Shani Vakri 2024: ତିନି ରାଶିଙ୍କୁ ଧନୀ କରିବେ ଶନି, ମିଳିବ ପୁଳା ପୁଳା ଟଙ୍କା!
Advertisement
Article Detail0/zeeodisha/odisha2220052

Shani Vakri 2024: ତିନି ରାଶିଙ୍କୁ ଧନୀ କରିବେ ଶନି, ମିଳିବ ପୁଳା ପୁଳା ଟଙ୍କା!

Saturn Transit 2024: ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ଜୁନ୍ ୨୯ ତାରିଖରେ ସେହି ରାଶିକୁ ପୁଣି  ଥରେ ଓଲଟା ଚଳନ ବା ମାର୍ଗ ହେବେ। ଶନିଙ୍କ ଏହି ଓଲଟା ଚଳନ ତିନି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। 

Shani Vakri 2024: ତିନି ରାଶିଙ୍କୁ ଧନୀ କରିବେ ଶନି, ମିଳିବ ପୁଳା ପୁଳା ଟଙ୍କା!

Saturn Transit 2024: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ଶନି ମହାରାଜ୍ ମଣିଷର କର୍ମ ଅନୁସାରେ ଫଳ ପ୍ରଦାନ କରିଥାଆନ୍ତି। ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ପ୍ରାୟ ଅଢେଇ ବର୍ଷ ସମୟ ନେଇଥାଆନ୍ତି। ଅର୍ଥାତ୍ ନ୍ୟାୟର ଦେବତା ଧିର ଗତିରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଶନିଦେବଙ୍କ ରାଶି ଚକ୍ର ଅତିକ୍ରମ କରିବା ପାଇଁ ୩୦ ବର୍ଷ ସମୟ ଲାଗିଥାଏ। ଏ-ହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ଜୁନ୍ ୨୯ ତାରିଖରେ ସେହି ରାଶିକୁ ପୁଣି  ଥରେ ଓଲଟା ଚଳନ ବା ମାର୍ଗ ହେବେ। ଶନିଙ୍କ ଏହି ଓଲଟା ଚଳନ ତିନି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡି଼କ ବିଷୟରେ...

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର ?

ଧନବାନ୍ ହେବେ ଏହି ସବୁ ରାଶି:
ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଙ୍କ ଓଲଟା ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ମାଲେମାଲ୍ କରିବ। ବିଶେଷକରି ,କ୍ୟାରିୟରରେ ସଫଳତା ପାଇବେ। କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ମଙ୍ଗଳମୟ ରହିବ। ଆୟ ବଢିବା ସହ ବ୍ୟବସାୟରେ ଅଧିକ ଲାଭ ପାଇବେ। ବିଶେଷ କରି ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନ ପସନ୍ଦର ଚାକିରି ଅଫର ମିଳିବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ବୈବାହିକ ଜୀବନ ସୁଖମୟ ହେବ। 

ବିଛା:  ଏହି ରାଶିର ଭାଗ୍ୟ ଚମକାଇବେ ଶନି ମହାରାଜ୍। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆୟର ନୂତନ ଉତ୍ସ ସୃଷ୍ଟି ହେବ। କ୍ୟାରିୟରରେ ଆଶାତିତ ସଫଳତା ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଖୁବ୍ ଭଲ ରହିବ । ପଦୋନ୍ନତି ମିଳିବା ସହ ମନ ପସନ୍ଦର ସ୍ଥାନକୁ ଟାନ୍ସଫର ହୋଇପାରେ। ଏପରିକି ବିବାହ ସହ ସହିତ ଜଡି଼ତ ସମସ୍ୟା ମଧ୍ୟ ଦୂର ହେବ। ବ୍ୟବସାୟରେ ଅଗ୍ରଗତି ହେବ। ପରିଶ୍ରମର ଫଳ ପାଇବେ। ଆୟରେ ବୃଦ୍ଧି ଘଟିବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

ବୃଷ: ଶନିଙ୍କ ଓଲଟା ଚଳନ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଆର୍ଥିକ ଅବସ୍ଥାରେ ସୁଧାର ଆସିବ।  ଆକସ୍ମିକ୍ ଧନଲାଭ ନେଇ ଯୋଗ ରହିଛି। ନିଜ ଲୋକଙ୍କ ଠାରୁ କିଛି ଭଲ ଖବର ପାଇ ମନ ଖୁସି ରହିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)