Rajyog 2024: ଏହି ୩ ରାଶିଙ୍କୁ ଧନୀ କରିବ ରାଜଯୋଗ, ଚାକିରିରେ ରହିଛି ପଦୋନ୍ନତିର ଯୋଗ ସହ...
Advertisement
Article Detail0/zeeodisha/odisha2216971

Rajyog 2024: ଏହି ୩ ରାଶିଙ୍କୁ ଧନୀ କରିବ ରାଜଯୋଗ, ଚାକିରିରେ ରହିଛି ପଦୋନ୍ନତିର ଯୋଗ ସହ...

Rajyog 2024:  ଶୁକ୍ର ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ଆଜି ଏହି ରାଶିକୁ ରାହୁ ଓ କେତୁ ସକାଳ ୮ଟା ୪୫ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ୩ ଗ୍ରହଙ୍କ ମିଳନ ରାଜଯୋଗ ସୃଷ୍ଟି କରୁଛି।  ତେବେ, ଏହି ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବା ସହ ଜୀବନରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ। ...

Rajyog 2024: ଏହି ୩ ରାଶିଙ୍କୁ ଧନୀ କରିବ ରାଜଯୋଗ, ଚାକିରିରେ ରହିଛି ପଦୋନ୍ନତିର ଯୋଗ ସହ...

Rajyog 2024: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶୁକ୍ର ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ଆଜି ଏହି ରାଶିକୁ ରାହୁ ଓ କେତୁ ସକାଳ ୮ଟା ୪୫ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ୩ ଗ୍ରହଙ୍କ ମିଳନ ରାଜଯୋଗ ସୃଷ୍ଟି କରୁଛି।  ରାହୁ ଓ କେତୁ ଛାୟା ଗ୍ରହ ଭାବରେ ଜଣାଶୁଣା। ଏବଂ ଶୁକ୍ର (venus)ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ତେବେ, ଏହି ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବା ସହ ଜୀବନରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ। ...

ଧନବାନ୍ ହେବେ ଏହି ସବୁ ରାଶି:

ବୃଷ : ଦୀର୍ଘ ଦଶନ୍ଧି ପରେ ପଡୁଥିବା ରାଜଯୋଗ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ବିଶେଷ କରି କ୍ୟାରିୟରରେ ସଫଳତା ପ୍ରାପ୍ତ କରିବେ। ଆୟର ନୂଆ ଉତ୍ସ ସୃଷ୍ଟି ହେବ। କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି । ଆକସ୍ମିକ ଧନଲାଭ ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାରରେ ମଧୁରତା ଭରିଯିବ। ସ୍ବାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ନଚେତ୍ ସ୍ବାସ୍ଥ୍ୟଗତ ସମସ୍ୟା ଭୋଗିପାରନ୍ତି। ପରିବାରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।

ମିଥୁନ: ଏହି ରାଶିଙ୍କ ଭାଗ୍ୟ ଚମକାଇବ ରାଜଯୋଗ। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି । ବ୍ୟବସାୟରେ ଅଧିକ ଲାଭ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। କର୍ମକ୍ଷେତ୍ରରେ ଆଶାତିତ ସଫଳତା ପାଇବେ। ନିଜ ପିତାମାତାଙ୍କ ଆର୍ଶିବାଦ ପାଇଁ ବିଭିନ୍ନ କାର୍ଯ୍ୟରେ କୃତିତ୍ବ ଅର୍ଜନ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ମୀନ:  କଠିନ ପରିଶ୍ରମର ଫଳ ପାଇବେ। ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଯେଉଁମାନେ ଅବିବାହିତ ଅଛନ୍ତି । ସେମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ଠାରୁ ବିଭିନ୍ନ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ ପାଇବେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଭଲ ରେଜଲ୍ଟ ମିଳିବ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)