ସଫଳ ହେବାକୁ ପିଲାଙ୍କୁ ‘ହାରିବା’ ଶିଖାନ୍ତୁ
Advertisement
Article Detail0/zeeodisha/odisha1915611

ସଫଳ ହେବାକୁ ପିଲାଙ୍କୁ ‘ହାରିବା’ ଶିଖାନ୍ତୁ

ବିଫଳତା ହିଁ ସଫଳତାର ଜନନୀ । ଏକଥା ଅନେକ ଥର ଶୁଣିଥିବେ । କିନ୍ତୁ ନିଜ ପିଲାଙ୍କ କଥା ଉଠିଲେ ଆମେ ସେମାନଙ୍କ ବିଫଳତାକୁ ସହଜରେ ଗ୍ରହଣ କରିପାରୁନା । ଆମେ ସେମାନଙ୍କୁ ସବୁବେଳେ ସଫଳ ଦେଖିବାର ଇଛା ରଖୁ । ଯାହା ଗୋଟିଏ ମସ୍ତବଡ଼ ଭୁଲ । ଆମର ଏହି ଅଭିଳାଶା ପିଲାଙ୍କ ପାଇଁ ଅଭିଶାପ ପାଲଟିଯାଏ । ସେମାନେ ସବୁବେଳେ ଚାପରେ ରୁହନ୍ତି । ତେଣୁ ଯଦି ଆପଣ ନିଜ ପିଲାକୁ ସଫଳ ଦ

SOCIAL MEDIA

ବିଫଳତା ହିଁ ସଫଳତାର ଜନନୀ । ଏକଥା ଅନେକ ଥର ଶୁଣିଥିବେ । କିନ୍ତୁ ନିଜ ପିଲାଙ୍କ କଥା ଉଠିଲେ ଆମେ ସେମାନଙ୍କ ବିଫଳତାକୁ ସହଜରେ ଗ୍ରହଣ କରିପାରୁନା । ଆମେ ସେମାନଙ୍କୁ ସବୁବେଳେ ସଫଳ ଦେଖିବାର ଇଛା ରଖୁ । ଯାହା ଗୋଟିଏ ମସ୍ତବଡ଼ ଭୁଲ । ଆମର ଏହି ଅଭିଳାଶା ପିଲାଙ୍କ ପାଇଁ ଅଭିଶାପ ପାଲଟିଯାଏ । ସେମାନେ ସବୁବେଳେ ଚାପରେ ରୁହନ୍ତି । ତେଣୁ ଯଦି ଆପଣ ନିଜ ପିଲାକୁ ସଫଳ ଦେଖିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ସେମାନଙ୍କୁ ହାରିବା ଶିଖନ୍ତୁ । ସେମାନଙ୍କୁ ବୁଝାନ୍ତୁ ଯେ, ହାରିବା’ କିଛି ଖରାପ ନୁହେଁ । ‘ହାର’ରୁ ହିଁ ‘ଜିତ୍’ର ଶିକ୍ଷା ମିଳିଥାଏ । ସେମାନେ ଅସଫଳତାରୁ ହିଁ ସଫଳତାର ମନ୍ତ୍ର ଶିଖିଥାନ୍ତି ।

ଅସଫଳତା ସହ ଲଢ଼ିବା ଶିଖାନ୍ତୁ

ସଫଳାତ ପାଇବା ଶିଖାଇବା ବଦଳରେ ପିଲାଙ୍କୁ ଅସଫଳତା ସହିତ ଲଢିବା ଶିଖାନ୍ତୁ । ଦେଖିବେ ଆପଣଙ୍କ ପିଲା ଆପେ ଆପେ ସଫଳ ହେବ । ଯେଉଁ ମାତାପିତା ନିଜ ପିଲାଙ୍କ ଅସଫଳତା ଓ ଭୁଲକୁ ନେଇ ସକରାତ୍ମକ ମନୋଭାବ ରଖନ୍ତି ସେମାନଙ୍କ ପିଲା ଶିଖିବାର ମଜା ନିଅନ୍ତି । ଅଭିଭାବକ ଭାବେ ସେହି ଉପାୟ ଉପରେ ଗୁରୁତ୍ୱ ଦିଅନ୍ତୁ ଯାହା ସଫଳତା ପାଇଁ ଜରୁରୀ । ଅସଫଳତା ସଫଳତାର ଲଂଚ୍ ପ୍ୟାଡ୍ ହୋଇପାରେ ।

