Weather Update: ଆଜି ଏହି ସବୁ ଜିଲ୍ଲାକୁ କାଳବୈଶାଖି ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha2244279

Weather Update: ଆଜି ଏହି ସବୁ ଜିଲ୍ଲାକୁ କାଳବୈଶାଖି ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି

Weather Update: ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରକୋପ। ଯାହା ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସାମୟିକ ଭାବେ ମୁକ୍ତି ଦେଉଛି। ରବିବାର ଠାରୁ ରାଜ୍ୟରେ ବର୍ଷାର ବିସ୍ତୁତି ସହ ପରିମାଣ ଓ ଝଡ଼ ତୋଫାନ  ବଢିବ । ଘଣ୍ଟାପ୍ରତି ୪୦ ରୁ ୫୦ କିମି  ପବନ ସହ କାଳବୈଶାଖି ନେଇ ...

Weather Update: ଆଜି ଏହି ସବୁ ଜିଲ୍ଲାକୁ କାଳବୈଶାଖି ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି

Weather Update: ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରକୋପ। ଯାହା ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସାମୟିକ ଭାବେ ମୁକ୍ତି ଦେଉଛି। ଏବେ ପୂର୍ବରୁ ପଶ୍ଚିମକୁ ଲମ୍ବିଥିବା  ଏକ ନିମ୍ନ ଚାପରେଖା  ଉତ୍ତର ପୂର୍ବ ରାଜସ୍ଥାନ ଅଞ୍ଚଳରେ  ସୃଷ୍ଟି ଘୃର୍ଣ୍ଣିବଳୟ  ମଧ୍ୟ ଦେଇ ପରିବ୍ୟାପ୍ତ ରହିଛି। ଏହା ଉତ୍ତର ପୂର୍ବ ରାଜସ୍ଥାନରରୁ ଆସାମ୍ ଯାଏଁ ମଧ୍ୟପ୍ରଦେଶ ,ଝାଡଖଣ୍ତ ହୋଇ  ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟାକା ଯାଏଁ  ସମୁଦ୍ର ପତନରୁ ୦.୯ କିମି ଉପର ଯାଏଁ ଲମ୍ବିଛି।  

ଏହାସହ ଉତ୍ତର ବିହାରରୁ ଏକ ନିମ୍ନ ଚାପରେଖା ବାହାରି ଝାଡଖଣ୍ତ-ପଶ୍ଚିମବଙ୍ଗ ଗାଙ୍ଗେଇ ଉପତ୍ୟକା ଦେଇ ଉତ୍ତର ଓଡି଼ଶା ଯାଏଁ  ସମୁଦ୍ର ପତନ ଠାରୁ ୩.୧ କିମି ଉପରେ ସକ୍ରିୟ ରହିଛି।  ଏହା ଫଳରେ ରାଜ୍ୟରେ କାଳବୈଶାଖି ବର୍ଷା ସହ ପାଗ ମୁଖ୍ୟତ ମେଘୁଆ ରହୁଛି।  ଏହି ପାଣିପାଗ ୧୬ ତାରିଖ ଯାଏଁ ମୁଖ୍ୟତ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହା ସହ ୧୪ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖି ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।

ରବିବାର ଠାରୁ ରାଜ୍ୟରେ ବର୍ଷାର ବିସ୍ତୁତି ସହ ପରିମାଣ ଓ ଝଡ଼ ତୋଫାନ  ବଢିବ । ଘଣ୍ଟାପ୍ରତି ୪୦ ରୁ ୫୦ କିମି  ପବନ ସହ କାଳବୈଶାଖି ନେଇ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେହିପରି ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।  ଏହା ସହ ଆଜି ମୟୂରଭଂଜ, ଅନୁଗୁଳ, କେନ୍ଦୁଝର,ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର ,ପୁରୀ, ଖୋର୍ଦ୍ଧା, ନୟାଗଡ, ଗଜପତି,ଗଂଜାମ୍, କୋରାପୁଟ୍, ମାଲକାନଗିରି, ରାୟଗଡା  ଓ କନ୍ଧମାଳ ଜିଲ୍ଲାକୁ ଝଡ଼ତୋଫୋନ୍ ସହ କାଳବୈଶାଖି ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ମୟୂରଭଂଜ, ଭଦ୍ରକ ,ଯାଜପୁର ,ବାଲେଶ୍ବର ଓ କେନ୍ଦୁଝରରେ ଭାରିବର୍ଷା ନେଇ ସମ୍ଭାବନା ରହିଛି। ୪ରୁ ୫ ଦିନ ଯାଏଁ ରାଜ୍ୟରେ ତାତି କମ୍ ରହିବା ସହ କାଳବୈଶାଖି ଅନୁଭୂତ ହେବ। ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡି଼ଶାରେ ସ୍ଥାନେ ସ୍ଥାନେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରେକର୍ଡ଼ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି।