Odisha Police Recruitment 2024: ଦଶମ ପାସ୍ କରିଥିଲେ ମିଳିବ ପୋଲିସ୍ ଚାକିରି, ଆଜିହିଁ କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha2125613

Odisha Police Recruitment 2024: ଦଶମ ପାସ୍ କରିଥିଲେ ମିଳିବ ପୋଲିସ୍ ଚାକିରି, ଆଜିହିଁ କରନ୍ତୁ ଆବେଦନ

Odisha Police Recruitment 2024: ପୋଲିସ୍ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ପୋଲିସ୍ ଚାକିରି କରିପାରିବେ ଆଶାୟୀ।  ଏନେଇ ଓଡି଼ଶା ପୋଲିସରେ ନିଯୁକ୍ତି ପାଇଁ ଓଡ଼ିଶା ପୋଲିସ୍ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।  

Odisha Police Recruitment 2024: ଦଶମ ପାସ୍ କରିଥିଲେ ମିଳିବ ପୋଲିସ୍ ଚାକିରି, ଆଜିହିଁ କରନ୍ତୁ ଆବେଦନ

Odisha Police Recruitment 2024: ପୋଲିସ୍ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ପୋଲିସ୍ ଚାକିରି କରିପାରିବେ ଆଶାୟୀ।  ଏନେଇ ଓଡି଼ଶା ପୋଲିସରେ ନିଯୁକ୍ତି ପାଇଁ ଓଡ଼ିଶା ପୋଲିସ୍ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।  ଆଶାୟୀମାନେ (Odisha Police Directory)ର ଅଫିସିଆଲ୍ ଓ୍ବେବସାଇଟ୍ https://odishapolice.gov.in/କୁ ଯାଇ ଦେଖିପାରିବେ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଏହି ନିଯୁକ୍ତି ପ୍ରକ୍ରିୟାରେ ତିନି ହଜାରରୁ ଅଧିକ ପଦବୀ ପୂରଣ ହେବ। ବିଶେଷ କରି ଦଶମ ପାଶ୍ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା:
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହୋଇପାରିବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

ଏହି ସବୁ ପଦବୀ ପଡି଼ଛି ଖାଲି:
 -ପୋଲିସ୍ SI- ପାଇଁ  ୭୦୪ଟି ପୋଷ୍ଟ୍‌ 
-ସଶସ୍ତ୍ର SI ପାଇଁ ୯୫ଟି ପୋଷ୍ଟ୍‌ 
-ସିପାହୀ / କନଷ୍ଟେବଲ୍ ବାଟାଲିଅନ୍ – ୧୫୧୩ଟି ପୋଷ୍ଟ୍‌
-ଡ୍ରାଇଭର MT – ୪୦୫ଟି ପୋଷ୍ଟ୍‌
-ଜୁନିଅର କ୍ଲର୍କ– ୧୭୭ଟି ପୋଷ୍ଟ୍‌
କନଷ୍ଟେବଲ୍ କମ୍ୟୁନିକେସନ ( ଯୋଗାଯୋଗ )– ୩୦୦ଟି ପୋଷ୍ଟ୍‌
ମୋଟ୍ ପଦବୀ ସଂଖ୍ୟା -୩୦୯୯

ଶିକ୍ଷାଗତ ଯୋଗ୍ୟତା :
-ପୋଲିସର SI / ସଶସ୍ତ୍ର SI ଯେକୌସି ବିଷୟରେ ସ୍ନାତକ କରିଥିବା ଆବଶ୍ୟକ ।  
-ସିପାହୀ / କନଷ୍ଟେବଲ୍ ବାଟାଲିଅନ୍ ପାଇଁ ଦଶମ ପାଶ୍‌ ଶିକ୍ଷାଗତ ଯୋଗ୍ୟତା ରହିଛି।  
-ଡ୍ରାଇଭର MT – ଦଶମ ପାଶ ସହିତ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ରହିଛି।
- ଜୁନିଅର କ୍ଲର୍କ ପାଇଁ ଯେକୌସି ବିଷୟରେ ସ୍ନାତକ କରିଥିବା ଆବଶ୍ୟକ।  
-କନଷ୍ଟେବଲ୍ କମ୍ୟୁନିକେସନ ( ଯୋଗାଯୋଗ ) – ପଦାର୍ଥ ବିଜ୍ଞାନ / ରସାୟନ ବିଜ୍ଞାନ ଏବଂ ଗଣିତ ସହିତ +2 ପାଶ୍ କରିଥିବା ଆବଶ୍ୟକ।