Frequent Urination: ବାରମ୍ବାର ପରିସ୍ରା ଲାଗୁଛି କି, କେବଳ ମଧୁମେହ ନୁହେଁ ଏହି ୬ଟି ଗମ୍ଭୀର ରୋଗରେ ପୀଡ଼ିତ ଆପଣ!
Advertisement
Article Detail0/zeeodisha/odisha1846567

Frequent Urination: ବାରମ୍ବାର ପରିସ୍ରା ଲାଗୁଛି କି, କେବଳ ମଧୁମେହ ନୁହେଁ ଏହି ୬ଟି ଗମ୍ଭୀର ରୋଗରେ ପୀଡ଼ିତ ଆପଣ!

Frequent Urination: କିନ୍ତୁ ଯଦି ଆପଣ ମାତ୍ରାଧିକ ପାଣି ନପିଇବା ପରେ ମଧ୍ଯ ଏହିପରି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି ତାହାଲେ ଏହା କିଛି ଗମ୍ଭୀର ସମସ୍ୟାର ସଙ୍କେତ ଅଟେ । ଏଥିନେଇ ସମୟ ଥାଉ ଥାଉ ଧ୍ୟାନ ଦେବା ଆବଶ୍ୟକତା ରହିଛି । ତେବେ ଆସନ୍ତୁ ଆଲୋଚନା କରିବା ବାରମ୍ବାର ପରିସ୍ରା ଲାଗିବା ଦ୍ବାରା ସୃଷ୍ଟି ହୋଇଥିବା କେତେକ ଗୁରୁତର ରୋଗ ବିଷୟରେ ।

ସୌ(ସୋସିଆଲ ମିଡିଆ)

Frequent Urination Symptoms: ଅନେକ ଲୋକଙ୍କୁ ଗୋଟିଏ ଦିନରେ ବାରମ୍ବାର ପରିସ୍ରା ଲାଗିଥାଏ । ପ୍ରାୟତଃ ଲୋକେ ଏହାକୁ ଅଣଦେଖା କରିଥାଆନ୍ତି । ସେହିପରି ବହୁ ଲୋକ ଏହାକୁ ଅତି ସାଧାରଣ କଥା ବୋଲି ଭାବନ୍ତି । ବୃଦ୍ଧ ଲୋକମାନେ ବୟସ ବୃଦ୍ଧି ଯୋଗୁଁ ବାରମ୍ବାର ପରିସ୍ରା ଆସୁଥିବା କହିଥାଆନ୍ତି।  କିନ୍ତୁ, ଏହା ଆଦୌ ସେପରି ହୋଇନଥାଏ । ଅଧିକ ପାଣି ପିଇବା ଦ୍ବାରା ବାରମ୍ବାର ପରିସ୍ରା ଆସିବା ଏକ ସାଧାରଣ କଥା ଅଟେ । କିନ୍ତୁ ଯଦି ଆପଣ ମାତ୍ରାଧିକ ପାଣି ନପିଇବା ପରେ ମଧ୍ଯ ଏହିପରି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି ତାହାଲେ ଏହା କିଛି ଗମ୍ଭୀର ସମସ୍ୟାର ସଙ୍କେତ ଅଟେ । ଏଥିନେଇ ସମୟ ଥାଉ ଥାଉ ଧ୍ୟାନ ଦେବା ଆବଶ୍ୟକତା ରହିଛି । ତେବେ ଆସନ୍ତୁ ଆଲୋଚନା କରିବା ବାରମ୍ବାର ପରିସ୍ରା ଲାଗିବା ଦ୍ବାରା ସୃଷ୍ଟି ହୋଇଥିବା କେତେକ ଗୁରୁତର ରୋଗ ବିଷୟରେ ।

ଓଭରଆକ୍ଟିଭ ବ୍ରାଡ଼ର (Overactive Bladder)

ଓଭରଆକ୍ଟିଭ ବ୍ରାଡ଼ରକୁ ‘OAB’ ମଧ୍ୟ କୁହାଯାଏ । ଏହାଦ୍ବାରା ବାରମ୍ବାର ଓ ହଠାତ୍ ପରିସ୍ରା କରିବା ନେଇ ଇଚ୍ଛା ହୋଇଥାଏ । ଯାହାକୁ ନିୟନ୍ତ୍ରଣ କରିବା କଷ୍ଟକର ଅଟେ ।  ଏହା ବ୍ୟତୀତ, ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ ଅନେକ ଥର ପରିସ୍ରା କରିବାକୁ ପଡିଥାଏ ।

ମୂତ୍ରାଶୟ ବା ବ୍ଲେଡର ସଂକ୍ରମଣ (UTI)

ମୂତ୍ରନଳୀ କିମ୍ବା ବ୍ଲାଡର ସଂକ୍ରମଣ ଯୋଗୁଁ ମଧ୍ଯ ବାରମ୍ବାର ପରିସ୍ରା ଲାଗିଥାଏ । ବାସ୍ତବରେ, ଏହା (UTI) ମୂତ୍ରାଶୟର ସଂକ୍ରମଣ ଅଟେ । ଏପରି ଅବସ୍ଥାରେ ପରିସ୍ରା କରିବା ଯନ୍ତ୍ରଣାଦାୟକ ହୋଇଥାଏ । ଏହାସହ ତଳ ପିଠିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ ।

