How radiation can harm your babies: ଆପଣ ବି ଯଦି କରୁଛନ୍ତି ଏମିତି ଭୁଲ ତେବେ ହୋଇଯାଆନ୍ତୁ ସାବଧାନ,ଆପଣଙ୍କ ପିଲା ହୋଇପାରେ ମନ୍ଦବୁଦ୍ଧି !
Advertisement
Article Detail0/zeeodisha/odisha1970141

How radiation can harm your babies: ଆପଣ ବି ଯଦି କରୁଛନ୍ତି ଏମିତି ଭୁଲ ତେବେ ହୋଇଯାଆନ୍ତୁ ସାବଧାନ,ଆପଣଙ୍କ ପିଲା ହୋଇପାରେ ମନ୍ଦବୁଦ୍ଧି !

  ଶିଶୁ ବିଶେଷଜ୍ଞଙ୍କ ମତନୁଯାୟୀ ଫୋନରୁ ବାହାରୁଥିବା ରେଡ଼ିଏସନ ଛୋଟ ପିଲାଙ୍କ ବିକାଶରେ ଏବଂ ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ । ଆମେ ସମନ୍ତେ ଜାଣିଛେ ଯେ ଫୋନ, ଲାପଟପ, ଏବଂ ବୈଦ୍ୟୁତିକ ଉପକରଣରୁ ବାହାରୁଥିବା ରେଡ଼ିଏସନ ଆମ ସମସ୍ତଙ୍କ ସ୍ବାସ୍ଥ୍ୟ ପାଇଁ ଖରାପ ଅଟେ । କିନ୍ତୁ ଜାଣିଛନ୍ତି କି ଆପଣଙ୍କ ଶିଶୁ

SOCIAL MEDIA

How radiation can harm your babies: 

ଶିଶୁ ବିଶେଷଜ୍ଞଙ୍କ ମତନୁଯାୟୀ ଫୋନରୁ ବାହାରୁଥିବା ରେଡ଼ିଏସନ ଛୋଟ ପିଲାଙ୍କ ବିକାଶରେ ଏବଂ ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ । ଆମେ ସମନ୍ତେ ଜାଣିଛେ ଯେ ଫୋନ, ଲାପଟପ, ଏବଂ ବୈଦ୍ୟୁତିକ ଉପକରଣରୁ ବାହାରୁଥିବା ରେଡ଼ିଏସନ ଆମ ସମସ୍ତଙ୍କ ସ୍ବାସ୍ଥ୍ୟ ପାଇଁ ଖରାପ ଅଟେ । କିନ୍ତୁ ଜାଣିଛନ୍ତି କି ଆପଣଙ୍କ ଶିଶୁ ପାଇଁ ଏହା ଆହୁରି ଘାତକ ସାବ୍ୟସ୍ତ ହୋଇଛି । ଆସନ୍ତୁ ଜାଣିବା ରେଡ଼ିଏସନ ଦ୍ବାରା ପିଲାମାନଙ୍କୁ କେଉଁ ପ୍ରକାରର କ୍ଷତି ପଂହଚିଥାଏ ଏବଂ ନିର୍ଦ୍ଦିଷ୍ଟ କରି ମା ମାନଙ୍କୁ ଏ ଦିଗରେ କିଭଳି ସଚେତନ ହେବା ଦରକାର । 

ଯଦି ଆପଣ ଆପଣଙ୍କ ପିଲା ଆଖପାଖରେ ଥିବା ସମୟରେ ଫୋନ, ଲାପଟପ କିମ୍ବା କୌଣସି ବୈଦ୍ୟୁତିକ ସମାଗ୍ରୀ ଚଳାଉଛନ୍ତି ତାହେଲେ ତାହେଲେ ବିଶେଷଜ୍ଞଙ୍କ କିଛି ନିୟମ ଉପରେ ଧ୍ୟାନ ଦିଅନ୍ତୁ । ଯାହା ଆପଣଙ୍କ ପିଲାକୁ ସୁରକ୍ଷିତ ଏବଂ ସୁସ୍ଥ ରଖିବ ।

