Mahanadi River Water Row: ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ବାହାରିବ କି ସମାଧାନର ବାଟ ?
Advertisement
Article Detail0/zeeodisha/odisha1704143

Mahanadi River Water Row: ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ବାହାରିବ କି ସମାଧାନର ବାଟ ?

Mahanadi River Water Row News In Odia: ମହାନଦୀ ଜଳବିବାଦ ମାମଲା (Mahanadi River Water Row)। ହୀରାକୁଦରେ ପହଞ୍ଚିଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ନିକଟରେ ୨ ଟି ପ୍ରର୍ଯ୍ୟାୟରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ରେ ୫୦ ଜଣିଆ ଟିମ ଛତିଶଗଡରେ କ୍ଷେତ୍ର ପରିଦର୍ଶନ କରିଥିଲେ । ଆଜିଠାରୁ ଟ୍ରିବ୍ୟୁନାଲ ଟିମ୍ ଓଡିଶାରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଛି । ମହାନଦୀ ଜଳବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଟିମ୍ ତାର ତୃତୀୟ ପ୍ରଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ହୀରାକୁଦରେ ପହଂଚିଛନ୍ତି । ପଢନ୍ତୁ ପୁରା ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Mahanadi River Water Row News In Odia: ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲ ଟିମ(Mahanadi Tribunal Team) । ଶୁକ୍ରବାର ଦିନ ଠାରୁ ଏହି ଟିମ ସମ୍ବଲପୁରରେ(Sambalpur) ପହଂଚି ଥିବା ବେଳେ ହୀରାକୁଦ ଅଶୋକ ନିବାସରେ ରହିଛନ୍ତି ଟିମର ସଦସ୍ୟ । ଏହି ଟିମରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏ. ଏମ ଖାନ୍ୱିଳିକାରଙ୍କ ସହ ତିନି ଜଣିଆ ବିଚାରପତି ଦଳ ସମେତ ବିଶେଷଜ୍ଞ ଓ  ଆସେସର  ରହିଛନ୍ତି । ସେହିଭଳି ଭାବରେ ଛତିଶଗଡ ଓ ଓଡିଶା ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ସହ ଓକିଲ  ମାନେ ମଧ୍ୟ ରହିଛନ୍ତି । ଆଜି ହୀରାକୁଦ ଡ୍ୟାମ (Hirakud Dam) ଓ ଏହାର ଆଖ ପାଖର ମହାନଦୀ କ୍ଷେତ୍ର ପରିଦର୍ଶନ କରିଛନ୍ତି ମହାନଦୀ ଟ୍ରିବୁନାଲ ଟିମ(Mahanadi Tribunal Team) । ଆଜି ବୁର୍ଲା ପଟେ ଥିବା ଡ୍ୟାମରେ ଟ୍ରିବ୍ୟୁନାଲ ଟିମ୍ ପହଂଚି ଡ୍ୟାମର ଆନୁସଙ୍ଗିକ  ବ୍ୟବସ୍ଥା ଓ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲା ପ୍ରଶାସନ ତଥା ଜଳ ସମ୍ପଦ ବିଭାଗ  ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଯେମିତି କି ହୀରାକୁଦ ନଦୀ ବନ୍ଧର ଜଳସ୍ତର ତାର ଭୌଗଳିକ ସ୍ଥିତି କେଉଁ କେଉଁ ଅଞ୍ଚଳରେ ସ୍ଥିତି କେମିତି ରହିଛି ।

କେଉଁ ମାସରେ ନଦୀ ବନ୍ଧରେ ପାଣି କେତେ ରହେ କେତେ କମ ରହିଛି, ଜଳ ସଂରକ୍ଷଣ ସହ ବ୍ୟାରେଜ ନିର୍ମାଣ ସେ ସବୁ ଦିଗ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ଯେ ହେତୁ ଛତିଶଗଡରେ ବ୍ୟାରେଜ ଉପରେ ବ୍ୟାରେଜ ନିର୍ମାଣ ଚାଲିଥିବା ବେଳେ ଓଡିଶା ରେ ହୀରାକୁଦକୁ ଛାଡି ଦେଲେ ଆଜକୁ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ ହେବ ମହାନଦୀ ଜଳ ସଂରକ୍ଷଣ ପାଇଁ  ନା କୌଣସି  ବ୍ୟାରେଜ ନିର୍ମାଣ ହୋଇ ପାରିଛି ନାଁ କୌଣସି ବନ୍ଧ । ସେଥିପାଇଁ ମୌସୁମୀ କୁ ଛାଡି ଦେଲେ ବର୍ଷ ତମାମ ହୀରାକୁଦ ର ତଳି ଅଞ୍ଚଳକୁ ପାଣି ଆସୁ ନାହିଁ । ଦିନକୁ ଦିନ ଆହୁରି ଜଳ ସ୍ତର କମିବ ବୋଲି ଆଶା କରାଯାଉଛି ।

