Jealousy: ଇର୍ଷାର ୧୦ ଲକ୍ଷଣ, ଜାଣନ୍ତୁ ଆପଣଙ୍କ ପଛରେ କିଏ ଆପଣଙ୍କୁ ଘୃଣା କରେ
Advertisement
Article Detail0/zeeodisha/odisha1898885

Jealousy: ଇର୍ଷାର ୧୦ ଲକ୍ଷଣ, ଜାଣନ୍ତୁ ଆପଣଙ୍କ ପଛରେ କିଏ ଆପଣଙ୍କୁ ଘୃଣା କରେ

Jealousy: ଏମିତି କିଛି ସଂକେତ ବା ଲକ୍ଷଣ ଅଛି ଯେଉଁଥିରୁ ଆପଣ ଜାଣିପାରିବେ ଆପଣଙ୍କୁ କିଏ ଇର୍ଷା କରୁଛି । ଆସନ୍ତୁ ନଜର ପକାଇବା ଇର୍ଷାର ୧୦ ଲକ୍ଷଣ ଉପରେ ।

Jealousy: ଇର୍ଷାର ୧୦ ଲକ୍ଷଣ, ଜାଣନ୍ତୁ ଆପଣଙ୍କ ପଛରେ କିଏ ଆପଣଙ୍କୁ ଘୃଣା କରେ

Jealousy: ଜୀବନରେ କେହି ଅଜାତଶତ୍ରୁ ହୋଇନଥାନ୍ତି । ମାନେ ଦୁନିଆରେ ଏମିତି କେହି ନାହାନ୍ତି ଯାହାର କେହି ଶତ୍ରୁ ନାହାନ୍ତି । କିଛି ଆପଣଙ୍କ ସହିତ ଖୋଲାଖୋଲି ଶତ୍ରୁତା ଆଚରଣ କରନ୍ତି । ଆଉ କିଛି ମିଠା ମିଛ ସହିତ ଇର୍ଷା କରନ୍ତି । ଏମାନଙ୍କୁ ଆପଣ ମୁଖା ମଣିଷ ବୋଲି କହିପାରିବେ । ଯେଉଁମାନଙ୍କ ବାହ୍ୟ ଆବରଣ ତଳେ ଲୁଚିଥାଏ ଇର୍ଷା । ତେବେ ଏମିତି କିଛି ସଂକେତ ବା ଲକ୍ଷଣ ଅଛି ଯେଉଁଥିରୁ ଆପଣ ଜାଣିପାରିବେ ଆପଣଙ୍କୁ କିଏ ଇର୍ଷା କରୁଛି । ଆସନ୍ତୁ ନଜର ପକାଇବା ଇର୍ଷାର ୧୦ ଲକ୍ଷଣ (10 signs of jealousy) ଉପରେ ।

