HBD Shraddha Kapoor: କେତେ କୋଟି ସମ୍ପତ୍ତିର ମାଲିକାଣୀ ଶ୍ରଦ୍ଧା କପୁର, ଜାଣିଛନ୍ତି କି?
Advertisement
Article Detail0/zeeodisha/odisha2138657

HBD Shraddha Kapoor: କେତେ କୋଟି ସମ୍ପତ୍ତିର ମାଲିକାଣୀ ଶ୍ରଦ୍ଧା କପୁର, ଜାଣିଛନ୍ତି କି?

HBD Shraddha Kapoor: ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ  ଆଜି ଜନ୍ମଦିନ। ୧୯୮୯, ମାର୍ଚ୍ଚ ୮ ତାରିଖରେ ଶ୍ରଦ୍ଧା ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ଅଭିନେତା ଶକ୍ତି କପୁରଙ୍କ ଝିଅ ହେଉଛନ୍ତି ଶ୍ରଦ୍ଧା। ତେବେ ପିଲାବେଳୁ ଅଭନୟ କ୍ଷେତ୍ରରେ ରୁଚି ରଖୁଥିବା ଶ୍ରଦ୍ଧା ଆଜି ବଲିଉଡରେ ଜଣେ ସଫଳ ଅଭିନେତ୍ରୀ । ତେବେ, ତାଙ୍କ ଜନ୍ମଦିନ ବିଷୟରେ ଆସନ୍ତୁ ଜାଣିବା କିଛି ରୋଚକ କଥା...

ସୌଜନ୍ୟ- ସୋସିଆଲ ମିଡି଼ଆ

ଶ୍ରଦ୍ଧା କପୁର, ଫିଲ୍ମ 'ତିନ୍ ପତି' (Teen Patti)ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ, ୨୦୧୧ ମସିହାରେ 'ଲଭ୍ କା ଦି ଏଣ୍ତ' (Love Ka The End) ଫିଲ୍ମରେ ଦମଦାର ଅଭିନୟ କରିଥିଲେ। ଯେଉଁଥି ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିଥିଲା।  ଏହା ପରେ ସେ ଆଦିତ୍ୟ ରୟ କାପୁରଙ୍କ ସହ ୨୦୧୩ ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଆଶିକି ୨' ରେ କାମ କରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ହିଟ୍ ହୋଇଥିଲା ଏବଂ ଆଦିତ୍ୟ-ଶ୍ରଦ୍ଧାଙ୍କ କ୍ରେମେଷ୍ଟ୍ରିକୁ ଲୋକମାନେ ବେଶ୍ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ଶ୍ରଦ୍ଧା କପୁରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ସେ ' ଏକ ଭିଲେନ୍' , ' ଏବିସିଡି ୨' ,' ସ୍ତ୍ରୀ ', ବାଗି' ,  ' ସାହୋ' , ଛିଚୋର ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ (Tu Jhoothi Main Makkar) ' ତୁ ଝୁଟି ମେଁ ମକ୍କାର'  ରେ ରଣବୀର କପୁରଙ୍କ ସହ ଦେଖିବାକୁ ମିଳିଥିଲା ​​ଏବଂ ଏହା ଏକ ହିଟ୍ ହୋଇଥିଲା।

କେତେ କୋଟିର ମାଲିକାଣୀ ଶ୍ରଦ୍ଧା କପୁର :

ଯଦି ଆମେ ଅଭିନେତ୍ରୀଙ୍କ ମୋଟ୍ ସମ୍ପତ୍ତି ବିଷୟରେ କଥା ହେବା , ତେବେ ସେ ମୋଟ୍ ୫୭ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ଅଟନ୍ତି। ଏବଂ ଗୋଟିଏ ଫିଲ୍ମ କରିବା ପାଇଁ ପ୍ରାୟ ୫ରୁ ୬ କୋଟି ଚାର୍ଜ କରନ୍ତି। ଏହା ସହିତ, ଅଭିନେତ୍ରୀଙ୍କର ଜୁହୁରେ  ଏକ  ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ଏହା ବ୍ୟତୀତ ସେ ଦାମୀ କାର ଚଢିବାକୁ ମଧ୍ୟ ଭଲ ପାଆନ୍ତି । ଗତ ବର୍ଷ ଏହି ଅଭିନେତ୍ରୀ ଲମ୍ବୋର୍ଗିନି ହୁରାକାନ୍ ଟେକ୍ନିକା କିଣିଥିଲେ ଯାହାର ମୂଲ୍ୟ 4 କୋଟି ଟଙ୍କା ଥିଲା। ଏହା ବ୍ୟତୀତ ତାଙ୍କ ପାଖରେ ୮୦ ଲକ୍ଷ ଟଙ୍କା ମୂଲ୍ୟର ଏର ଅଡି Q7, ୨ କୋଟି ମୂଲ୍ୟର BMW ୭ ଏବଂ ୧  କୋଟିରୁ ଅଧିକ ମୂଲ୍ୟର ମର୍ସିଡିଜ୍-ବେଞ୍ଜ୍ ଜିଏଲ୍ ଭଳି କାର ରହିଛି।