ଲିକ୍ ହୋଇଛି କି NEET UG ପ୍ରଶ୍ନପତ୍ର? ଭୁଲକୁ ସ୍ୱୀକାର କଲା NTA
Advertisement
Article Detail0/zeeodisha/odisha2235968

ଲିକ୍ ହୋଇଛି କି NEET UG ପ୍ରଶ୍ନପତ୍ର? ଭୁଲକୁ ସ୍ୱୀକାର କଲା NTA

NEET UG 2024 Paper Leak: ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌)-୨୦୨୪ ଆଜି ଦେଶର ୫୫୭ଟି ସହରର ୪୭୫୦ଟି ପରୀକ୍ଷା କେନ୍ଦ୍ରରେ ଏବଂ ବିଦେଶର ୧୪ଟି ସହରରେ କରାଯାଇଛି। ତେବେ ସୋସିଆଲ ମିଡିଆରେ କୁହାଯାଉଛି ଯେ ପ୍ରଶ୍ନପତ୍ର ଲିକ୍ ହୋଇଛି। ଜାଣନ୍ତୁ ଏହାର କ'ଣ ରହିଛି ସତ୍ୟତା।

 

NEET UG 2024 Paper Leak

NEET UG 2024 Paper Leak: ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌)-୨୦୨୪ ଆଜି ଦେଶର ୫୫୭ଟି ସହରର ୪୭୫୦ଟି ପରୀକ୍ଷା କେନ୍ଦ୍ରରେ ଏବଂ ବିଦେଶର ୧୪ଟି ସହରରେ କରାଯାଇଛି। ଭାରତୀୟ ସମୟ ଅନୁଯାୟୀ, ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୫.୨୦ ପର୍ଯ୍ୟନ୍ତ ଚାଲିଥିଲା। ପରୀକ୍ଷା ଶେଷ ହୋଇଥିବାବେଳେ ସୋସିଆଲ ମିଡିଆ ପୋଷ୍ଟଗୁଡିକ ଦାବି କରୁଛି ଯେ NEET UG ପ୍ରଶ୍ନପତ୍ର ଲିକ୍ ହୋଇଛି, ଯଦିଓ NTA (ପୂର୍ବ ଟ୍ୱିଟର) ରେ ନୋଟିସ୍ ସେୟାର କରି ନିଜର ଭୁଲ୍ ସ୍ୱୀକାର କରିଛି।

ଆପଣଙ୍କୁ କହିରଖୁଛୁ ଯେ, ରାଜସ୍ଥାନର ଏକ କେନ୍ଦ୍ର ବାଳିକା ଉଚ୍ଚ ମାଧ୍ୟମିକ ଆଦର ବିଦ୍ୟା ମନ୍ଦିର, ମନଟାଉନ୍, ସାୱାଇ ମାଧୋପୁରରେ ହିନ୍ଦୀ ମିଡିୟମ ଛାତ୍ରମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ଇଂରାଜୀ ମଧ୍ୟମ ପ୍ରଶ୍ନପତ୍ର ଦିଆଯାଇଛି। ଭୁଲ ପ୍ରଶ୍ନପତ୍ର ଦେବାକୁ ନେଇ NTA ନିଜର ଭୁଲ୍ ସ୍ୱୀକାର କରିଥିବାବେଳେ ପେପର୍ ଲିକ୍ ଖବରକୁ ଅସ୍ୱୀକାର କରିଛି।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) X ଆକାଉଣ୍ଟରେ ନୋଟିଫିକେସନ୍ ପୋଷ୍ଟ ସେୟାର କରିଛି। ଯେଉଁଥିରେ ଲେଖା ହୋଇଛି ଯେ NEET ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ର ବାଳିକା ଉଚ୍ଚ ମାଧ୍ୟମିକ ଆଦର୍ଶ ବିଦ୍ୟା ମନ୍ଦିର, ମନଟାଉନ୍, ସାୱାଇ ମାଧୋପୁରର ଭୁଲ ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା। ଯାହା ପରେ କିଛି ପ୍ରାର୍ଥୀ, ନିରୀକ୍ଷଣକାରୀଙ୍କ ଦ୍ୱାରା ଅଟକାଯିବା ସତ୍ତ୍ୱେ ପ୍ରଶ୍ନପତ୍ର ସହିତ ପରୀକ୍ଷା କେନ୍ଦ୍ରରୁ ବାଧ୍ୟ ହୋଇ ବାହାରକୁ ଆସିଥିଲେ। ଏହି ପରୀକ୍ଷା କେନ୍ଦ୍ର ବ୍ୟତୀତ, ନିର୍ଦ୍ଧାରିତ ସମୟରେ ପରୀକ୍ଷା ସୁରୁଖୁରୁରେ ଆରମ୍ଭ ହୋଇଥିଲା ଓ ଅନ୍ୟ ସମସ୍ତ ପରୀକ୍ଷା କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିଲା।

NTA ଆଗକୁ ଲେଖିଛି ଯେ ପ୍ରଶ୍ନପତ୍ର ସହିତ ବାହାରକୁ ଆସିଥିବା ପ୍ରାର୍ଥୀମାନେ ଅନ୍ୟ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ପରୀକ୍ଷାର ଅଖଣ୍ଡତା ଉପରେ ପ୍ରଭାବ ପକାଇ ନାହାଁନ୍ତି। ଏନଟିଆର ଜଣେ ବରିଷ୍ଠ ଅଧିକାରୀ ଏକ ଖବର ୱେବସାଇଟକୁ କହିଛନ୍ତି, 'ପେପର୍ ଲିକ୍ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ଏଓକେବଳ ଖବରକୁ ସମ୍ବେଦନଶୀଳ କରିବା ପାଇଁ ଏହା କରାଯାଉଛି। ନିୟମ ଅନୁଯାୟୀ, ଛାତ୍ରଛାତ୍ରୀମାନେ କେବଳ ପ୍ରଶ୍ନପତ୍ର ସହିତ ପରୀକ୍ଷା ପରେ ପରୀକ୍ଷା କେନ୍ଦ୍ରରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି, କିନ୍ତୁ କିଛି ଛାତ୍ର ବଳପୂର୍ବକ ବାହାରକୁ ଯାଇଥିଲେ। ଏହି କାରଣରୁ, ଅପରାହ୍ନ ପ୍ରାୟ ୪ଟା ସମୟରେ ଇଣ୍ଟରନେଟରେ ପ୍ରଶ୍ନପତ୍ର ପ୍ରସାରିତ ହୋଇଥିଲା, କିନ୍ତୁ ସେତେବେଳକୁ ଦେଶର ଅନ୍ୟ ସମସ୍ତ କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇ ସାରିଥିଲା। ତେଣୁ, NEET UG ପ୍ରଶ୍ନପତ୍ର ଲିକ୍ ହୋଇନାହିଁ।