Ollywood News: ମାର୍ଚ୍ଚ ୭ରେ ଆସୁଛି ଓଲିଉଡ୍ କୁଇନ୍ ବର୍ଷାଙ୍କ 'ବସ୍'
Advertisement
Article Detail0/zeeodisha/odisha2139396

Ollywood News: ମାର୍ଚ୍ଚ ୭ରେ ଆସୁଛି ଓଲିଉଡ୍ କୁଇନ୍ ବର୍ଷାଙ୍କ 'ବସ୍'

Ollywood News: ସିନେମା 'ବସ୍' ରେ କାହାଣୀ, ସ୍କ୍ରିନ୍‌ପ୍ଲେ ଓ କ୍ରିଏଟିଭ୍‌ ହେଡ୍‌ ଦାୟିତ୍ୱ ନିଜେ ବର୍ଷା ବହନ କରିଛନ୍ତି । ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ତ୍ରିପତି ସାହୁ । 

Ollywood News: ମାର୍ଚ୍ଚ ୭ରେ ଆସୁଛି ଓଲିଉଡ୍ କୁଇନ୍ ବର୍ଷାଙ୍କ 'ବସ୍'

Ollywood News: କିଛି ମାସର ବ୍ୟବଧାନ ପରେ ପୁଣିଥରେ ରୂପେଲି ପରଦାରେ ଆପଣ ଦେଖିବାକୁ ପାଇବେ ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶନୀଙ୍କୁ । ଏକ ଦମଦାର କ୍ୟାରେକ୍ଟର ସହିତ ନିଆରା ଲୁକ୍ ରେ ଆପଣଙ୍କୁ ନୂଆ କିଛି ଭେଟିଦେବାକୁ ଭରପୁର ଚେଷ୍ଟା କରିଛନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ବର୍ଷା । ସିନେମାର କାହାଣୀ କିମ୍ୱା ନିଜ ଚରିତ୍ର ବିଷୟରେ ଗଣମାଧ୍ୟକୁ ସିଧାସଳଖ କିଛି କହିନଥିଲେ ମଧ୍ୟ କିଛିଟା ହିଣ୍ଟସ୍ ଦେଇ ଲୋକଙ୍କ ପାଇଁ ସସ୍ପେନ୍ସ ରଖିଛନ୍ତି ଓଲିଉଡ୍ କୁଇନ୍ । ମାର୍ଚ୍ଚ ୭ ତାରିଖ (ଗୁରବାର) ଦିନ ସିନେମାଟି ରିଲିଜ୍ ହେବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ପୁରା ଟିମ୍ ସିନେମାର ଦମଦାର ପ୍ରମୋଶନ କରିବାରେ ବ୍ୟସ୍ତ ଅଛନ୍ତି ।

Post- 

ସିନେମା 'ବସ୍' ରେ କାହାଣୀ, ସ୍କ୍ରିନ୍‌ପ୍ଲେ ଓ କ୍ରିଏଟିଭ୍‌ ହେଡ୍‌ ଦାୟିତ୍ୱ ନିଜେ ବର୍ଷା ବହନ କରିଛନ୍ତି । ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ତ୍ରିପତି ସାହୁ । ଆର୍‌ଆର୍‌ ଇଭେଣ୍ଟ ଆଣ୍ଡ ସିନେପ୍ରଡକ୍ସନ୍‌ ବ୍ୟାନ୍‌ରରେ ନିର୍ମିତ 'ବସ୍'ର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ରମେଶ ବାରିକ । ବର୍ତ୍ତମାନ ଓଡ଼ିଶା ସଙ୍ଗୀତ ଦୁନିଆରେ ଟ୍ରେଣ୍ଡିଂରେ ଥିବା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସମୟରେ ଡାଇଲ୍‌ଗ ଲେଖିଛନ୍ତି ବିଜୟ ମଲ୍ଲ । ସିନେମାଟି ଆମ ସମାଜରେ ଘଟୁଥିବା ବିଷୟକୁ ନେଇ ପ୍ରସ୍ତୁତ ହୋଇଛି । ଏଥିସହ ସମାଜ ପାଇଁ କିଛି ବିଶେଷ ବାର୍ତ୍ତା ରହିଛି ଯାହାଦ୍ୱାରା ସିନେପ୍ରେମୀଙ୍କୁ ଅନେକ କିଛି ଶିଖିବାକୁ ମିଳିବ । ତେବେ ବର୍ଷାଙ୍କ ନୂଆ ସିନେମା 'ବସ୍' ରିଲିଜ୍ ପରେ ଦର୍ଶକ ଏହି ସିନେମାଟିକୁ କେତେ ପସନ୍ଦ କରୁଛନ୍ତି ତାହା ଜଣାପଡିବ । ପୂରା ଟିମ୍ ସିନେମାଟିକୁ ନେଇ ଖୁବ ଆଶାବାଦୀ ଥିବା ଦେଖିବାକୁ ମିଳିଛି ।

Also Read- ସପିଂ ମଲରେ ଅଘଟଣ, ସିଲିଂ ଖସି ୨ଜଣଙ୍କ ମୃତ୍ୟୁ

Also Read- Ketu Nakshatra Gochar 2024: କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିର ଫିଟିବ ଭାଗ୍ୟ