Actor Death: ସିନେ ଜଗତରୁ ସାମ୍ନାକୁ ଆସିଲା ଦୁଃଖଦ ଖବର, ଆଉ ନାହାଁନ୍ତି ଏହି ଲୋକପ୍ରିୟ ଅଭିନେତା...
Advertisement
Article Detail0/zeeodisha/odisha2217128

Actor Death: ସିନେ ଜଗତରୁ ସାମ୍ନାକୁ ଆସିଲା ଦୁଃଖଦ ଖବର, ଆଉ ନାହାଁନ୍ତି ଏହି ଲୋକପ୍ରିୟ ଅଭିନେତା...

ସିନେ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷୀୟ ଲୋକପ୍ରିୟ ହଲିଉଡ ଅଭିନେତା ଏହି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ଜଣାଶୁଣା ଅଭିନେତା ଜର୍ଜ ଗିଲବେ ଆଉ ଆମ ସହିତ ନାହାଁନ୍ତି। ଆପଣ ନିଶ୍ଚିତ ଭାବରେ ତାଙ୍କୁ ବିଗ୍ ବ୍ରଦର ‘ସେଲିବ୍ରିଟି ବିଗ୍ ବ୍ରଦର ’ରେ ଦେଖିଥିବେ। ଏହା ବ୍ୟତୀତ ସେ ଲୋକପ୍ରିୟ ସୋ 'ଗଗଲବକ୍ସ' ପାଇଁ ମଧ୍ୟ ସେ

Actor Death: ସିନେ ଜଗତରୁ ସାମ୍ନାକୁ ଆସିଲା ଦୁଃଖଦ ଖବର, ଆଉ ନାହାଁନ୍ତି ଏହି ଲୋକପ୍ରିୟ ଅଭିନେତା...

Actor Death: ସିନେ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷୀୟ ଲୋକପ୍ରିୟ ହଲିଉଡ ଅଭିନେତା ଏହି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ଜଣାଶୁଣା ଅଭିନେତା ଜର୍ଜ ଗିଲବେ ଆଉ ଆମ ସହିତ ନାହାଁନ୍ତି। ଆପଣ ନିଶ୍ଚିତ ଭାବରେ ତାଙ୍କୁ ବିଗ୍ ବ୍ରଦର ‘ସେଲିବ୍ରିଟି ବିଗ୍ ବ୍ରଦର ’ରେ ଦେଖିଥିବେ। ଏହା ବ୍ୟତୀତ ସେ ଲୋକପ୍ରିୟ ସୋ 'ଗଗଲବକ୍ସ' ପାଇଁ ମଧ୍ୟ ସେ ଖୁବ୍ ଲୋକପ୍ରିୟତା ଭାଜନ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେ ଆଉ ଆମ ମଧ୍ୟରେ ନାହାଁନ୍ତି। ମାର୍ଚ୍ଚ ୨୭ ରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଏବେ ଏହି ଖବର ସାମ୍ନାକୁ ଆସିଛି।

ବର୍ତ୍ତମାନ ତାଙ୍କ ମୃତ୍ୟୁ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। କିଛି କାମ କରୁଥିବା ସମୟରେ ସେ ପ୍ରାୟ ୮୦ ଫୁଟ ଉପରୁ ଖସିବା କାରଣରୁ ତାଙ୍କୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ତାଙ୍କ ମୃତ୍ୟୁର କାରଣ ହେଉଛି ମୁଣ୍ଡ ଓ ଶରୀରରେ ଗଭୀର ଆଘାତ। ଅଭିନେତା ପ୍ଲାଷ୍ଟିକ ସ୍କାଏଲାଇଟ୍ ରୁ ଖସି ପଡ଼ିବା କାରଣରୁ ଏପରି ଅଘଟଣ ଘଟିଛି ଏବଂ ପୋଷ୍ଟ ମର୍ଟମ ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ଉଚ୍ଚତାରୁ ଖସିଯିବା କାରଣରୁ ତାଙ୍କୁ ଗଭୀର ଆଘାତ ଲାଗି ପ୍ରାଣହାନୀ ହୋଇଛି। ବର୍ତ୍ତମାନ ତଦନ୍ତ ସ୍ଥଗିତ ରଖାଯାଇଛି କିନ୍ତୁ ଏସେକ୍ସ ପୋଲିସ ଏବଂ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପରିଚାଳକଙ୍କ ଦ୍ୱାରା ତଦନ୍ତ ଜାରି ରହିଛି।

ଚରମ ଅବହେଳା ଦ୍ୱାରା ହତ୍ୟା ଅଭିଯୋଗରେ ଅଭିନେତାଙ୍କ ଜଣେ ସହକର୍ମୀଙ୍କୁ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ତାଙ୍କୁ ମୁକ୍ତ କରାଯାଇଛି। ତେବେ ଯେତେବେଳେ ଅଭିନେତାଙ୍କ ସହିତ ଏହି ଦୁର୍ଘଟଣା ଘଟିବା ପରେ ତାଙ୍କ ଏକ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା।ଏୟାର ଆମ୍ବୁଲାନ୍ସ ପଠାଇବା ପରେ ମଧ୍ୟ ତାଙ୍କୁ ବଞ୍ଚାଇବା ଅସମ୍ଭବ ହୋଇଥିବା।