ପରାଜୟକୁ ସ୍ୱୀକାର କରିବା ଶିଖାନ୍ତୁ

ଶୁଣିବାକୁ ଏହା ଅଜବ ଲାଗିପାରେ କିନ୍ତୁ ଏହାହିଁ ଅଭିଭାବକ ଭାବେ ପଜିଟିଭ୍ ଆଟିଟ୍ୟୁଡ୍ ।  କିଛି ଅଭିଭାବକ ନିଜ ପିଲାଙ୍କୁ କମ ବୟସରୁ ସଫଳତାର ପାଠ ପଢାଇବା ଲାଗନ୍ତି । ଏଭଳି ପିଲା ପ୍ରାରମ୍ଭରେ ସଫଳ ହୋଇପାରନ୍ତି ସତ କିନ୍ତୁ ଆଗକୁ ଜୀବନରେ ସେମାନଙ୍କୁ ଅସଫଳତା ମିଳିଥାଏ । ଫଳରେ ସେମାନେ ସେହି ପରାଜୟକୁ ସହଜରେ ସ୍ୱୀକାର କରନ୍ତି ନାହିଁ । ତେଣୁ ପିଲାଙ୍କ ମନରେ ସଫଳତା ଓ ଅସଫଳତା ଭଳି କଥା ଆସିବାକୁ ଦିଅନ୍ତୁ ନାହିଁ । ଆପଣ ସେମାନଙ୍କୁ ନିଜ ଅସଫଳତାର କାହାଣୀ ଶୁଣାଇ ପ୍ରେରିତ କରନ୍ତୁ । ହାରିଲା ପରେ ଆପଣ କେମିତି ଜିତିଲେ ସେମାନଙ୍କୁ କୁହନ୍ତୁ । ଦେଖିବେ ସେମାନେ ଆପଣଙ୍କ କାହାଣୀ ଶୁଣି ପ୍ରେରିତ ହେବେ । ନୂଆ କିଛି କରିବାକୁ ଚାହିଁବେ । ସଫଳତା ଓ ବିଫଳତା କଥା ନଭାବି ସେମାନେ ଲଢିବା ଶିଖିବେ ।

ସେମାନଙ୍କୁ ସେମାନଙ୍କ ’ଶକ୍ତି’କୁ ଚିହ୍ନାନ୍ତୁ

ଅଭିଭାବକ ଭାବେ ଏହା ଆମ ଦାୟିତ୍ୱ ଯେ, ଆମେ ଆମ ପିଲାଙ୍କୁ ସେମାନଙ୍କ ଶକ୍ତି ବାବଦରେ ଜଣାଇବା । ଯଦ୍ୱାରା ସେମାନେ ଜୀବନର ଆରମ୍ଭରୁ ହିଁ ନିଜ ଲକ୍ଷ୍ୟ ନିର୍ଧାରିତ କରିପାରିବେ । ପିଲାବେଳୁ ହିଁ ସେମାନେ ଜାଣିଯିବେ ଯେ, ଜିତିବା ପାଇଁ ବେଳେବେଳେ ହାରିବା ମଧ୍ୟ ଜରୁରୀ । ଗୋଟିଏ ପିଲା ସବୁବେଳେ ମାତାପିତାଙ୍କ ସମର୍ଥନ ଓ ପ୍ରଶଂସା ଚାହେଁ । ତାକୁ ପ୍ରଶଂସା କରିବାରେ କଂଜୁସି କରନ୍ତୁ ନାହିଁ ।

ଅସଫଳତାରୁ ବାହାରିବାକୁ ଦିଅନ୍ତୁ

ଅଭିଭାବକ ଭାବେ ଆପଣଙ୍କ କର୍ତ୍ତବ୍ୟ ହେଉଛି ନିଜ ସନ୍ତାନକୁ ପ୍ରେରିତ କରିବା,ତା’ ପଛରେ ଛିଡ଼ା ହେବା । କିନ୍ତୁ ଯଦି ଜୀବନର କୌଣସି ମୋଡରେ ସେ ଅସଫଳତାର ସମ୍ମୁଖୀନ ହୁଏ ତେବେ ତାକୁ ତା’ ଲଢେଇ ଲଢିବାକୁ ଦିଅନ୍ତୁ । ଆପଣଙ୍କ କର୍ତ୍ତବ୍ୟ କେବଳ ତାକୁ ସମର୍ଥନ କରିବା ପର୍ଯ୍ୟନ୍ତ ସୀମିତ ରହିବା ଆବଶ୍ୟକ । ଏଭଳି ପରିସ୍ଥିତିରେ ପ୍ରୋତ୍ସାହନ ଦିଅନ୍ତୁ ଓ ବାଟ ଦେଖାନ୍ତୁ । କିନ୍ତୁ ତାକୁ ଏକୁଟିଆ ଲଢିବାକୁ ଦିଅନ୍ତୁ । କାରଣ ସମସ୍ୟା ସହିତ ଏକୁଟିଆ ମୁହାଁମୁହିଁ ହେଲେ ହିଁ ଜଣେ ପିଲା ନିଜ ସାମର୍ଥ୍ୟକୁ ଚିହ୍ନି ପାରିବ । ତେଣୁ ନିଜ ପିଲାଙ୍କୁ ପିଲା ବେଳୁ ହିଁ ‘ହାର୍’ ସହିତ ମୁହାଁମୁହିଁ ହେବାର ଶିକ୍ଷା ଦିଅନ୍ତୁ । ହାରିକି ପୁଣି ଲଢିବାକୁ ପ୍ରେରିତ କରନ୍ତୁ ।