HBD Allu Arjun: ବହୁ ପ୍ରତୀକ୍ଷା ପରେ ରିଲିଜ ହେଲା ପୁଷ୍ପା-2 ର ଟିଜର୍, ଅଲ୍ଲୁଙ୍କ ନୂଆ ଲୁକ୍ ଦେଖି ଫ୍ୟାନ୍ସ ଫିଦା...
Advertisement
Article Detail0/zeeodisha/odisha2194562

HBD Allu Arjun: ବହୁ ପ୍ରତୀକ୍ଷା ପରେ ରିଲିଜ ହେଲା ପୁଷ୍ପା-2 ର ଟିଜର୍, ଅଲ୍ଲୁଙ୍କ ନୂଆ ଲୁକ୍ ଦେଖି ଫ୍ୟାନ୍ସ ଫିଦା...

HBD Allu Arjun: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ (Allu Arjun) । ତାଙ୍କୁ କିଏ ବା ନଜାଣେ। କେବଳ ଭାରତରେ ନୁହେଁ ବିଦେଶରେ ବି ଅଲ୍ଲୁଙ୍କ ଫ୍ୟାନ୍ସ ରହିଛନ୍ତି । ଆଜି ଏହି ସୁପରଷ୍ଟାରଙ୍କ ଜନ୍ମଦିନ। ୧୯୮୨ ମସିହା ଆଜିକା ଦିନରେ ଅଲ୍ଲୁ ତାମିଲନାଡୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଅଭିନେତା ତାଙ୍କ ୪୨ତମ (Allu Arjun 42th Birthday)ଜନ୍ମଦିନ ବେଶ୍ ଧୁମଧାମରେ ପାଳନ କରିଛନ୍ତି। ଏ ଅବସରେ ଅଭିନେତାଙ୍କ ଆଗାମୀ ଫିଲ୍ମ 'ପୁଷ୍ପା-୨ ' ର ଟିଜର ରିଲିଜ୍ ହୋଇଛି। 

'ପୁଷ୍ପା-୨ ' ନିର୍ମାତା ଅଲ୍ଲୁଙ୍କ ଜନ୍ମଦିନରେ ଏହି ସ୍ପେଶାଲ୍ ଗିପ୍ଟ ଦେଇଛନ୍ତି। ଟିଜରରେ ଦେଖିବାକୁ ମିଳିଛି ଯେ, ଅଲ୍ଲୁ ଅର୍ଜୁନ୍ ଶାଢୀ ପିନ୍ଧି ଜବରଦସ୍ତ ଫାଇଟ୍ କରୁଛନ୍ତି । ଅଲ୍ଲୁଙ୍କ ଏହି ଲୁକ୍ ଓ ଆକ୍ସନ୍ ଦେଖି ଫ୍ୟାନ୍ସ ମାନେ ତାଜୁବ୍ ହୋଇ ଯାଇଛନ୍ତି। 'ପୁଷ୍ପା-୨'  ଫିଲ୍ମଟି କେବେ ରିଲିଜ୍ ହେବ ତାହାକୁ ଚାହିଁ ରହିଛନ୍ତି ଫ୍ୟାନ୍ସ। ତେବେ, ଫିଲ୍ମଟି ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି। 

ଅଲ୍ଲୁଙ୍କ ଜନ୍ମଦିନ ଅବସରରେ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...

ଦକ୍ଷିଣ ସିନେମାର ସବୁଠୁ ଦାମୀ ଷ୍ଟାରଙ୍କ ମାନଙ୍କ ମଧ୍ୟରେ ଅଲ୍ଲୁଙ୍କ ନାଁ ମଧ୍ୟ ସାମିଲ୍ ଅଛି।  Siasat.com ର ଏକ ରିପୋର୍ଟ ଅନୁଯାୟୀ, ଅଲୁ ଅର୍ଜୁନ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ୩୦୦ କୋଟି  ଅତି କମରେ ଚାର୍ଜ କରି ଥାଆନ୍ତି। ଫିଲ୍ମ ବ୍ୟତିତ ବିଜ୍ଞାପନରୁ ମଧ୍ୟ କୋଟି କୋଟି ଟଙ୍କା ଆଦାୟ କରିଥାଆନ୍ତ। Freepressjournal.in ରିପୋର୍ଟ ଅନୁଯାୟୀ, ଅଲୁ ଅର୍ଜୁନଙ୍କ ମୋଟ୍ ସମ୍ପତ୍ତି ମୂଲ୍ୟ ପ୍ରାୟ ୪୬୦ କୋଟିରୁ ଅଧିକ ହେବ।  

ଏହା ବ୍ୟତିତ ଅଭିନେତା ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। ହାଇଦ୍ରାବାଦରେ ତାଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ଯାହା ଜୁବଲି ହିଲ୍ସରେ ରହିଛି। ୮,୦୦୦ ବର୍ଗଫୁଟରେ ଏହି ବଙ୍ଗଳା ରହିଥିବା ବେଳେ ଏଥିରେ ସୁଇମିଙ୍ଗ ପୁଲ୍ ମଧ୍ୟ ରହିଛି। ଏହି ବଙ୍ଗଳାର ଦାମ୍  ୧୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ହାଇଦ୍ରାବାଦ ବାହାରେ, ଅର୍ଥାତ୍ ୨୦୧୫ ମସିହାରେ ମାୟାନଗରୀ ମୁମ୍ବାଇରେ  ଅଲୁ ଅର୍ଜୁନ ଏକ ଆପାଟମେଣ୍ଟ ମଧ୍ୟ କିଣିଛନ୍ତି । ଯାହାର ମୂଲ୍ୟ ୧୦ କୋଟିରୁ ଅଧିକ ହେବ। ପୁଷ୍ପା-୨ର ଷ୍ଟାରଙ୍କ ପାଖରେ ଏକ କଳା ରଙ୍ଗର ଭ୍ୟାନିଟି ଭ୍ୟାନ୍ ରହିଛି । ଯାହାର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସେହିପରି ଅଲ୍ଲୁ ଅର୍ଜୁନ୍ ଙ୍କ ପାଖରେ ବହୁ ଦାମୀ କାର ମଧ୍ୟ ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅଲୁ ଅର୍ଜୁନଙ୍କ ପାଖରେ ବିଏମଡବ୍ଲୁ, ରେଞ୍ଜ ରୋଭର ଏବଂ ଅଡି ଭଳି ମହଙ୍ଗା କାର୍ ରହିଛି। ଏବଂ ତାଙ୍କ ପାଖରେ ଏକ BMW X6 Kuveର କାର୍ ରହିଛି । ଅଲୁ ପୋର୍ସେ (Porsche) ଏବଂ ଜାଗୁଆର ଗାଡି଼ ଚଳାଇବାକୁ ବି ପସନ୍ଦ କରନ୍ତି। ତାଙ୍କର ଏକ ମର୍ସିଡିଜ୍ GLE 350d ରହିଛି।