Guru Gochar 2024: ଆଜିଠୁ ଏହି ସବୁ ରାଶିଙ୍କର ବଦଳିବ ଭାଗ୍ୟ, ବୃହସ୍ପତିଙ୍କ ଚଳନ ଦେବ ଶୁଭଫଳ
Advertisement
Article Detail0/zeeodisha/odisha2229495

Guru Gochar 2024: ଆଜିଠୁ ଏହି ସବୁ ରାଶିଙ୍କର ବଦଳିବ ଭାଗ୍ୟ, ବୃହସ୍ପତିଙ୍କ ଚଳନ ଦେବ ଶୁଭଫଳ

Guru Gochar 2024: ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ (Guru Gochar 2024) ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଓ ବୃଦ୍ଧିର କାରକ ବୋଲି ବିବେଚନା କରାଯାଏ।  ଆଜି ରାତି ୧୧ଟା ୫୦ ମିନିଟ୍ ସମୟରେ ମେଷ ରାଶିରୁ ବାହାରି ବୃଷ ରାଶିକୁ ଚଳନ କରିବେ ବୃହସ୍ପତି। ବୃହସ୍ପତି ଏହି ରାଶିରେ ଗୋଟିଏ ବର୍ଷ ରହିବେ। ତେବେ ବୃହସ୍ପତିଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। 

Guru Gochar 2024: ଆଜିଠୁ ଏହି ସବୁ ରାଶିଙ୍କର ବଦଳିବ ଭାଗ୍ୟ, ବୃହସ୍ପତିଙ୍କ ଚଳନ ଦେବ ଶୁଭଫଳ

Guru Gochar 2024: ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ (Guru Gochar 2024) ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଓ ବୃଦ୍ଧିର କାରକ ବୋଲି ବିବେଚନା କରାଯାଏ। ତେବେ, ଏହି କ୍ରମରେ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଅଛନ୍ତି । ଆଜି ରାତି ୧୧ଟା ୫୦ ମିନିଟ୍ ସମୟରେ ମେଷ ରାଶିରୁ ବାହାରି ବୃଷ ରାଶିକୁ ଚଳନ କରିବେ ବୃହସ୍ପତି। ବୃହସ୍ପତି ଏହି ରାଶିରେ ଗୋଟିଏ ବର୍ଷ ରହିବେ। ତେବେ ବୃହସ୍ପତିଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଜାତକରେ ବୃହସ୍ପତିଙ୍କ ସ୍ଥିତି ସୁଦୃଢ ରହିଲେ । ବ୍ୟକ୍ତି ନିଜ ଜୀବନରେ ଧନୀ ଓ ଜ୍ଞାନୀ ହୋଇ ଥାଆନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ, ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଏହି ଚଳନ କେଉଁ ସବୁ ରାଶିଙ୍କ (zodiac signs) ଭାଗ୍ୟ ଫିଟିବାକୁ ଯାଉଛି।

ALSO READ: Today Horoscope: ବ୍ୟବସାୟରେ ଲାଭ ସହ ଶୁଭଫଳ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦେବଗୁରୁ ବୃହସ୍ପତିଙ୍କ ଏହି ଚଳନ ଏହି ରାଶିର ବ୍ୟକ୍ତିଙ୍କୁ ଧନଶାଳୀ କରିବ। ଆକସ୍ମିକ ଧନଲାଭର ଯୋଗ ରହିଛି । ବିଶେଷକରି କ୍ୟାରିୟରେ ଅଭୁତ ପୂର୍ବ ସଫଳତା ପ୍ରାପ୍ତ କରିବେ। କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି । ଆୟର ନୂତନ ଉତ୍ସ ସୃଷ୍ଟି ହେବ। ସମସ୍ତ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ ପାଇବେ। ସରକାରୀ ଚାକିରି ବି ମିଳିପାରେ। ବୈବାହିତ ଜୀବନ ସୁଖମୟ ହେବା ସହ ଜୀବନ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

କର୍କଟ: ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବେ ଦେବଗୁରୁ ବୃହସ୍ପତି।  ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଟଙ୍କାର ଅଭାବ ରହିବ ନାହିଁ। ପୂର୍ବ ଅପେକ୍ଷା ଆର୍ଥିତ ସ୍ଥିତିରେ ସୁଧାର ଆସିବ। ରୋଜଗାର ପାଇଁ ନୂଆ ବାଟ ଖୋଲିବ । କୋର୍ଟରେ ବିଚାରଧିନ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ପଦୋନ୍ନତିର ହେବାର ସମ୍ଭାବନା ରହିଛି। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ବ୍ୟବସାୟୀ ପାଇଁ ସମୟ ଅନୁକୂଳ ରହିଛି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

ସିଂହ:  ଦେବଗୁରୁ ବୃହସ୍ପତି ଏହି ରାଶି ଉପରେ ଧନବର୍ଷା କରିବେ। ବିଶେଷକରି ଚାକିରି ଖୋଜୁଥିବା ଲୋକ ମନ ପସନ୍ଦର ଚାକିରି ଅଫର ପାଇବେ। ଦୀର୍ଘ ଦିନ ଧରି ଆଧା ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ। ଆୟ ବୃଦ୍ଧି ହେବା ସହ ବିଦେଶ ଯାତ୍ରା କରିପାରନ୍ତି। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବା ସହ ଭଲ ପାଉଥିବା ଜୀବନ ସାଥୀଙ୍କ ସହ ବିବାହ ବି ହୋଇପାରେ। ଏବଂ ସନ୍ତାନ ପ୍ରାପ୍ତି ଖବର ବି ମିଳିପାରେ। ନିଜ ସନ୍ତାନ ସନ୍ତତିଙ୍କ ଠାରୁ କୌଣସି ଖୁସି ଖବର ପାଇ ପାରନ୍ତି।

କନ୍ୟା:  ଦେବଗୁରୁ ବୃହସ୍ପତି ଏହି ରାଶିକୁ କୋଟିପତି କରିବେ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆୟର ନୂତନ ଉତ୍ସ ସୃଷ୍ଟି ହେବ। କ୍ୟାରିୟରରେ ଆଶାତିତ ସଫଳତା ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଖୁବ୍ ଭଲ ରହିବ । ପଦୋନ୍ନତି ମିଳିବା ସହ ମନ ପସନ୍ଦର ସ୍ଥାନକୁ ଟାନ୍ସଫର ହୋଇପାରେ। ଏପରିକି ବିବାହ ସହ ସହିତ ଜଡି଼ତ ସମସ୍ୟା ମଧ୍ୟ ଦୂର ହେବ। ବ୍ୟବସାୟରେ ଅଗ୍ରଗତି ହେବ। ପରିଶ୍ରମର ଫଳ ପାଇବେ। ଆୟରେ ବୃଦ୍ଧି ଘଟିବ। ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)