ମଧୁମେହ (Diabetes)

ବାରମ୍ବାର ପରିସ୍ରା କରିବା ମଧୁମେହ ରୋଗର ଏକ ସାଧାରଣ ଲକ୍ଷଣ ଅଟେ । ଯଦି ଆପଣଙ୍କୁ ଟାଇପ୍- ୧ କିମ୍ବା ଟାଇପ୍-୨  ଡାଇବେଟିସ୍ ଅଛି ତେବେ ଆପଣଙ୍କଠାରେ ଏହି ସମସ୍ୟା ଦେଖାଦେଇପାରେ । ମଧୁମେହ ସମୟରେ କିଡନୀ ରକ୍ତକୁ ସଫା କରିବା ପାଇଁ ଅଧିକ ସମୟ ନେଇଥାଏ । ଏହି କାରଣରୁ ଶରୀରକୁ ଅଧିକ ତରଳ ପଦାର୍ଥ ମୁକ୍ତ କରିବାକୁ ପଡିଥାଏ ।  ଏହି ପରିସ୍ଥିତିରେ, ଆପଣ ବାରମ୍ବାର ପରିସ୍ରା କରିବା ଦ୍ବାରା ଆପଣଙ୍କ ଶରୀରରୁ ଅଧିକ ମାତ୍ରାରେ ତରଳ ପଦାର୍ଥ ବାହାରିଥାଏ ।

ଗର୍ଭଧାରଣ (Pregnancy)

ଗର୍ଭାବସ୍ଥାରେ ମଧ୍ୟ ବାରମ୍ବାର ପରିସ୍ରା ଲାଗିବାର ସମସ୍ୟା ଦେଖାଯାଏ । କାରଣ, ଏହି ଅବସ୍ଥାରେ ବ୍ଲାଡର ସଙ୍କୁଚିତ ହୋଇଯାଇଥାଏ । ଶରୀର ଭିତରେ ଶିଶୁ ଅଧିକ ସ୍ଥାନ ନେଇଥିବାରୁ ଏପରି ସମସ୍ୟା ଦେଖାଦେଇଥାଏ  ।

ଇଣ୍ଟରସ୍ଟିସିଆଲ୍ ସିଷ୍ଟାଇଟିସ୍ (Interstitial Cystitis)

ଇଣ୍ଟରସ୍ଟିସିଆଲ୍ ସିଷ୍ଟାଇଟିସ୍ କାରଣରୁ ମଧ୍ଯ ଲୋକମାନଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । ଏହି ଅବସ୍ଥା ଅଧିକ  ଯନ୍ତ୍ରଣା ହୋଇଥାଏ। ବାସ୍ତବରେ, ଏହି ଅବସ୍ଥା ‘ବ୍ଲାଡର ସିଣ୍ଡ୍ରୋମ’ ନାମକ ରୋଗର ଏକ ଅଂଶ ଅଟେ ।

ଚାପ (Stress)

ବାସ୍ତବରେ, ଚିନ୍ତା ମାଂସପେଶୀ ଟେନସନର କାରଣ ହୋଇଥାଏ , ଯାହା ବ୍ଲାଡରର ମାଂସପେଶୀକୁ ପ୍ରଭାବିତ କରିଥାଏ, ଫଳରେ ବାରମ୍ବାର ପରିସ୍ରା ଲାଗିବା ଆରମ୍ଭ ହୋଇଥାଏ ।

ପ୍ରୋଷ୍ଟେଟ୍ (Prostate)

ପୁରୁଷମାନଙ୍କଠାରେ ଥିବା ପ୍ରୋଷ୍ଟେଟ୍ ଏକ ଗଲ୍ଫ-ବଲ୍ ଆକାରର ଗ୍ରନ୍ଥି ଅଟେ । ଯାହା ଇଜାକୁଲେସନ୍ ବେଳେ ବାହାରୁଥିବା ତରଳ ପଦାର୍ଥକୁ ତିଆରି କରିଥାଏ  । ଏପରି ପରିସ୍ଥିତିରେ, ମଣିଷ ବଢିବା ସହ ପ୍ରୋଷ୍ଟେଟ ମଧ୍ଯ ବୃଦ୍ଧି ପାଇଥାଏ  । ଅତ୍ୟଧିକ ବଢିବା ପରେ ଏହା ସମସ୍ୟା ସୃଷ୍ଟି କରେ । ବର୍ଦ୍ଧିତ ପ୍ରୋଷ୍ଟେଟ ଆପଣଙ୍କ ମୂତ୍ରାଶୟ ଉପରେ ଚାପ ପକାଇଥାଏ , ଯାହାଦ୍ୱାରା ବାରମ୍ବାର ପରିସ୍ରା ଲାଗିବା ଆରମ୍ଭ ହୋଇଥାଏ ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।