Ollywood News; "ଯୋଗିନୀ" ଏକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ରର ଶୁଭମୁକ୍ତି
Advertisement
Article Detail0/zeeodisha/odisha2215250

Ollywood News; "ଯୋଗିନୀ" ଏକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ରର ଶୁଭମୁକ୍ତି

Ollywood News: କେବଳ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ କାହାଣୀକୁ ଏତେ ବଳିଷ୍ଠ ରୂପରେ କୁହାଯାଇପାରେ ଯୋଗିନୀ ତା'ର ଏକ ଉଦାହରଣ । ଏହି ସିନେମାରେ ୨୮ଟି ନାୟିକା । 

Ollywood News; "ଯୋଗିନୀ" ଏକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ରର ଶୁଭମୁକ୍ତି

Ollywood News: ଯୋଗିନୀ ଏକ ପରୀକ୍ଷାମୂଳକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ର ଯାହା ଓଡ଼ିଆ ସିନେମା ଇତିହାସରେ କେବଳ ପ୍ରଥମ ନୁହେଁ ବରଂ ଭାରତୀୟ ସିନେମା ଦୁନିଆରେ ଏପରି ସିନେମା ଆଗରୁ ତିଆରି ହୋଇନାହିଁ । ଦଶମ / ଏକାଦଶ ଶତାବ୍ଦୀର ପୃଷ୍ଠଭୂମିରେ ତିଆରି ଏ ସିନେମାକୁ ଦେଖିଲେ ମନେ ହେବ ଯେମିତି ପୃଥିବୀର ସବୁ ସ୍ତ୍ରୀ ଲୋକମାନଙ୍କ ଭିତରେ ଗୋଟେ ଯୋଗିନୀ ଅଛି । କେବଳ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ କାହାଣୀକୁ ଏତେ ବଳିଷ୍ଠ ରୂପରେ କୁହାଯାଇପାରେ ଯୋଗିନୀ ତା'ର ଏକ ଉଦାହରଣ । ଏହି ସିନେମାରେ ୨୮ଟି ନାୟିକା । ପ୍ରତ୍ୟେକଙ୍କର କାହାଣୀ ପ୍ରତ୍ୟେକଙ୍କଠୁ ଭିନ୍ନ ହେଲେ, ସେଇ ଭିନ୍ନତାରେ ଯେ' କେତେ ସମାନତା ଅଛି ତାହା ଯୋଗିନୀ ଦେଖିଲେ ସହଜରେ ବୁଝି ହେଉଛି । ଯୋଗିନୀର ଉପସ୍ଥାପନା, ତା'ର ନିର୍ଦ୍ଦେଶନା, କାହାଣୀର ଆଧାର, ସଙ୍ଗୀତ, ଚିତ୍ରତ୍ତୋଳନଠୁ ପୋଷାକପତ୍ର ସବୁଥିରେ ନୂତନତ୍ତ୍ୱ ଭରି ରହିଛି । ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ପ୍ରାପ୍ତ ଯୋଗିନୀ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକ ମନର ଗଭୀର ସୁକ୍ଷ୍ମ ଅନୁଭୂତିକୁ ଛୁଇଁଛି ।

ପ୍ରତ୍ୟେକ ସମ୍ବେଦନଶୀଳ ମଣିଷ ଏ ସିନେମାକୁ ଗଭୀର ଭାବରେ ଉପଭୋଗ କରିବେ । ବୁଦ୍ଧିଜୀବୀ ମହଲରେ ଅନେକ ଆଦୃତ ମଧ୍ୟ ହେଇଚି ଯୋଗିନୀ । ଏ ସିନେମାର ପ୍ରଯୋଜନା ସୁପ୍ରସିଦ୍ଧ ଗାୟିକା ସୁସ୍ମିତା ଦାସ ଏବଂ ସୁପ୍ରସିଦ୍ଧ ଲେଖିକା ଓ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିୟତ ପ୍ରଜ୍ଞା ତ୍ରିପାଠୀ କରିଛନ୍ତି । ସୁପ୍ରସିଦ୍ଧ କବି ଓ ଚିନ୍ତକ ହରପ୍ରସାଦ ଦାସଙ୍କ କବିତା ଏ ଚଳଚ୍ଚିତ୍ରର କାହାଣୀ । ସିନେମା ନିର୍ଦ୍ଦେଶନା ଦେଇଛନ୍ତି ବିୟତ ପ୍ରଜ୍ଞା ତ୍ରିପାଠୀ । ଏ ସିନେମା ର ୨୮ଟି ଗୀତ ଯାକ ଗୀତ ଗାଇଛନ୍ତି ସୁସ୍ମିତା ଦାସ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହନ୍ତି । ଚିତ୍ରତ୍ତୋଳନ କରିଛନ୍ତି ଓଡ଼ିଆ ସିନେମା ଜଗତର ପ୍ରସିଦ୍ଧ କ୍ୟାମେରାମ୍ୟାନ ଧ୍ରୁବାନନ୍ଦ ପଣ୍ଡା । ନୃତ୍ୟ ନିର୍ଦ୍ଦେଶନା ବିୟତ ପ୍ରଜ୍ଞା ତ୍ରିପାଠୀ ଓ ସଫିଉଲ ହକ୍ । ପୋଷାକ ସାଜସଜ୍ଜା ବିଜ୍ଞାନ ପ୍ରଜ୍ଞା ପାଣି । ଏଡିଟିଂ କରିଛନ୍ତି ରାଜେଶ ଦାଶ ଓ ସାଉଣ୍ଡ ଡିଜାଇନ କରିଛନ୍ତି ନିତ୍ୟ ଶ୍ରୀରଞ୍ଜନ । ଯୋଗିନୀ ଗୋଟେ କାଳଜୟୀ ସିନେମା । ପୃଥିବୀ ଯେତେ ପୁରୁଣା ହେଲେ ବି ଏ ସିନେମା ସବୁଦିନେ ସମକାଳୀନ ହୋଇ ରହିବ ବୋଲି ନିର୍ଦ୍ଦେଶକ ମତ ଦେଇଛନ୍ତି ।

Also Read- Budh Gochar 2024: ମେଷ ରାଶିରେ ବୁଧ ଚଳନ, ୩ ରାଶିକୁ ବ୍ୟବସାୟ ଓ ଚାକିରିରେ ଲାଭ

Also Read- ପୁଣି ଫେରିବ ଅତୀତ ! ଦୀର୍ଘ ୨୨ ବର୍ଷ ପରେ ସିଦ୍ଧାନ୍ତ-ରଚନାଙ୍କ ନୂଆ ଫିଲ୍ମ