Lakshmi Narayan Yog: ୨ ଦିନ ପରେ ଦୁଇଟି ରାଶିର ବ୍ୟକ୍ତିଙ୍କ ଫିଟିବ ଭାଗ୍ୟ, ହେବ ଧନ ବର୍ଷା
Advertisement
Article Detail0/zeeodisha/odisha2238902

Lakshmi Narayan Yog: ୨ ଦିନ ପରେ ଦୁଇଟି ରାଶିର ବ୍ୟକ୍ତିଙ୍କ ଫିଟିବ ଭାଗ୍ୟ, ହେବ ଧନ ବର୍ଷା

Budh Gochar In Mesh 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଇ ୧୦ ତାରିଖ ଦିନ ମେଷ ରାଶିରେ ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ଲକ୍ଷ୍ମୀ-ନାରାୟଣ ଯୋଗ ସୃଷ୍ଟି ହେଉଛି । ଏହି ଯୋଗ ୨ଟି ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷେତ୍ରରେ ଅନେକ ଅଗ୍ରଗତି କରାଇବା ସହ ଆର୍ଥିକ ଲାବ ଦେବ ।

Lakshmi Narayan Yog: ୨ ଦିନ ପରେ ଦୁଇଟି ରାଶିର ବ୍ୟକ୍ତିଙ୍କ ଫିଟିବ ଭାଗ୍ୟ, ହେବ ଧନ ବର୍ଷା

Budh Gochar In Mesh 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାନ୍ତି । ଏହି ରାଶି ପରିବର୍ତ୍ତନ କାରଣରୁ ୧୨ଟି ଯାକ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଉଭୟ ଶୁଭ ଏବଂ ଅଶୁଭ ପ୍ରଭାବ ପଡିଥାଏ । ସମାନ ରାଶିର ଦୁଇଟି ଗ୍ରହ ଏକାଠି ହେବାକୁ ଗ୍ରହ ଗ୍ରହ ସଂଯୋଗ କୁହାଯାଇଥାଏ । ଏହିପରି ଏକ ସମକକ୍ଷ ଯୋଗ ମେଷ ରାଶିରେ ହେବାକୁ ଯାଉଛି ।  ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ମେ ୧୦ ତାରିଖ ଦିନ ବୁଧ ଗ୍ରହ ଚଳନ କରି ମେଷ ରାଶିରେ ପ୍ରବେଶ କରିବେ । ପୂର୍ବରୁ ଶୁକ୍ର ଏଠାରେ ଉପସ୍ଥିତ ଅଛନ୍ତି । ଏଭଳି ପରିସ୍ଥିତିରେ ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ଲକ୍ଷ୍ମୀ-ନାରାୟଣ ଯୋଗ ସୃଷ୍ଟି ହେଉଛି। ଏହି ସ୍ୱତନ୍ତ୍ର ଯୋଗ ୧୯ ମଇ ପର୍ଯ୍ୟନ୍ତ ଚାଲିବ । ଏହି ସ୍ୱତନ୍ତ୍ର ଯୋଗ ବିଶେଷ କରି ଦୁଇଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ । ତେବେ ଏହି ଚଳନ କାରଣରୁ କେଉଁ ରାଶିର ବ୍ୟକ୍ତିବିଶେଷ ଲାଭ ପାଇବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଲକ୍ଷ୍ମୀ ନାରାୟଣ ଯୋଗ ଗଠନ ହେବା ପରେ ଦୁଇଟି ରାଶିର ବ୍ୟକ୍ତି ଅତ୍ୟନ୍ତ ଶୁଭ ଫଳାଫଳ ପାଇବେ । ଏହି ଅବଧି ମଧ୍ୟରେ, ବେକାର ଯୁବକମାନଙ୍କ ପାଇଁ ଚାକିରି ଅଫର ଆସିପାରେ । କର୍ମକ୍ଷେତ୍ରରେ ଦରମା ବୃଦ୍ଧି ହୋଇପାରେ । ବିଭିନ୍ନ ସୁତ୍ରରୁ ଆୟ ବୃଦ୍ଧି ପାଇବ । ବ୍ୟବସାୟରେ ଟଙ୍କା ବିନିଯୋଗ କଲେ ଲାଭ ମିଳିବ । ଏହା ସହିତ ଅବିବାହିତ ଲୋକମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ ।

କର୍କଟ ରାଶି
ଶୁକ୍ର ଏବଂ ବୁଧର ମିଳନ ଦ୍ୱାରା ଗଠିତ ଯୋଗ ଆପଣଙ୍କୁ ଅନୁକୂଳ ଫଳାଫଳ ପ୍ରଦାନ କରିବ । କାର୍ଯ୍ୟ ଏବଂ ବ୍ୟବସାୟରେ ଭଲ ଅଗ୍ରଗତିର ସମ୍ଭାବନା ରହିଛି । ଏହି ଅବଧିରେ ଆପଣ ଆର୍ଥିକ ସ୍ୱଚ୍ଛଳ ହେବେ । ନୂଆ ନିଯୁକ୍ତି ମିଳିବ । ବ୍ୟବସାୟୀମାନେ ବ୍ୟବସାୟରୁ ଭଲ ଲାଭ ପାଇ ଖୁସି ପ୍ରକାଶ କରିବେ । ପାରିବାରିକ ସମ୍ପର୍କ ମଜବୁତ ହେବ । ଆପଣଙ୍କ ଆର୍ଥିକ ସ୍ଥିତିରେ ଖୁବ ଉନ୍ନତି ହେବ ।

ମିଥୁନ ରାଶି
ଏହି ସ୍ୱତନ୍ତ୍ର ଯୋଗ ଆପଣଙ୍କ ପାଇଁ ଫଳପ୍ରଦ ହେବାକୁ ଯାଉଛି । ଏହି ଅବଧିରେ ନୂତନ ଆୟର ଉତ୍ସ ସୃଷ୍ଟି ହୋଇପାରେ । ବ୍ୟବସାୟୀମାନେ ଏହି ସମୟ ମଧ୍ୟରେ ବିପୁଳ ଟଙ୍କା ଲାଭ କରିବେ । ବିନିଯୋଗ କରିବାକୁ ଚାହୁଁଥିଲେ ଏହି ସମୟ ଶୁଭ । ବର୍ତ୍ତମାନର ବିନିଯୋଗ ଭବିଷ୍ୟତରେ ଆପଣଙ୍କୁ ଭଲ ଲାଭ ଦେବ । ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷଙ୍କ ଅପେକ୍ଷା ଶେଷ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ଅଧିକ । ଆର୍ଥିକ ସଙ୍କଟରୁ ଆପଣଙ୍କୁ ମୁକ୍ତି ମିଳିବ । ବ୍ୟବସାୟ କାରଣରୁ ଦୂରଯାତ୍ରା କରିପାରନ୍ତି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- ପୁରୀ ଯାଉଛନ୍ତି କି ? ବୁଧବାର ସନ୍ଧ୍ୟା ୬ରୁ ଜଗା ଦର୍ଶନ ବନ୍ଦ !

Also Read- Rashifal 8 May 2024: ବୁଧବାର ଦିନ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