Rashifal 15 May 2024: ବୁଧବାର ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶି, ଜାଣନ୍ତୁ ଭାଗ୍ୟଫଳ
Advertisement
Article Detail0/zeeodisha/odisha2248300

Rashifal 15 May 2024: ବୁଧବାର ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶି, ଜାଣନ୍ତୁ ଭାଗ୍ୟଫଳ

Rashifal 15 May 2024: ୧୫ ମଇରେ କେଉଁ ରାଶି ପାଇଁ କିପରି ରହିବ ଭାଗ୍ୟ । ଜାଣନ୍ତୁ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶିର ଭାଗ୍ୟଫଳ ।

Rashifal 15 May 2024: ବୁଧବାର ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶି, ଜାଣନ୍ତୁ ଭାଗ୍ୟଫଳ

Rashifal 15 May 2024: ଗ୍ରହ ନକ୍ଷତ୍ରଙ୍କ ପ୍ରଭାବରୁ ପ୍ରତ୍ୟକ ରାଶି ଉପରେ ବିଭିନ୍ନ ପ୍ରକାର ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା  ୧୪ ମଇ (ବୁଧବାର) ଦିନ କେଉଁ ରାଶି ପାଇଁ କିପରି ରହିବ ଦିନ ।

ମେଷ ରାଶି
ଆପଣଙ୍କ ମନୋବଳରେ ଉତ୍ଥାନ-ପତନ ହୋଇପାରେ । ଅନାବଶ୍ୟକ କ୍ରୋଧଠାରୁ ନିଜକୁ ଦୂରେଇ ରୁହନ୍ତୁ । ଆପଣଙ୍କୁ ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ । ସକାଳ ସମୟରେ ହନୁମାନ ଚଲିସା ପାଠ କରନ୍ତୁ ।

ବୃଷ ରାଶି
ପାରିବାରିକ ଜୀବନ ଖୁସିରେ କଟିବ । ବୈବାହିକ ଜୀବନରେ ସୁଖ ବୃଦ୍ଧି ପାଇବ । ମନ ମଧ୍ୟ ଖୁସି ରହିବ । ସକାଳ ସମୟରେ ଏକ ଛୋଟ ଝିଅକୁ ଉପହାର ଦିଅନ୍ତୁ । ଶୁକ୍ରଙ୍କ ବୀଜ ମନ୍ତ୍ର ଜପ କରନ୍ତୁ।

ମିଥୁନ ରାଶି
ଆପଣଙ୍କ ମନରେ ପୂର୍ଣ୍ଣ ଆତ୍ମବିଶ୍ୱାସ ରହିବ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣଙ୍କୁ ବୃତ୍ତିଗତ ଜୀବନରେ ସଫଳତା ମିଳିବ । ସକାଳ ସମୟରେ ଗୋମାତାଙ୍କୁ ସବୁଜ ଖାଦ୍ୟ ଖାଇବାକୁ ଦିଅନ୍ତୁ । ବୁଦ୍ଧଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

କର୍କଟ ରାଶି
ଧୌର୍ଯ୍ୟର ସହ କାମ କରନ୍ତୁ । ଅନାବଶ୍ୟକ ଦ୍ୱନ୍ଦ୍ୱ କାରଣରୁ ଅସୁବିଧାରେ ପଡିପାରନ୍ତି । କାର୍ଯ୍ୟଭାର ବୃଦ୍ଧି ହୋଇପାରେ । ଆପଣଙ୍କର ସହକର୍ମୀ କିମ୍ବା ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବା ଆବଶ୍ୟକ । ସକାଳ ସମୟରେ ଗରିବ ଲୋକଙ୍କୁ ଚାଉଳ ଦାନ କରନ୍ତୁ । ଚନ୍ଦ୍ରଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।

