ବିଜେପି ଖେଳିଲା ସିମ୍ପାଥି କାର୍ଡ, ସୂର୍ଯ୍ୟବଂଶୀ ହେଲେ ପ୍ରାର୍ଥୀ
Advertisement
Article Detail0/zeeodisha/odisha1387357

ବିଜେପି ଖେଳିଲା ସିମ୍ପାଥି କାର୍ଡ, ସୂର୍ଯ୍ୟବଂଶୀ ହେଲେ ପ୍ରାର୍ଥୀ

ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ହେଲେ ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ। ବହୁ କଳ୍ପନାଜଳ୍ପନା ଚର୍ଚ୍ଚା ର ଅନ୍ତ ଘଟାଇ ଦଳ ସୂର୍ଯ୍ୟବଂଶୀ ଙ୍କୁ ପ୍ରାର୍ଥୀ କରିଛି। ଅବଶ୍ୟ ନାଁ ଘୋଷଣା ହେବା ପୂର୍ବରୁ ଦଳୀୟ ପ୍ରଭାରୀ ଓ ନେତା ସୁରଜଙ୍କ ନାଁ ନେଇ ପରୋକ୍ଷ ସୂଚନା ଦେଇସାରିଥିଲେ। ଅନ୍ୟପଟେ ବିଜେଡି କଂଗ୍ରେସର ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇପାରୁନି।

ବିଜେପି ଖେଳିଲା ସିମ୍ପାଥି କାର୍ଡ, ସୂର୍ଯ୍ୟବଂଶୀ ହେଲେ ପ୍ରାର୍ଥୀ

ଭଦ୍ରକ: ଧାମନଗର (Dhamanagar) ଉପନିର୍ବାଚନ (ByPoll) ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି (BJP)। ଦିବଂଗତ ବିଧାୟକ (Former MLA) ବିଷ୍ଣୁ ସେଠୀଙ୍କ (Bishnu Sethi) ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ (Suryabanshi Suraj) ପ୍ରାର୍ଥୀ କରିଛି ଦଳ। ଦୀର୍ଘ ଦିନ ଧରି ତାଙ୍କ ନାଁ ଚର୍ଚ୍ଚା ହେଉଥିବାବେଳେ ବିଜେପିର (BJP) କେନ୍ଦ୍ରୀୟ କମିଟି ସୂର୍ଯ୍ୟବଂଶୀଙ୍କ (Suryabanshi Suraj) ନାଁ ରେ ମୋହର ମାରିଛି। ସେପଟେ ବିଜେଡି (BJD) ପ୍ରାର୍ଥୀ କିଏ ହେବ ତା ଉପରେ ସମସ୍ତଙ୍କର ନଜର ଥିବାବେଳେ ଜମିଲାଣି ଆଗୁଆ ପ୍ରଚାର। ସେପଟେ ଆରୋପ ପ୍ରତ୍ୟାରୋପ ପର୍ବ ମଧ୍ୟ ଆରମ୍ଭ ହେଲାଣି।

ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ହେଲେ ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ। ବହୁ କଳ୍ପନାଜଳ୍ପନା ଚର୍ଚ୍ଚା ର ଅନ୍ତ ଘଟାଇ ଦଳ ସୂର୍ଯ୍ୟବଂଶୀ ଙ୍କୁ ପ୍ରାର୍ଥୀ କରିଛି। ଅବଶ୍ୟ ନାଁ ଘୋଷଣା ହେବା ପୂର୍ବରୁ ଦଳୀୟ ପ୍ରଭାରୀ ଓ ନେତା ସୁରଜଙ୍କ ନାଁ ନେଇ ପରୋକ୍ଷ ସୂଚନା ଦେଇସାରିଥିଲେ। ଅନ୍ୟପଟେ ବିଜେଡି କଂଗ୍ରେସର ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇପାରୁନି। ପ୍ରାର୍ଥୀ ଚୁଡାନ୍ତ ନ ହେଲେ ମଧ୍ୟ ତିନି ଦଳ ପ୍ରଚାରରେ ଲାଗିଡିଲେଣି। ବିଜେଡି ମଧ୍ୟ ଘନ ଘନ ବୈଠକ କଲେ ମଧ୍ୟ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ସ୍ପଷ୍ଟ ହୋଇନି। ସୂର୍ଯ୍ୟବଂଶୀ ନାଁ ଘୋଷଣା ଆଗରୁ ଘର ଘର ବୁଲି ପ୍ରଚାର ଆରମ୍ଭ କରିସାରିଲେଣି। ନିଜ ବାପାଙ୍କ ଲୋକପ୍ରିୟତା କୁ ଆଧାର କରି ପ୍ରଚାରରେ ଲାଗିଛନ୍ତି ସୂର୍ଯ୍ୟବଂଶୀ। ଏପରିକି ଦଳର ବରିଷ୍ଠ ନେତାମାନେ ମଧ୍ୟ ଧାମନଗରରେ ରହି ଜିତିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।

ସେପଟେ ଗୋପବନ୍ଧୁ ଜୟନ୍ତୀ ରେ ଶାସକ ଦଳ ଧାମନଗର ରେ କାର୍ଯ୍ୟକ୍ରମ କରିଛି। ଦଳ ବିଭିନ୍ନ ଢଙ୍ଗରେ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି। ପ୍ରାର୍ଥୀ ଯିଏ ହଉ ନା କାହିଁକି ଶଙ୍ଖ ଚିନ୍ହ ଓ ନବୀନଙ୍କ ଲୋକପ୍ରିୟତା କୁ ପ୍ରଚାରର ମୂଳ ଅସ୍ତ୍ର କରିଛି ଦଳ । ସେପଟେ କଂଗ୍ରେସ ଜିଲ୍ଲା ସ୍ତରୀୟ କମିଟିର ପରାମର୍ଶ ନେଇଥିବା ବେଳେ ପିସିସି କମିଟିର ସୁପାରିସକୁ ଆଧାର କରି ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ। ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ପ୍ରାର୍ଥୀ ଉପରେ ସମସ୍ତଙ୍କ ନଜର ରହିଛି। ସବୁ ପ୍ରମୁଖ ଦାବିଦାର ବିଜେଡି ଟିକେଟ ପାଇଁ ଚାହିଁ ବସିଥିବାରୁ ଦଳ କାହାକୁ ପ୍ରାର୍ଥୀ କରିବ ତା ଉପରେ ନଜର।

ଅଧିକ ପଢନ୍ତୁ: ରାଜଧାନୀରେ ଭାଙ୍ଗିଲା ୫୩ ବର୍ଷର ରେକର୍ଡ: ଆଗକୁ ଭୟଙ୍କର ହେବକି ସ୍ଥିତି, ଜାଣନ୍ତୁ କଣ କାରଣ !

ଅଧିକ ପଢନ୍ତୁ: Health Tips : ସିମ୍ପୁଲ ଫୁଡ୍ ପୁରା ଫିଟ, ଖାଦ୍ୟରେ ସାମିଲ କରନ୍ତୁ ଏହି ବ୍ୟଞ୍ଜନ, ଶରୀରକୁ ଛୁଇଁବନି ରୋଗ

ଅଧିକ ପଢନ୍ତୁ: FM Nirmala Sitharaman: ଆଳୁ-ପିଆଜ-ଟମାଟୋ ଉପରେ ଲାଗିବ GST! ମଣ୍ଡିରେ ପରିବା କିଣି ମତାମତ ନେଲେ ଅର୍ଥ ମନ୍ତ୍ରୀ