Weather Update: ରାଜ୍ୟବାସୀଙ୍କୁ ତାତିରୁ ଆଜି ଆଶ୍ବସ୍ତି ଦେବ କାଳବୈଶାଖି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ପଢନ୍ତୁ ପୂରା ଖବର...
Trending Photos
Weather Update: ରାଜ୍ୟବାସୀଙ୍କୁ ତାତିରୁ ଆଜି ଆଶ୍ବସ୍ତି ଦେବ କାଳବୈଶାଖି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ଆଗାମୀ ୩ ଘଣ୍ଟା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ୪୦ ରୁ ୫୦ କିମି ବେଗରେ ପବନ ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ALSO READ: Budhaditya Rajyog 2024: ଅକ୍ଷୟ ତୃତୀୟାରେ ବୁଦ୍ଧାଦିତ୍ୟ ରାଜଯୋଗ, ୩ ରାଶି ହେବେ କୋଟିପତି!
ପାଣିପାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ (ମଙ୍ଗଳବାର) ୭ ତାରିଖ ପରଠାରୁ ବର୍ଷାର ପରିମାଣ ବଢିପାରେ। ଏବଂ ୮ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଆଗାମୀ ମେ ୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ଥିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି।
୧୫ ଏପ୍ରିଲରୁ (ମେ ୫) ତାରିଖ ପର୍ଯ୍ୟନ୍ତ ଅର୍ଥାତ ଗତ ୨୧ ଦିନ ଧରି ରାଜ୍ୟରେ ଲଗାତାର ଭାବେ ଗ୍ରୀଷ୍ମ ପ୍ରବାହ ଲାଗିରହିଛି। ଗତାକାଲି ବଲାଙ୍ଗୀର, ନୟାଗଡ, ନୂଆପଡା, ଗଞ୍ଜାମ, ମୟୁରଭଞ୍ଜ, କେନ୍ଦୁଝର ଏବଂ ବୌଦ୍ଧ ଜିଲ୍ଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ରବିବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ଟିଟିଲାଗଡ। ଟିଟିଲାଗଡ ସହର ତାପାମାତ୍ରା ୪୫ଡ଼ିଗ୍ରୀ ରେକର୍ଡ଼ କରାଯାଇଛି। ଏହାସହ ୨୬ ସହର ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ଥିବା ବେଳେ ୪୦ଡ଼ିଗ୍ରୀ ତଳେ ଟ୍ୱିନ ସିଟି ତାତି ରହିଥିଲା।