ସିଂହ ରାଶି
ବ୍ୟବସାୟରେ ବୃଦ୍ଧି ଘଟିବ । ନେଇଥିବା ନିଷ୍ପତ୍ତି କାରଣରୁ ଜୀବନରେ ସଫଳତା ହାସଲ କରିବେ । ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ବିସ୍ତାର କରିବେ । ସୂର୍ଯ୍ୟଙ୍କୁ ପାଣି ଦେବା ସହ ବିଜ ମନ୍ତ୍ର ଜପ କରନ୍ତୁ ।

କନ୍ୟା ରାଶି
ପରିବାର ସହିତ କୌଣସି ଧାର୍ମିକ ସ୍ଥଳ ବୁଲିବାକୁ ଯାଇପାରନ୍ତି । ଖାଦ୍ୟ ପ୍ରତି ମନରେ ଆଗ୍ରହ ବୃଦ୍ଧି ପାଇବ । ସକାଳ ସମୟରେ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ । ବୁଦ୍ଧଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ଭଗବାନ ଗଣେଶଙ୍କୁ ଆରତୀ କରନ୍ତୁ ।

ତୁଳା ରାଶି
ବନ୍ଧୁଙ୍କଠାରୁ ସମର୍ଥନ ପାଇବେ । ଆପଣଙ୍କର ଆୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଗରିବ ଲୋକଙ୍କୁ ଖାଦ୍ୟ ଦାନ କରନ୍ତୁ । ଶୁକ୍ରଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

ବିଛା ରାଶି
ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ଧାର୍ମିକ କାର୍ଯ୍ୟ କାରଣରୁ ମାନସିକ ଚାପରୁ ମୁକ୍ତି ପାଇବେ । ସକାଳ ସମୟରେ ହନୁମାନ ଚାଲିସା ପାଠ କରନ୍ତୁ । ମାଙ୍କଡଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ ।

ଧନୁ ରାଶି
ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ସୁଖ ଶାନ୍ତିରେ ଦିନ କଟିବ । ଜୀବନରୁ ନକରାତ୍ମକତା ଦୂରେଇ ଯିବ । ସକାଳେ ଗୋମାତାଙ୍କୁ ରୁଟି ପ୍ରଦାନ କରନ୍ତୁ । ବୃହସ୍ପତିଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

ମକର ରାଶି
ଆପଣଙ୍କ ମନ ଖୁସି ରହିବ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଦୂରଯାତ୍ରା କରିବାକୁ ପଡିପାରେ । ଶନି ଦେବଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

କୁମ୍ଭ ରାଶି
ଚାକିରିରେ ବରିଷ୍ଠ ଅଧିକାରୀଙ୍କଠାରୁ ସମର୍ଥନ ପାଇବେ । ଆପଣ ଖୁବ ପରିଶ୍ରମ ହେବେ । ନିଜର ଖାଦ୍ୟ ଏବଂ ପାନୀୟର ଯତ୍ନ ନିଅନ୍ତୁ । ଦୂର ଯାତ୍ରା କରିବାର ସମ୍ଭାବନା ରହିଛି । ଗାଡି ଧିରେ ଚଲାଇବା ଆପଣଙ୍କ ପାଇଁ ଉଚିତ ହେବ । କୁକୁରକୁ ଖାଦ୍ୟ ଦିଅନ୍ତୁ । ଶନି ଦେବଙ୍କର ବିଜ ମନ୍ତ୍ର ଜପ କରନ୍ତୁ ।

ମୀନ ରାଶି
ନିଜ ସାଥୀ ଏବଂ ପିଲାମାନଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ଆୟ ବଢିବାର ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ସକାଳ ସମୟରେ ବୃହସ୍ପତିଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ଗୋମାତାଙ୍କୁ ରୁଟି ସହ କଦଳୀ ଦିଅନ୍ତୁ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Weather Update: ପୁଣି ବଢିବ ତାତି, ପାଗ ହେବ ଶୁଖିଲା !

Also Read- Mangal Gochar: ମଙ୍ଗଳ ଚଳନ ଶୁଭ ପ୍ରଭାବ, ୧ ଜୁନରୁ ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା