Shraddha Murder Case: ହତ୍ୟାକାରୀକୁ କିଭଳି ମିଳିବ ଦଣ୍ତ ? ,ଫିଲ୍ମ ଅନ୍ଦାଜରେ ରାମ ଗୋପଳ ଭର୍ମା ଦେଲେ ଉଦାହରଣ
Advertisement
Article Detail0/zeeodisha/odisha1445299

Shraddha Murder Case: ହତ୍ୟାକାରୀକୁ କିଭଳି ମିଳିବ ଦଣ୍ତ ? ,ଫିଲ୍ମ ଅନ୍ଦାଜରେ ରାମ ଗୋପଳ ଭର୍ମା ଦେଲେ ଉଦାହରଣ

Shraddha Murder Case: ଦିଲ୍ଲୀରେ ଘଟିଥିବା ଶ୍ରଦ୍ଧା ୱାକର ହତ୍ୟା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ମାମଲା ସହ ଜଡିତ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ଚକିତ କରିଛି। ପ୍ରେମିକ ଅଫ୍‌ତାବ୍ ପ୍ରେମିକାକୁ ଗଳା କାଟି ହତ୍ୟା କରିବା ପରେ ବାର୍ଥରୁମରେ ୩୫ ଖଣ୍ତ କରି ପରେ କଟା ଅଂଶକୁ ଫ୍ରିଜରେ ରଖିଥିଲା ।

Shraddha Murder Case: ହତ୍ୟାକାରୀକୁ କିଭଳି ମିଳିବ ଦଣ୍ତ ? ,ଫିଲ୍ମ ଅନ୍ଦାଜରେ ରାମ ଗୋପଳ ଭର୍ମା ଦେଲେ ଉଦାହରଣ

Shraddha Murder Case: ଦିଲ୍ଲୀରେ ଘଟିଥିବା ଶ୍ରଦ୍ଧା ୱାକର ହତ୍ୟା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ମାମଲା ସହ ଜଡିତ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ଚକିତ କରିଛି। ପ୍ରେମିକ ଅଫ୍‌ତାବ୍ ପ୍ରେମିକାକୁ ଗଳା କାଟି ହତ୍ୟା କରିବା ପରେ ବାର୍ଥରୁମରେ ୩୫ ଖଣ୍ତ କରି ପରେ କଟା ଅଂଶକୁ ଫ୍ରିଜରେ ରଖିଥିଲା । ଏହି ଛାତିଥର ହତ୍ୟା ଘଟଣାକୁ ନେଇ ଫିଲ୍ମ ମେକର ରାମ ଗୋପାଳ ଭର୍ମା ମଧ୍ୟ ଟ୍ୱିଟ କରିଛନ୍ତି। ସେ ନିଜ ଟୁଇଟରେ କିଭଳି ହତ୍ୟାକାରୀକୁ ଦଣ୍ତ ଦେଇ ହେବ ସେନେଇ ସେ ଉଲ୍ଲେଖ କରିଛନ୍ତି ।

ରାମ ଗୋପାଳ ଭର୍ମାଙ୍କ ଟ୍ୱିଟ୍ : 
ଏହି ହତ୍ୟାକାଣ୍ଡ ଉପରେ ରାମ ଗୋପାଳ ଭର୍ମା ନିଜର କ୍ରୋଧ ପ୍ରକାଶ କରିଛନ୍ତି।  ସେ ନିଜ ଟୁଇଟରେ ଲେଖିଛନ୍ତି ଯେ, ଶ୍ରଦ୍ଧାଙ୍କ ଆତ୍ମା ​​ଫେରି ଆସିବା ଉଚିତ୍ ଏବଂ ହତ୍ୟାକାରୀକୁ ୭୦ ଖଣ୍ଡ କରି କାଟିବା ଉଚିତ୍,  ଏହି କ୍ରମରେ ରାମ ଗୋପାଳ ଭର୍ମା ଅନ୍ୟ ଏକ ଟୁଇଟ୍ କରିଛନ୍ତି ଯେ 'ଏଭଳି ହତ୍ୟା କେବଳ ଆଇନ ଦ୍ୱାରା ବନ୍ଦ ହୋଇପାରିବ ନାହିଁ ,କିନ୍ତୁ ଯଦି ପୀଡିତାଙ୍କ ଆତ୍ମା ​​ଫେରି ହତ୍ୟାକାରୀଙ୍କୁ ହତ୍ୟା କରେ, ତେବେ ନିଶ୍ଚିତ ଭାବେ ଏହାକୁ ବନ୍ଦ କରିହେବ'।

 

fallback

 

 

ଏହାବି ପଢନ୍ତୁ : Tamannaah Bhatia: ହାତକୁ ଦି' ହାତ ହେବେ ତମନ୍ନା ! ସେୟାର କଲେ ଏଭଳି ଭିଡିଓ

