Budh Gochar Vrishabh Rashi: ଦେବଗୁରୁଙ୍କ ଘରେ ଗ୍ରହ ରାଜକୁମାରଙ୍କ ଚଳନ, ୫ ରାଶିରେ ବଡ଼ ପ୍ରଭାବ
Advertisement
Article Detail0/zeeodisha/odisha2256141

Budh Gochar Vrishabh Rashi: ଦେବଗୁରୁଙ୍କ ଘରେ ଗ୍ରହ ରାଜକୁମାରଙ୍କ ଚଳନ, ୫ ରାଶିରେ ବଡ଼ ପ୍ରଭାବ

Budh Gochar Vrishabh Rashi: ୩୧ ମଇ ୨୦୨୪ ରେ ଗ୍ରହମାନଙ୍କର ରାଜକୁମାର ବୁଧ ଦେବ ବୃହସ୍ପତି ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ ବୃହସ୍ପତିଙ୍କ ଘରେ ପ୍ରବେଶ କରିବା ମାତ୍ରେ କିଛି ରାଶିର ଜୀବନରେ ହଠାତ୍ ପରିବର୍ତ୍ତନ ଆସିବ । କ୍ୟାରିୟର ଠାରୁ ଆରମ୍ଭ କରି ଆର୍ଥିକ ସମସ୍ୟା ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

Budh Gochar Vrishabh Rashi: ଦେବଗୁରୁଙ୍କ ଘରେ ଗ୍ରହ ରାଜକୁମାରଙ୍କ ଚଳନ, ୫ ରାଶିରେ ବଡ଼ ପ୍ରଭାବ

Budh Gochar Vrishabh Rashi: ସୌର ମଣ୍ଡଳର ମୋଟ ଗ୍ରହ ସଂଖ୍ୟା ୯ ହୋଇଥିବାବେଳେ ସେମଧ୍ୟରେ ୭ ଟି ପ୍ରମୁଖ ଗ୍ରହ ଏବଂ ୨ ଟି ଗ୍ରହ ରାହୁ ଏବଂ କେତୁ ଛାୟା ଗ୍ରହ ଅଟନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କର ରାଶି ପରିବର୍ତ୍ତନ କରିଥାନ୍ତି। ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଜୀବଜଗତ ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇଥାଏ । ମେ ମାସ ଶେଷ ଅର୍ଥାତ୍ ୩୧ ମଇ ୨୦୨୪ ରେ ଗ୍ରହମାନଙ୍କର ରାଜକୁମାର ବୁଧ ଦେବ ବୃହସ୍ପତି ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ ବୃହସ୍ପତିଙ୍କ ଘରେ ପ୍ରବେଶ କରିବା ମାତ୍ରେ କିଛି ରାଶିର ଜୀବନରେ ହଠାତ୍ ପରିବର୍ତ୍ତନ ଆସିବ । କ୍ୟାରିୟର ଠାରୁ ଆରମ୍ଭ କରି ଆର୍ଥିକ ସମସ୍ୟା ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ମେଷ ରାଶି
ବୁଧ ଗ୍ରହଙ୍କ ଚଳନ ଆପଣଙ୍କ ପାଇଁ ଅଧିକ ଖର୍ଚ୍ଚ କରାଇବ । ବିଶେଷ କରି ବନ୍ଧୁଙ୍କ ଗହଣରେ ଅଧିକ ଖର୍ଚ୍ଚ କରିବେ । ଖର୍ଚ୍ଚ କାରଣରୁ ଅଧିକ ଚାପ ଅନୁଭବ କରିବେ । ଖର୍ଚ୍ଚ ଅଧିକ ହେଲେ ମଧ୍ୟ ପାଖକୁ ଟଙ୍କା ଆସିବା କମିବନି । ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ।

ମିଥୁନ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଅନୁକୂଳ ହେବ ନାହିଁ । ଖର୍ଚ୍ଚ ବଢିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ଅସୁସ୍ଥତା ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ । ଆର୍ଥିକ ସଙ୍କଟର ସାମ୍ନା କରିପାରନ୍ତି । ପରିବାରରେ ଆପଣଙ୍କୁ ନୂତନ ଦାୟିତ୍ୱ ମିଳିପାରେ । ଆପଣ ଋଣ ନେଇ ପାରନ୍ତି ।

ସିଂହ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଶୁଭ ହେବ ନାହିଁ। କାରଣ ଏହି ସମୟରେ ବ୍ୟବସାୟରେ ଅଧିକ ଖର୍ଚ୍ଚ ଏବଂ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ । ଆପଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି । ସେୟାର ବଜାରରେ ଟଙ୍କା ବିନିଯୋଗ କରୁଥିଲେ କ୍ଷତି ସହିପାରନ୍ତି । ବୁଧଙ୍କ ଚଳନ ଆର୍ଥିକ ସ୍ଥିତି ପାଇଁ ଅନୁକୂଳ ହେବ ନାହିଁ ।

ବିଛା ରାଶି
ଦେବ ଗୁରୁଙ୍କ ଘରେ ବୁଧଙ୍କ ଚଳନ ଆର୍ଥିକ କ୍ଷତି ଘଟାଉଛି। ତେଣୁ ଆର୍ଥିକ ଦୃଷ୍ଟିରୁ ସତର୍କ ରହିବାକୁ ପଡିବ । ଆପଣଙ୍କୁ ଭ୍ରମଣରୁ ଦୂରେଇ ରହିବାକୁ ପଡିବ । ବନ୍ଧୁମାନଙ୍କ ସହ ପାର୍ଟି କରୁଥିଲେ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ବିନିଯୋଗ ସହିତ ଜଡିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଥରେ ଭଲ ଭାବରେ ଚିନ୍ତା କରିବା ଆବଶ୍ୟକ ।

ତୁଳା ରାଶି
ବୁଧଙ୍କ ଚଳନ ଆପଣଙ୍କ ପାଇଁ ଭଲ ଫଳାଫଳ ଆଣିବ ନାହିଁ । ଏହି ସମୟ ମଧ୍ୟରେ ଯାତ୍ରା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ । ଖର୍ଚ୍ଚକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଅଛି । ଖର୍ଚ୍ଚ କାରଣରୁ ଆପଣ ଚାପଗ୍ରସ୍ତ ହୋଇପାରନ୍ତି । ଆର୍ଥିକ ପ୍ରତିବନ୍ଧକ କାରଣରୁ ଅସୁବିଧାରେ ପଡିପାରନ୍ତି । ସାଙ୍ଗମାନଙ୍କ ସହିତ ଭ୍ରମଣ କରିବା ସମୟରେ ସାବଧାନ ରୁହନ୍ତୁ । ଟଙ୍କା ସଞ୍ଚୟ କରିବା ପାଇଁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Shukra Surya Yuti 2024: ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ, ୫ ରାଶିର ବ୍ୟକ୍ତିଙ୍କ ସମସ୍ୟା ହେବ ଦୂର

Also Read- ଅପରାହ୍ଣ ୧ଟା ସୁଦ୍ଧା ୩୫ ପ୍ରତିଶତ ଭୋଟ୍‍, ବରଗଡ଼ରେ ୩୮.୧%