ସାମ୍ନାରେ କମ୍ପ୍ଲିମେଣ୍ଟ ପଛରେ ଗସିପ । ବନ୍ଧୁମାନଙ୍କୁ ପଚାରନ୍ତୁ, ଆପଣଙ୍କ ପଛରେ କିଏ ଗସିପ୍ କରୁଛି । ବନ୍ଧୁ ତାଲିକାରେ ଥିବା ସେହି ବ୍ଯକ୍ତି ଯିଏ ମୁହଁ ଉପରେ କମ୍ପ୍ଲିମେଣ୍ଟ୍ ଦେଇ ପଛରେ ଗସିପ୍ କରୁଛନ୍ତି ତେବେ ଜାଣି ନିଅନ୍ତୁ ସେ ଆପଣଙ୍କୁ ଇର୍ଷା କରୁଛନ୍ତି । ଜଣେ ଇର୍ଷାଳୁ ବ୍ଯକ୍ତି ଅନ୍ୟର ସଫଳତାକୁ ସବୁବେଳେ କମ କରିଦେଖାଏ । ଯଦି ଆପଣଙ୍କର କୌଣସି ବନ୍ଧୁ କେବେ ମଧ୍ଯ ମନଖୋଲି ଆପଣଙ୍କୁ ପ୍ରଶଂସା କରୁ ନାହାନ୍ତି ଅଧିକନ୍ତୁ ଆପଣଙ୍କ ପ୍ରତିକାମରେ କମି ଦେଖୁଛନ୍ତି, ତେବେ ଜାଣି ନିଅନ୍ତୁ ସିଏ ଆପଣଙ୍କୁ ଇର୍ଷା କରୁଛନ୍ତି । ଯେଉଁ ବ୍ଯକ୍ତି ନିଜ ସଫଳତା ବାବଦରେ ବାଜା ବଜାଇ ଦୁନିଆକୁ ଜଣାଏ, ସେ ପ୍ରକୃତରେ ଅନ୍ୟମାନଙ୍କୁ ଇର୍ଷା କରନ୍ତି । ଏଭଳି ବ୍ୟକ୍ତି ଅନ୍ୟମାନଙ୍କ ସଫଳତାରେ ଇର୍ଷା କରନ୍ତି ତେଣୁ ନିଜକୁ ଅଧିକ ସଫଳ ଦେଖାଇ ହେବାକୁ ଡିଣ୍ଡିମ ପିଟନ୍ତି । ଜଣକର ବଡି ଲାଙ୍ଗୁଏଜରୁ ମଧ୍ଯ ସେହି ବ୍ୟକ୍ତି ଆପଣଙ୍କୁ ଇର୍ଷା କରୁଛନ୍ତି କି ନାହିଁ ଜାଣି ହେବ । ଯଦି ବ୍ୟକ୍ତି ଜଣକ ଆପଣଙ୍କ ସଫଳତା ବିଷୟରେ କଥା ହେବା ବେଳେ ଗୋଡ଼ ଛନ୍ଦି ବସିଛନ୍ତି ତେବେ ଜାଣନ୍ତୁ ସେ ଆପଣଙ୍କୁ ଇର୍ଷା କରନ୍ତି ।

ମନସ୍ତତ୍ୱବିତ୍ ମେଲାଇନ୍ ଗ୍ରୀନବର୍ଗଙ୍କ ଅନୁସାରେ ଇର୍ଷାଳୁ ବ୍ୟକ୍ତିମାନେ ଆବଶ୍ୟକତାରୁ ଅଧିକ କମ୍ପିଟେଟିଭ୍ ବା ପ୍ରତିଯୋଗୀ ହୋଇଥାନ୍ତି । ପ୍ରତିଯୋଗୀ ହେବା ଭଲ କିନ୍ତୁ ଯେତେବେଳେ ଜଣେ ଅନ୍ୟକୁ ପଛରେ ପକାଇ ଆଗକୁ ବଢିବା ପାଇଁ ଅଧିକ ଉଦ୍ଯମ କରେ ସେତେବେଳେ ପ୍ରତିଯୋଗୀ ମନୋଭାବ ଇର୍ଷାର ରୂପ ନିଏ । ଯଦି ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆଗକୁ ଯିବା ପାଇଁ କର ବା ମର ଭଳି ଉଦ୍ଯମ କରୁଛନ୍ତି ତେବେ ଜାଣନ୍ତୁ ଏହା ବିଶୁଦ୍ଧ ପ୍ରତିଯୋଗୀତା ନୁହେଁ,ଏହା ହେଉଛି ଆପଣଙ୍କ ପ୍ରତି ତାଙ୍କ ମନରେ ଥିବା ଇର୍ଷାଭାବ । ଜଣେ ଇର୍ଷାଳୁ ବ୍ୟକ୍ତି ଅନ୍ୟକୁ କପି କରିଥାନ୍ତି । ତେଣୁ ଯଦି ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କ ଡ୍ରେସ୍, ଆପଣଙ୍କ ହେୟାର ଷ୍ଟାଇଲକୁ କପି କରୁଛନ୍ତି ତେବେ ସମ୍ଭବତଃ ସେ ଏସବୁ ଇର୍ଷାର ବଶବର୍ତ୍ତି ହୋଇ କରୁଛନ୍ତି । ପିଠି ପଛରେ ଗପି ଆପଣଙ୍କ ରେପୁଟେସନ୍ ବା ଭାବମୁର୍ତ୍ତିକୁ ଖଣ୍ଡିତ କରିବାକୁ ଚେଷ୍ଟା କରୁଥିବା ଲୋକ ମାନଙ୍କୁ ଚିହ୍ନନ୍ତୁ । ଏଭଳି ବ୍ୟକ୍ତି କମ ଆତ୍ମବିଶ୍ୱାସ (Confidence) ବିଶିଷ୍ଟ ହୋଇଥାନ୍ତି  । ସେମାନେ ଆପଣଙ୍କ ଭଳି ହେବାକୁ ଚେଷ୍ଟା କରି ହୋଇ ପାରନ୍ତି ନାହିଁ, ତେଣୁ ରାଗ ଶୁଝାଇବାକୁ ଚରିତ୍ର ସଂହାର କରନ୍ତି । ଆପଣଙ୍କ ବିଫଳତାରେ ଖୁସି ହେଉଥିବା ବନ୍ଧୁ ଜଣକ ଆପଣଙ୍କୁ ଇର୍ଷା କରନ୍ତି । ଏଭଳି ବ୍ୟକ୍ତିଙ୍କୁ ଚିହ୍ନନ୍ତୁ ଯିଏ ଆପଣଙ୍କ ବିଫଳତାରେ ଲୁଚିକରି ଖୁସି ମନାନ୍ତି । ଯଦି ତାଲିକାରେ ଏଭଳି କୌଣସି ବ୍ଯକ୍ତି ଅଛନ୍ତି ତେବେ ତାଙ୍କଠାରୁ ଦୁରେଇ ଯାଆନ୍ତୁ ।