ଏହାବି ପଢନ୍ତୁ : Sambalpur News: ବାଃ...ବାଃ ରେ ଆଇନ ବ୍ୟବସ୍ଥା! ପୋଲିସ୍ ବାବୁ ଚା' ପିଇବାକୁ ଯାଇଥିବା ବେଳେ ଚମ୍ପଟ ମାରିଲା ଅଭିଯୁକ୍ତ

ଏହାବି ପଢନ୍ତୁ : Rajiv Gandhi-Sonia Gandhi Love Story : ଏମିତି ଆରମ୍ଭ ହୋଇଥିଲା ରାଜୀବ-ସୋନିଆଙ୍କ ଲଭଷ୍ଟୋରୀ

ଗ୍ରୀଷ୍ମ ପ୍ରବାହ ସହ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ ହେତୁ, ତଳି ଅଂଚଳରେ ଜଳ ସମସ୍ୟା ବୃଦ୍ଧି ପାଉଛି । ଦିନକୁ ଦିନ ଜଳ ସଙ୍କଟ କାରଣରୁ ଚାଷ ,କଳକାରଖାନା ତଥା ଦୈନନ୍ଦିନ ଜୀବନ ଜୀବିକା ମଧ୍ୟ ବେଶ ପ୍ରଭାବିତ ହେଉଛି। ଗତ କିଛି ଦିନ ତଳେ, ଛତିଶଗଡ଼ରେ  ୨ ଟି ପର୍ଯ୍ୟାୟରେ ପରିଦର୍ଶନ କରି ମହାନଦୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲା ଏହି ଟିମ । ଆସନ୍ତା ୩ ଦିନ ଧରି ଟ୍ରିବୁନାଲ ଟିମ ଓଡିଶାରେ ମହାନଦୀର ବିଭିନ୍ନ ସ୍ଥାନ ପରିଦର୍ଶନ କରିବ ବୋଲି ଜଣାପଡିଛି । ଅଣମୌସୁମୀ ସମୟରେ ଆଉ ପାଣି ଓଡ଼ିଶାକୁ ଆସୁନି । ସେଥିପାଇଁ ରାଜ୍ୟ ସରକାର ଶେଷରେ ଟ୍ରିବ୍ୟୁନାଲକୁ ଗଲେ । 

ତେବେ ଏଯାଏଁ କିଛି ବି ଲାଭ ହୋଇନି ।’ ସେପଟେ କାବେରୀ ବିବାଦରେ ୮ଟି ସିଡ୍ୟୁଲରେ ତଥ୍ୟ ସଂଗ୍ରହ ପାଇଁ ୨୫ ବର୍ଷ ଲାଗିଲା । ସେହିଭଳି ମହାନଦୀ ବିବାଦରେ ୬୫ ଟି ସିଡିୟୁଲରେ ତଥ୍ୟ ସଂଗ୍ରହ ହେବାକୁ ଥିବାରୁ ଏଥିପାଇଁ ୨୦୦ ବର୍ଷ ଲାଗିବ ବୋଲି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛି କଂଗ୍ରେସ । ଏଵେ ଯେହେତୁ ମହାନଦୀ ଜଳ ବିବାଦ ଘଟଣା କୋର୍ଟ ପରିସର ଭୁକ୍ତ ରହିଛି ସେଥିପାଇଁ ସମସ୍ତ କାର୍ଯ୍ୟକ୍ରମକୁ ଗୁରୁତ୍ୱ ର ସହ କାର୍ଯ୍ୟକାରୀ କରାଯାଉଛି । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ମହାନଦୀ ର ପାରିପାର୍ଶ୍ଵିକ କ୍ଷେତ୍ର ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବ ବୋଲି ଜଣାପଡିଛି ।