Ranveer Singh: ଡିପ୍ ଫେକ୍ ଭିଡିଓକୁ ରଣଭୀରଙ୍କ ବିରୋଧ, ଥାନାରେ ମାମଲା
Advertisement
Article Detail0/zeeodisha/odisha2216367

Ranveer Singh: ଡିପ୍ ଫେକ୍ ଭିଡିଓକୁ ରଣଭୀରଙ୍କ ବିରୋଧ, ଥାନାରେ ମାମଲା

Bollywood news: ବର୍ତ୍ତମାନ ଅଭିନେତା ରଣଭୀର ସିଂହ ମଧ୍ୟ ଡିପ୍ ଫେକ୍ ଭିଡିଓର ଶିକାର ହୋଇଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ରଣଭୀର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Ranveer Singh: ଡିପ୍ ଫେକ୍ ଭିଡିଓକୁ ରଣଭୀରଙ୍କ ବିରୋଧ, ଥାନାରେ ମାମଲା

Bollywood news: ବର୍ତ୍ତମାନ ଅନେକ ବଡ଼ ବଡ଼ ଷ୍ଟାରମାନଙ୍କୁ ନେଇ ଡିଫ୍ ଫେକ୍ ଭିଡିଓ ତିଆରି କରାଯାଉଛି । ପୂର୍ବରୁ  ଆମୀର ଖାନ୍‌, ରଶ୍ମୀକା ମନ୍ଦନାଙ୍କ ସମେତ କ୍ରିକେଟ୍ ଜଗତର ଦୁଇ ସୁପରଷ୍ଟାର ମହେନ୍ଦ୍ର ସିଂହ ଧୋନୀ ଏବଂ ସଚ୍ଚିନ ତେନ୍ଦୁଲକର ମଧ୍ୟ ଡିପ୍ ଫେକ୍ ଭିଡିଓର ଶିକାର ହୋଇଥିଲେ । ତେବେ ବର୍ତ୍ତମାନ ଅଭିନେତା ରଣଭୀର ସିଂହ ମଧ୍ୟ ଡିପ୍ ଫେକ୍ ଭିଡିଓର ଶିକାର ହୋଇଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ରଣଭୀର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ହେବ ସୋସିଆଲ ମିଡିଆରେ ବଲିଉଡ ସୁପରଷ୍ଟାର ରଣଭୀର ସିଂହଙ୍କ ଏକ ଡିପ୍ ଫେକ୍ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ରାଜନୈତିକ ଫାଇଦା ପାଇଁ ତାଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସେ ଭିଡିଓରେ ସପୋର୍ଟ କରୁଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଜାଣିବା ପରେ ରଣଭୀର ତୁରନ୍ତ ଏହାକୁ ମିଛ ବୋଲି କହିବା ସହ ଏହାକୁ ବିରୋଧ କରିଛନ୍ତି । ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି ରଣଭୀର । କିଏ ଏବଂ କାହିଁକି ଏପରି ଭିଡିଓ ପ୍ରସ୍ତୁତ କରିଛି ସେନେଇ ତଦନ୍ତ କରିବାକୁ ସାଇବର କ୍ରାଇମ ଡିପାର୍ଟମେଣ୍ଟକୁ ଅନୁରୋଧ କରିଛନ୍ତି ଅଭିନେତା । ବିନା ପରାମର୍ଶରେ ଏପରି ଭିଡିଓ ବନାଇବା ଏକ ଅପରାଧ ବୋଲି ସେ ମତ ଦେଇଛନ୍ତି ।

Also Read- ସ୍ୱାମୀ ସାଂସଦ ଓ ସ୍ତ୍ରୀ ବିଧାୟକ ପ୍ରାର୍ଥୀ; ବରିରୁ ଏରସମା ଅସନ୍ତୋଷ

Also Read- Budh Gochar 2024: ମେଷ ରାଶିରେ ବୁଧ ଚଳନ, ୩ ରାଶିକୁ ବ୍ୟବସାୟ ଓ ଚାକିରିରେ ଲାଭ