ଭଗବାନଙ୍କୁ ପ୍ରାର୍ଥନା କଲେ ରାମ ଗୋପାଳ ଭର୍ମା :
ଏପରି ପରିସ୍ଥିତିରେ, ରାମ ଗୋପାଳ ଭର୍ମା ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଯେ 'ମୁଁ ଭଗବାନଙ୍କୁ ଏହା ବିଚାର କରିବାକୁ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛି। ଏଥି ସହ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଏହି ହତ୍ୟାକାଣ୍ଡରେ ଦୁଃଖ ପ୍ରକାଶ କରିଛନ୍ତି। ଏବଂ ହତ୍ୟାକାରୀଙ୍କୁ ଦଣ୍ତ ଦେବା ପାଇଁ ମଧ୍ୟ ସେ ଦାବି କରିଛନ୍ତି ।

 

ଛଅ ମାସ ପୂର୍ବରୁ ହତ୍ୟା କରାଯାଇଥିଲା :
ଦିଲ୍ଲୀର ମେହେରୁଲି ଅଞ୍ଚଳରେ ଏହି ହତ୍ୟାକାଣ୍ତ ଘଟିଛି । ନିଜ ପ୍ରେମିକା ଶ୍ରଦ୍ଧା ସହ ରିଲ୍ ଇନ୍ ରିଲେସନସିପରେ ରହୁଥିଲା ପ୍ରମିକ ଅଫ୍‌ତାବ୍ । ହେଲେ ପ୍ରେମିକା ଜଣକ ଜିଦ୍ କରିବାରୁ ଗଳା କାଟି ହତ୍ୟା କରିଥିଲା ପ୍ରେମିକ । ପରେ, ପ୍ରମିକାର ମୃତଦେହକୁ ଅତି ନିର୍ମମ ଭାବରେ ଗାଧୁଆ ଘରେ ୩୫ ଖଣ୍ତ କରି ୩୦୦ ଲିଟର କ୍ଷମତା ବିଶିଷ୍ଟ ଏକ ରେଫ୍ରିଜରେଟରରେ ରଖି ଥିଲା । ଏବଂ ସେଗୁଡିକୁ  ପରବର୍ତ୍ତୀ ସମୟରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫୋପାଡି ଦେଉଥିଲା। ପ୍ରେମିକ ଅଫ୍‌ତାବ୍ ଅମିନ ପୁନାୱାଲାକୁ ଦିଲ୍ଲୀ ପୋଲିସ ଗତ ସୋମବାର ଗିରଫ କରିଛି । ଇତିମଧ୍ୟରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ୍ ଅଫ୍‌ତାବ୍‌କୁ ସାଙ୍ଗରେ ନେଇ ମେହରୌଲି ଜଙ୍ଗଲରୁ ଶ୍ରଦ୍ଧାଙ୍କ ମୃତଦେହର ୧୦ଟି କଟାଅଂଶ ସଂଗ୍ରହ କରିସାରିଛି । ତେବେ ଜେରା ସମୟରେ ଅଫ୍‌ତାବ୍ ପୁଲିସକୁ ବିଭ୍ରାନ୍ତ କରୁଥିବାରୁ ତାହାର ନାର୍କୋ-ଆନାଲିସିସ୍ ଟେଷ୍ଟ କରିବାକୁ ଦିଲ୍ଲୀ ପୋଲିସ ସ୍ଥାନୀୟ ସାକେତ୍ କୋର୍ଟଙ୍କ ଅନୁମତି ଲୋଡିଛି । ଅଦାଲତ ଖୁବଶୀଘ୍ର ଏହାର ଶୁଣାଣି କରି ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଇପାରନ୍ତି ବୋଲି ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଶ୍ରଦ୍ଧା ଓ ଅଫ୍‌ତାବ୍ ଲିଭ୍‌-ଇନ୍‌-ରିଲେସନରେ ଥିବାବେଳେ ଶ୍ରଦ୍ଧାଙ୍କ ପରିବାର ଏହାକୁ ବିରୋଧ କରିବାରୁ ସେମାନେ ଚଳିତବର୍ଷ ମେ’ରେ ଦିଲ୍ଲୀ ପଳାଇଆସି ଛତରପୁର ଅଞ୍ଚଳରେ ଭଡାଘରେ ରହୁଥିଲେ । ଶ୍ରଦ୍ଧା ବାରମ୍ବାର ବିବାହ ପାଇଁ ଜିଦ ଧରୁଥିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ମେ ୧୮ରେ ଅଫ୍‌ତାବ୍ ଶ୍ରଦ୍ଧାକୁ ହତ୍ୟା କରିବାପରେ ମୃତଶରୀରକୁ ୩୫ ଖଣ୍ଡ କରି କାଟିଥିଲା ।