କି ତାହାଠୁ କମ ସମୟ ମଧ୍ୟରେ ହୋଇଯାଏ, ତାହାକୁ ଋତୁସ୍ରାବର ଅନିୟମିତତା ବୋଲି କୁହାଯାଏ । ଆଉ ଯଦି ୮ ଦିନରୁ ଅଧିକ ସମୟ ଧରି ପିରିୟଡସ୍ ହୁଏ ତେବେ ତାହାକୁ ମଧ୍ୟ ଋତୁସ୍ରାବ ସମସ୍ୟା ବୋଲି କୁହାଯାଏ । ମନସିକ ଦୁଶ୍ଚିନ୍ତା, ଅସ୍ୱାସ୍ଥ୍ୟକର ଖାଦ୍ୟ ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ ।

କାହିଁକି ହୁଏ ଋତୁସ୍ରାବରେ ଅନିୟମିତତା?

  • ଅଧିକ ଏକ୍ସରସାଇଜ୍
  • ଜଲଦି ଅଧିକ ଓଜନ ବଢ଼ିବା
  • ଅନହେଲଦି ଖାଦ୍ୟ
  • ଅତ୍ୟଧିକ ମାନସିକ ଚାପ
  • ଗର୍ଭନିରୋଧକ ବଟିକା

Also Read: Health Tips : ପିରିୟଡ୍ ସମୟରେ ହେଉଛି କି ଶରୀର ପିଡା , ଆପଣାନ୍ତୁ ଏସବୁ ଖାଦ୍ୟ, ମିଳିବ ବଡ ଫାଇଦା

 

ଅନିୟମିତ ଋତୁସ୍ରାବର ଘରୋଇ ଉପଚାର : 

ଅେନକ ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଯିବା ସମ୍ଭବପର ହୋଇନଥାଏ, କିନ୍ତୁ ଘରୋଇ ଉପଚାର ତ ସମ୍ଭବ । କିଛି ଫଳ ଓ ପନିପରିବା ଦ୍ୱାରା ମଧ୍ୟ ଋତୁସ୍ରାବ ସମସ୍ୟା ଦୂର କରିପାରିବା ।

କଞ୍ଚା ଅମୃତଭଣ୍ଡା : 

କଞ୍ଚା ଅମୃତଭଣ୍ଡାରେ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ରହିଥାଏ । ଏହା ଆଇରନ୍ , କେରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ A ଏବଂ C ର ମୁଖ୍ୟ ଉତ୍ସ । ଆପଣଙ୍କ ଖାଦ୍ୟରେ କଞ୍ଚା ଅମୃତଭଣ୍ଡା ସାମିଲ କରନ୍ତୁ । ଋତୁସ୍ରାବରେ ଅନିୟମିତତା ସମସ୍ୟାକୁ ଏହା ଦୂର କରିବ ।

ବିଟ୍ରୁଟ୍ ବା ବିଟ୍ :

ବିଟ୍ରୁଟରେ ଅନେକ ଜରୁରୀ ପୋଷକ ତତ୍ତ୍ୱ, ଆଇରନ୍, ଫୋଲିକ୍ ଏସିଡ୍ ଇତ୍ୟାଦି ରହିଥାଏ, ଯାହା ଅନିୟମିତ ସମସ୍ୟାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ କରେ । ତେଣୁ, ନିୟମିତ ଭାବେ ଆପଣଙ୍କ ଖାଦ୍ୟରେ ବିଟ୍ରୁଟ୍ ସାମିଲ କରନ୍ତୁ ।

ଡାଲଚିନି :

ଦୈନ୍ୟନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀ ସହିତ ଅନିୟମିତ ଋତୁସ୍ରାବ ସମସ୍ୟାକୁ ମଧ୍ୟ ଦୂର କରାଯାଇପାରିବ । ଡାଲଚିନିରେ ଥିବା ହାଇଡ୍ରୋକ୍ସିଚାଲକୋନ୍, ଇନସୁଲିନ୍ ସ୍ତରକୁ ବଜାୟ ରଖେ । ଯାହା ପିରୟଡସ୍ ସମୟରେ, ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ଶୁଖିଲା ଅଦା ବା ସୁଣ୍ଠି:

ଏହା ଅନିୟମିତ ଋତୁସ୍ରାବକୁ ନିୟମିତ କରିବାରେ ସାହାଯ୍ୟ କରେ । ଶୁଖିଲା ଅଦା ବା ସୁଣ୍ଠି ମଧ୍ୟ ପେଟ ଯନ୍ତ୍ରଣାକୁ ହ୍ରାସ କରିଥାଏ । ଆପଣ ଏହାକୁ କଞ୍ଚା ଖାଇପାରିବେ କିମ୍ବା ଏହାକୁ ଚା’ରେ ମିଶାଇ ପିଇପାରିବେ ।