ମା ମୋବାଇଲ ବ୍ୟବହାର କରୁଛନ୍ତି

କିଛି ମା ପିଲାଙ୍କୁ କ୍ଷୀର ପିଆଇବା ସମୟରେ ବା ଶୁଆଇବା ସମୟରେ ମୋବାଇଲ ବ୍ୟବହାର କରନ୍ତି । ଏଭଳି କରିବା ଦ୍ବାରା ଫୋନର ରେଡ଼ିଏସନ ସମ୍ପର୍କରେ ପିଲା ଆସୁଛି । ଶିଶୁର ପ୍ରତ୍ୟେକ ଅଙ୍ଗ ବହୁତ ସମ୍ବେଦନଶୀଳ ହୋଇଥାଏ । ଆଉ ଏମାନଙ୍କର ବିକାଶ ସେ ସମୟରେ ପୂର୍ଣ୍ଣ ମାତ୍ରାରେ ହୋଇନଥାଏ । ଏହି ସମୟରେ ଶିଶୁକୁ ବହୁତ କ୍ଷତି ପହଂଚିଥାଏ ।

ଶିଶୁଙ୍କ ପ୍ରତି ଦ୍ବିଗୁଣ ବିପଦ ଥାଏ

ବୟସ୍କଙ୍କ ତୁଳନାରେ ପିଲାମାନଙ୍କ କ୍ଷେତ୍ରରେ ରେଡ଼ିଏସନ ଅଧିକ ପ୍ରଭାବ ପକାଇଥାଏ । ଶିଶୁ ଜନ୍ମ ନେବାର ଦୁଇ ବର୍ଷ ପର୍ଯ୍ୟନ୍ତ ମାନସିକ ବିକାଶ ଅଧିକ ହୋଇଥାଏ । ଏହି ସମୟରେ ନର୍ଭ ସିଷ୍ଟମ, ବ୍ରେନ ଏବଂ ଆଖିର ବିକାଶ ହୋଇଥାଏ ।

ରେଡ଼ିଏସନର ପାର୍ଶ୍ବ ପ୍ରତିକ୍ରିୟା

ଯଦି ଏହି ସମୟରେ ଶିଶୁ ରେଡ଼ିଏସନ ସଂସ୍ପର୍ଶରେ ଆସୁଛି ତାହେଲେ ହୁଏତ ଆଜି ଆପଣଙ୍କୁ ଏହାର ପ୍ରଭାବ ଦେଖାଦେଇ ନପାରେ କିନ୍ତୁ ଭବିଶ୍ୟତରେ ପ୍ରଭାବ ପକାଇବ । ଅନେକ ଅଧ୍ୟୟନରୁ ଏ କଥା ସାମ୍ନାକୁ ଆସିଛି ଯେ ରେଡ଼ିଏସନ ପ୍ରଭାବରୁ ପିଲାମାନଙ୍କ କ୍ଷେତ୍ରରେ ହାଇପର ଆକ୍ଟିଭିଟି, ବିଚଳିତ ଏବଂ ବ୍ୟବହାର ସମ୍ବନ୍ଧୀୟ ସମସ୍ୟା ସହ ଏଡ଼ିଏଚଡ଼ି ହୋଇପାରେ ।

ମା ମାନଙ୍କୁ କ୍ଷତି

କେବଳ ପିଲା ନୁହଁ ମା ମାନଙ୍କ ପାଇଁ ମଧ୍ୟ ଡ଼ିଭାଇସରୁ ବାହାରୁଥିବା ନୀଳ ରଶ୍ମି ବହୁତ ଖରାପ ହୋଇଥାଏ । ଏହାଦ୍ବାରା ଆପଣଙ୍କୁ ଥକ୍କା ଲାଗିବ ଏବଂ ନିଦରେ ସମସ୍ୟା ମଧ୍ୟ ଆସିପାରେ ।

ଗର୍ଭାବସ୍ଥାରେ ମଧ୍ୟ ପିଲା ଉପରେ ପ୍ରଭାବ ପକାଏ

ଯଦି କୌଣସି ଗର୍ଭବତୀ ମହିଳା ଫୋନ କିମ୍ବା ବୈଦ୍ୟୁତିକ ସାମଗ୍ରୀର ବ୍ୟବହାର କରନ୍ତି ଏହାଦ୍ବାରା ମଧ୍ୟ ଗର୍ଭରେ ଥିବା ପିଲା ଉପରେ ପ୍ରଭାବ ପକାଇଥାଏ । ସେଣ୍ଟର ଫର ଡ଼ିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ ଅନୁସାରେ କମ୍ ରେଡ଼ିଏସନ ଦ୍ବାରା ମଧ୍ୟ ମା ଶିଶୁ ଉପରେ ପ୍ରଭାବ ପକାଇଥାଏ । ଏହାଦ୍ବାରା ଶିଶୁର ବିକାଶରେ ବାଧା ଆସିପାରେ । ମାନସିକ ପ୍ରଭାବ ପଡ଼ିପାରେ ।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।