Rath Yatra 2023: ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ, ସେବାରେ ଲାଗିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣକାରୀ ସେବକ
Advertisement
Article Detail0/zeeodisha/odisha1697460

Rath Yatra 2023: ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ, ସେବାରେ ଲାଗିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣକାରୀ ସେବକ

Ratha Construction: ରଥ ଖଳାରେ ଜୋରସୋରରେ  ଜାରି ରହିଛି ରଥ ନିର୍ମାଣ। ତିନି ରଥର ଓଝା ସେବକ ତିନି ରଥର ପନ୍ଦାରି ,ବଳା, ପନ୍ଦାରି ଚାବି ଶେଷ ପରେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଆଦି ପ୍ରସ୍ତୁତି ଆରମ୍ଭ କରିଛନ୍ତି।

 

 

Rath Yatra 2023: ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ, ସେବାରେ ଲାଗିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣକାରୀ ସେବକ

Ratha Khala Update: ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣକାରୀ ସେବକ। ତିନି ରଥର ମୋଟ ୪୨ ଗୋଟି ଚକରୁ ୩୩ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବଡ଼଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥର ମୋଟ ୧୪ ଗୋଟି ଚକରୁ ୧୧ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ୧୨ ତମ ଚକର ତୁମ୍ବ ଅରରେ ପଇ ପିନ୍ଧା ସରି ତୁମ୍ବ ଅଖ ବିନ୍ଧର ଠେକ ତୁଲିଆ କାର୍ଯ୍ୟ ଜାରି ରହିଛି। ୧୩ ତମ ଚକର ତୂମ୍ବରେ ସିଙ୍ଗଡ଼ା ବାଡିଆ ଶେଷ ହୋଇଛି। ୧୪ ତମ ତଥା ଶେଷ ଚକ ତୂମ୍ବରେ ଅର ସଂଯୋଗ ହୋଇ ଯନ୍ତାଗାଡ଼ ଠାରେ ତୁମ୍ବ ରେ ସଂଯୋଗ ଅରରେ କଣ୍ଟା ବାଡ଼ିଆ କାର୍ଯ୍ୟ ବାକି ରହିଛି। ତାଳଧ୍ଵଜ ରଥର ବାକି ୬ ଗୋଟି ଅଖର ଦୁଇ ପାର୍ଶ୍ୱ ମୁହଁର ଗୋଳେଇ କାର୍ଯ୍ୟ ଆରମ୍ଭ ହୋଇଛି। 

ସେହିପରି ଭଉଣୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ରଥର ଦଶମ ଚକର ତୂମ୍ବରେ ପଇ ପିନ୍ଧା ସରି ତୁମ୍ବ ଅଖ ବିନ୍ଧର ଠେକ ତୁଲିଆ କାର୍ଯ୍ୟ ସମ୍ପୂର୍ଣ ହୋଇଛି। ପଇ କଳଶା ପରେ ଅରରେ ପଇ ମଜବୁତ ହୋଇ ରହିବା ପାଇଁ ପଇ ବିନ୍ଧରେ କିଳା ବାଡ଼ିଆ ବା ବିଲେଇ ବାଡ଼ିଆ କାର୍ଯ୍ୟ ବାକି ରହିଛି। ୧୧ ତମ ଚକର ପଇ ପିନ୍ଧା ସରି ଠେକ ତୁଲୁଆ ଏବଂ ପଇ କଳଶା ବାକି ରହିଛି। ଦେବୀ ରଥର ଶେଷ ଚକ ବା ୧୨ ତମ ଚକର ତୂମ୍ବରେ ଅର ସଂଯୋଗ ବାକି ରହିଛି। ଏହା ସହିତ ଆଜି ଦର୍ପଦଳନ ଅର୍ଥାତ ଦେବୀ ରଥର ବାକି ୫ ଗୋଟି ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ସେହିପରି ଲୀଳମୟ ତଥା ବିଶ୍ୱନିୟନ୍ତା କାଳିଆ ଠାକୁର ଜଗନ୍ନାଥଙ୍କ ରଥ ନନ୍ଦିଘୋଷର ଆଜି ସୁଦ୍ଧା ମୋଟ ୧୬ ଗୋଟି ଚକରୁ ୧୩ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ୧୪ତମ ଚକ ପାଇଁ ପଇ ବିନ୍ଧ ଜାରି ରହିଛି। ପଇ ବିନ୍ଧ ପରେ ଅରରେ ପଇ ସଂଯୋଗ ହୋଇ କଳଶା କାଯ୍ୟ ହେବ। ୧୫ ତମ ଚକର ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇଛି। ଶେଷ ୧୬ତମ ଚକ ପାଇଁ ଅର ଶାଲ ଶେଷ ହୋଇଛି, ତୂମ୍ବରେ ସିଙ୍ଗଡ଼ା ବାଡ଼ିଆ ବାକି ଅଛି । ନନ୍ଦିଘୋଷ ରଥର ବାକି ୭ ଗୋଟି ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। 

କରତି ସେବକ ତାଳଧ୍ୱଜ ରଥର ୪୦ ଫୁଟିଆ ପୋଲ ଗୟଳ କାଠର ଦୁଇ ପାର୍ଶ୍ୱ ଚିତା କାର୍ଯ୍ୟ ଶେଷ କରି ଆଜି ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ତିନି ରଥର ରୂପକାର ସେବକ ତିନିରଥ ପାଇଁ ଉଦିଷ୍ଟ କୋଣ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିବା ସହ ଖୋଦେଇ ଶେଷ ହୋଇଥିବା ରୂପର ପଲିସ କାର୍ଯ୍ୟ କରିବା ଜାରି ରଖିଛନ୍ତି। ତିନିରଥର ଓଝା ସେବକ ତିନି ରଥର ପନ୍ଦାରି ,ବଳା, ପନ୍ଦାରି ଚାବି ଶେଷ ପରେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଆଦି ପ୍ରସ୍ତୁତି ଆରମ୍ଭ କରିଛନ୍ତି।