JEE ଓ NEET ପାଇଁ କେନ୍ଦ୍ର ସରକାର ପ୍ରଦାନ କରାଇବେ ମାଗଣା କୋଚିଂ, ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ
Advertisement
Article Detail0/zeeodisha/odisha1999223

JEE ଓ NEET ପାଇଁ କେନ୍ଦ୍ର ସରକାର ପ୍ରଦାନ କରାଇବେ ମାଗଣା କୋଚିଂ, ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ

JEE, NEET Free Coaching: JEE ଓ NEET ପରୀକ୍ଷା ହେଉଛି ଦେଶର ସବୁଠାରୁ ବଡ ପରୀକ୍ଷା, ଯେଉଁଥିରେ ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା ଅଂଶଗ୍ରହଣ କରନ୍ତି । ତେଣୁ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ ଅତୁଳନୀୟ, ଯଦିଓ ସମସ୍ତ ପିଲା ପ୍ରସ୍ତୁତି ପାଇଁ ସଠିକ୍ ମାର୍ଗଦର୍ଶନ ପାଇ ନଥାନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । 

 

JEE, NEET Free Coaching

JEE, NEET Free Coaching: ନେସନାଲ ଟେଷ୍ଟିଂ ଏଜେନ୍ସି JEE Main 2024 ଓ NEET 2024 ପରୀକ୍ଷାର ତାରିଖ ପ୍ରକାଶ କରିଛି । JEE ମେନ୍ ଅଧିବେଶନ-1 ପାଇଁ ପଞ୍ଜୀକରଣ ସରିଛି । NEET 2024 ପରୀକ୍ଷା ମେ ମାସରେ ହେବାକୁ ଯାଉଛି ଓ ଏହାର ବିଜ୍ଞପ୍ତି ଶୀଘ୍ର ପ୍ରକାଶ ପାଇବ । ଏହି ସମୟରେ, JEE ଓ NEET ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ନିକଟରେ JEE ଓ NEET ପ୍ରସ୍ତୁତି ପାଇଁ ଏକ ମାଗଣା କୋଚିଂ ପୋର୍ଟାଲ ଆରମ୍ଭ କରିଛି । ଏହି ପୋର୍ଟାଲର ନାମ ହେଉଛି 'SATHEE' । JEE ପ୍ରସ୍ତୁତି ପାଇଁ SATHEE ହେଉଛି JEE ପୋର୍ଟାଲ୍ ଓ SATHEE NEET ପୋର୍ଟାଲ୍ NEET ପ୍ରସ୍ତୁତି ପାଇଁ ରହିଛି । ଏହି ପୋର୍ଟାଲ ମାଧ୍ୟମରେ ଇଞ୍ଜିନିୟରିଂ ଓ ମେଡିକାଲ ଆଶାୟୀଙ୍କୁ ମାଗଣା ଅନଲାଇନ୍ କୋଚିଂ ଦିଆଯିବ ।

'SATHEE'ର ଫୁଲ୍ ଫର୍ମ ହେଉଛି ସେଲ୍ଫ ଆସିସମଣ୍ଟ ଟେଷ୍ଟ ଆଣ୍ଡ ହେଲ୍ଫ ଫର୍ ଏଣ୍ଟ୍ରାସ ଏଗଜାମ୍ସ । ଶିକ୍ଷା ମନ୍ତ୍ରଣାଳୟ ଏବଂ ଆଇଆଇଟି କାନପୁର ମିଳିତ ଭାବେ ଏହି ପୋର୍ଟାଲ ନିର୍ମାଣ କରାଯାଇଛି । ଏହି କୋଚିଂ ପୋର୍ଟାଲ ମାଧ୍ୟମରେ ସେହି ଛାତ୍ରମାନଙ୍କୁ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଓ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଯୋଗାଇ ଦିଆଯିବ, ଯେଉଁମାନେ ମହଙ୍ଗା କୋଚିଂ ଫି ଦେଇ ପାରୁ ନାହାଁନ୍ତି । ଏହି ଅନଲାଇନ୍ କୋଚିଂରେ, ଆଇଆଇଟିର ବଡ଼ ବଡ଼ ପ୍ରଫେସରମାନେ ପିଲାମାନଙ୍କୁ JEE ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବେ । ଏହା ସମେତ, AIIMS ର ପ୍ରଫେସରମାନେ ଅର୍ଥାତ୍ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ NEET 2024 ପାଇଁ ପ୍ରସ୍ତୁତ କରାଇବେ ।

JEE ଓ NEET ପାଇଁ ରହିଛି ୪୫ ଦିନ କ୍ରାସ୍ କୋର୍ସ
କେନ୍ଦ୍ର ସରକାରଙ୍କ ଏହି ପୋର୍ଟାଲରେ JEE ଓ NEET ପ୍ରସ୍ତୁତି ପାଇଁ ୪୫ ଦିନିଆ କ୍ରାସ୍ କୋର୍ସ ଅଛି । ସବଜେକ୍ଟ ଓ ଟପିକ୍ ଗୁଡ଼ିକର ଲାଇଭ୍ କାର୍ଯ୍ୟସୂଚୀ ଅଛି । ଅନଲାଇନ୍ କ୍ଲାସ୍ ସମୟରେ କୌଣସି ସନ୍ଦେହ ହେଲେ ଲାଇଭ୍ ଚାଟ୍ ସୁବିଧା ମଧ୍ୟ ଉପଲବ୍ଧ । ଛାତ୍ରମାନେ ପ୍ରଶ୍ନ ଅଧିବେଶନରେ ମଧ୍ୟ ସେମାନଙ୍କର ମନକୁ ଆସୁଥିବା ପ୍ରଶ୍ନ ପଚାରିପାରିବେ । ଯଦି କୌଣସି କାରଣରୁ ଛାତ୍ରମାନେ ଲାଇଭ୍ କ୍ଲାସରେ ଯୋଗଦେବାକୁ ସକ୍ଷମ ନୁହଁନ୍ତି, ସେମାନେ ପୋର୍ଟାଲରେ ରେକର୍ଡ ହୋଇଥିବା ଭିଡିଓ ଦ୍ୱାରା ସେମାନଙ୍କର ଅଧ୍ୟୟନ ସମାପ୍ତ କରିପାରିବେ ।

ସାଥୀ ପୋର୍ଟାଲରେ ଷ୍ଟଡି ମେଟେରିଆଲ୍ ଚାରୋଟି ଭାଷାରେ ଉପଲବ୍ଧ - ଇଂରାଜୀ, ହିନ୍ଦୀ, ଓଡି଼ଆ ଓ ତେଲୁଗୁ । ପୋର୍ଟାଲରେ ଆଗାମୀ ଦିନରେ ବଙ୍ଗାଳୀ ସମେତ ୧୩ଟି ଭାଷାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧ୍ୟୟନ ସାମଗ୍ରୀ ଶୀଘ୍ର ଉପଲବ୍ଧ ହେବ ।