ଆପଣଙ୍କୁ ଇର୍ଷା କରୁଥିବା ବ୍ଯକ୍ତି ଆପଣଙ୍କ ଯୋଜନାକୁ ପଣ୍ଡ କରିବାକୁ ଚାଲ ଖେଳନ୍ତି । ସେମାନେ ସବୁବେଳେ ଆପଣଙ୍କୁ ଯୋଜନାର ନକରାତ୍ମକ ଦୀଗ କଥା କହି ଆପଣଙ୍କୁ ହତୋତ୍ସାହିତ କରିବାକୁ ଚେଷ୍ଟା କରନ୍ତି । ଜରୁରୀ ନୁହେଁ ଯେ, ଆପଣଙ୍କୁ ଇର୍ଷା କରୁଥିବା ବ୍ଯକ୍ତି ପ୍ରତ୍ଯକ୍ଷ ଭାବେ ବିରୋଧାଚରଣ କରିବେ । ସେ ଆପଣ ଓ ଆପଣଙ୍କ ବନ୍ଧୁମାନଙ୍କ ମଧ୍ଯରେ ବିଭେଦ ସୃଷ୍ଟି କରି ଆପଣଙ୍କୁ ହରାଇବାକୁ ମଧ୍ଯ ଚାହିଁ ପାରନ୍ତି । ତେବେ ଯଦି ଆପଣ ଏଭଳି କୌଣସି ବ୍ୟକ୍ତିଙ୍କୁ ଜାଣିଛନ୍ତି, ଯାହାଙ୍କ କାର୍ଯ୍ଯକଳାପ ଏହି ସବୁ ଲକ୍ଷଣ ସହିତ ମେଳ ଖାଉଛି ତେବେ କ’ଣ କରିବେ ? ସବୁଠାରୁ ଭଲ ହେଉଛି ଦୁରେଇ ଯିବା ଓ ଫରକ ନପଡିବାର ଅଭିନୟ କରିବା । ଏମିତିରେ ସେମାନେ ଅଧିକ ହନ୍ତସନ୍ତ ହେବେ ।

Also Read- Godrej Group: ଦୁଇଫାଳ ହେବ ୧୨୬ ବର୍ଷର ଗୋଦରେଜ କମ୍ପାନୀ !

Also Read- Dolphins Death: ନଦୀରୁ ମିଳିଲା ୧୨୦ଟି ଡଲଫିନର ମୃତ ଶରୀର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