Rajyog 2024: ଏପ୍ରିଲ୍ ପ୍ରଥମ ସପ୍ତାହରେ ଏହି ୪ ରାଶିକୁ ରାଜଯୋଗ, ହେବ ଧନର ବର୍ଷା!
Advertisement
Article Detail0/zeeodisha/odisha2180383

Rajyog 2024: ଏପ୍ରିଲ୍ ପ୍ରଥମ ସପ୍ତାହରେ ଏହି ୪ ରାଶିକୁ ରାଜଯୋଗ, ହେବ ଧନର ବର୍ଷା!

Rajyog 2024:  ଦିର୍ଘ ୨୦ ବର୍ଷ ପରେ ଶୁକ୍ର ମୀନ ରାଶିକୁ ଚଳନ କରିବାକୁ ଥିବା ବେଳେ ମାଲାଭ୍ୟ ରାଜଯୋଗ (Malavya Rajyog 2024) ଗଠନ ହେଉଛି। ମୀନ ରାଶିର ପ୍ରଭୁ  ହେଉଛନ୍ତି ଶୁକ୍ର। ଶୁକ୍ରଙ୍କୁ (venus)ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏ-ହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ତେବେ, ଏହି ମାଲାଭ୍ୟ ରାଜଯୋଗ (Malavya Rajyog 2024) କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ।...

Rajyog 2024: ଏପ୍ରିଲ୍ ପ୍ରଥମ ସପ୍ତାହରେ ଏହି ୪ ରାଶିକୁ ରାଜଯୋଗ, ହେବ ଧନର ବର୍ଷା!

Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ଅପ୍ରିଲ୍ ମାସରେ ଅନେକ ଗ୍ରହ ନିଜ ରାଶି ପରବର୍ତ୍ତନ କରିବାକୁ ଯାଉଛନ୍ତି। ଯାହାର ପ୍ରଭାବ ରାଶିଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପଡି଼ବ। ଅପ୍ରିଲ୍ ୨ ରେ ସକାଳ ୭ଟା ୪୫ ମିନିଟ୍ ସମୟରେ ଶୁକ୍ର ମୀନ ରାଶିକୁ ଚଳନ କରିବେ। ଦିର୍ଘ ୨୦ ବର୍ଷ ପରେ ଶୁକ୍ର ମୀନ ରାଶିକୁ ଚଳନ କରିବାକୁ ଥିବା ବେଳେ ମାଲାଭ୍ୟ ରାଜଯୋଗ (Malavya Rajyog 2024) ଗଠନ ହେଉଛି। ମୀନ ରାଶିର ପ୍ରଭୁ  ହେଉଛନ୍ତି ଶୁକ୍ର। ଶୁକ୍ରଙ୍କୁ (venus)ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏ-ହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ତେବେ, ଏହି ମାଲାଭ୍ୟ ରାଜଯୋଗ (Malavya Rajyog 2024) କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ।...

ALSO READ: Today Horoscope: ସାବଧାନ୍ ରୁହନ୍ତୁ ମକର ସହ ଏହି ସବୁ ରାଶି ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ଧନବାନ୍ ହେବେ ଏହି ସବୁ ରାଶି:

ବୃଷ ରାଶି: ମାଲାଭ୍ୟ ରାଜଯୋଗ (Malavya Rajyog 2024) ଏହି ରାଶିର ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିବ। ଆକସ୍ମିକ ଧନଲାଭର ଯୋଗ ରହିଛି। କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି। ଏବଂ ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଅଫର ମିଳିବ। ଏ-ହି ଅବଧି ମଧ୍ୟରେ ଆପଣ ନୂତନ ଯାନ କିଣିବାର ସମ୍ଭାବନା ରହିଛି। ଆଇଟିରେ ଜଡି଼ତ ଲୋକେ ବିଦେଶରୁ ଭଲ ଅଫର ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଏହି ସମୟରେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଥିବା ଛାତ୍ରଛାତ୍ରୀଙ୍କ ଭଲ ରେଜଲ୍ଟ ପାଇବେ। 

ମିଥୁନ ରାଶି: ଏହି ରାଶିର ଲୋକଙ୍କୁ ଶୁକ୍ର ଶୁଭଫଳ ପ୍ରଦାନ କରିବେ। ଆୟର ଉତ୍ସ ବଢିବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ସୁଦୃଢ ହେବ। ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟାଳୟରେ କିଛି ବଡ଼ ଦାୟିତ୍ବ ମିଳିପାରେ। ଦରମା ବୃଦ୍ଧି ହେବ। ଆର୍ଥିକ ବିନିଯୋଗ ପାଇଁ ସମୟ ଭଲ ରହିଛି। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ପ୍ରେମ ବ୍ୟାପାରରେ ସଫଳତା ପ୍ରାପ୍ତ କରିବେ। 

ଧନୁ ରାଶି: ମାଲାଭ୍ୟ ରାଜଯୋଗ (Malavya Rajyog 2024) ଏ-ହି ରାଶିର ଲୋକଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବିଭିନ୍ନ କାର୍ଯ୍ୟରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ୍ ଦେବ। ଏହି ଅବଧି ମଧ୍ୟରେ, ଆପଣ ନୂତନ ସମ୍ପତ୍ତି କ୍ରୟ କରିବାର ସମ୍ଭାବନା ରହିଛି। ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି ।  ବଡ଼ ଡିଲ୍ ଫାଇନାଲ୍  ହୋଇପାରେ। ଯାହା ସେମାନଙ୍କୁ ବେଶ୍ ଫାଇଦା ଦେବ। 

ମକର ରାଶି: ମାଲାଭ୍ୟ ରାଜଯୋଗ  (Malavya Rajyog 2024) ମକର ରାଶିକୁ ଶୁଭଫଳ ପ୍ରଦାନ କରିବ। ପାରିବାରିକ ସମ୍ପର୍କ ମଜବୁତ୍ ହେବ। ନିଜ ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ।  ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ପିତାମାତାଙ୍କ ଆର୍ଶିବାଦ ରୁ ଆପଣ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)