Odisha News Live Updates: କଟକରେ ଅମିତ ଶାହ କଲେ ରୋଡ୍‌ ଶୋ, ପଢନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2248631

Odisha News Live Updates: କଟକରେ ଅମିତ ଶାହ କଲେ ରୋଡ୍‌ ଶୋ, ପଢନ୍ତୁ ଆଜିର ଆଉ କିଛି ତାଜା ଖବର


Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: କଟକରେ ଅମିତ ଶାହ କଲେ ରୋଡ୍‌ ଶୋ, ପଢନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog
15 May 2024
23:09 PM

Shyam Rangeela: ବାରାଣାସୀରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗେଲା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନାମାଙ୍କନପତ୍ର ଯାଞ୍ଚ ବେଳେ ନିର୍ବାଚନ ଆୟୋଗ ହାସ୍ୟ ଅଭିନେତା ଶ୍ୟାମ ରଙ୍ଗେଲାଙ୍କ ସମେତ ମୋଟ ୩୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବାରାଣାସୀରୁ କେବଳ ୭ ଜଣ ପ୍ରାର୍ଥୀ ବାକି ଅଛନ୍ତି। 

 

21:25 PM

Neeraj Chopra Gold: ଅଲିମ୍ପିକ୍ ଚାମ୍ପିଅନ୍ ନୀରଜ ଚୋପ୍ରା ପୁଣି ଥରେ ନିଜର ଯାଦୁ ଦେଖାଇଛନ୍ତି। ଫେଡେରେସନ୍ କପ୍ ପୁରୁଷ ଜାଭେଲିନ୍ ଥ୍ରୋରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତିନି ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ନେରାଜ ଚୋପ୍ରା ଏକ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ୨୬ ବର୍ଷୀୟ ସୁପରଷ୍ଟାର ପ୍ରଥମେ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି କାରଣରୁ ସେ ତିନି ରାଉଣ୍ଡ ପରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଚତୁର୍ଥ ରାଉଣ୍ଡରେ ସେ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ଅଗ୍ରଣୀ ହାସଲ କରିଥିଲେ।

20:55 PM

Mamata Banerjee on India Alliance: ଲୋକସଭା ନିର୍ବାଚନ ବର୍ତ୍ତମାନ ଚାଲିଛି। ଦେଶରେ କାହାର ସରକାର ଗଠନ ହେବ ଜୁନ୍ ୪ ରେ ଫଳାଫଳ ଘୋଷଣା ହେବା ପରେ ହିଁ ଜଣା ପଡିବ। ଏହାପୂର୍ବରୁ ବିରୋଧୀ ଦଳ ସରକାର ଗଠନ ପାଇଁ ଯୋଜନା ସମ୍ପର୍କରେ ବୟାନ ଦେବା ଆରମ୍ଭ କରି ଦେଇଛନ୍ତି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ଯେ ଯଦି ଲୋକସଭା ନିର୍ବାଚନ ପରେ ଯଦି ଇଣ୍ଡିଆ ମେଣ୍ଟର ସରକାର ଗଠନ ହୁଏ, ତେବେ ସେ ଏହି ସରକାରରେ ଯୋଗଦେବେ ନାହିଁ ବରଂ ତାଙ୍କ ଦଳକୁ ବାହାରୁ ସମର୍ଥନ କରିବ।

 

19:40 PM

Alamgir Alam Arrested: ଝାଡଖଣ୍ଡ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲାମଗିର ଆଲାମଙ୍କୁ ବୁଧବାର ଦିନ (ମେ ୧୫) ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ତାଙ୍କୁ ପଚରାଉଚରା ବେଳେ ସହଯୋଗ ନକରିଥିବା ଅଭିଯୋଗ ହୋଇଛି। ଆଜି ମଧ୍ୟ ପଚରାଉଚରା ପାଇଁ ଇଡି ଆଲାମଗିର ଆଲାମକୁ ଡାକିଥିଲେ। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ତାଙ୍କୁ ତଦନ୍ତରେ ସହଯୋଗ ନକରିବା ପାଇଁ ଗିରଫ କରାଯାଇଛି।

18:40 PM

Live Amit Shah's roadshow in Cuttack: 
କଟକ ରୋଡ୍ ଶୋ' ସମୟରେ ଅମିତ ଶାହ ଚିଟ୍‌ଫଣ୍ଡ ଘୋଟାଲା ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ବିଜେପି ସରକାରକୁ ଆସିଲେ ଦେଢ଼ ବର୍ଷ ଭିତରେ ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ ହେବ। ଏବଂ ଏହି ଘୋଟାଲାରେ ସଂପୃକ୍ତ ଥିବା ଲୋକେ ଜେଲ୍ ଯିବେ।

 

18:37 PM

Live Amit Shah's roadshow in Cuttack: 
ରୋଡ୍ ଶୋ' ସମୟରେ ଅମିତ ଶାହ ଗଣମାଧ୍ୟମ ଆଗରେ କହଛନ୍ତି ଯେ ଓଡ଼ିଶାର ନିଶ୍ଚିତ ଭାବରେ ବିଜେପି ସରକାର ଗଠନ କରିବ ଓ ନିଶ୍ଚିତ ଭାବରେ ବିଜେପି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶପଥ ନେବେ। ଏହା ସମତେ ସେ ଶ୍ରୀମନ୍ଦିରରେ ୪ ଦ୍ୱାରା ଖୋଲିବା ଓ ରତ୍ନ ଭଣ୍ଡାର ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି।

18:02 PM

Live Amit Shah's roadshow in Cuttack: 
> କଟକରେ ଅମିତ ଶାହ କରୁଛନ୍ତି ରୋଡ୍‌ ଶୋ'। ଏଠାର େଦେଖନ୍ତୁ-

 

17:59 PM

Live Amit Shah's roadshow in Cuttack: 
> କଟକରେ ଅମିତ ଶାହ କରୁଛନ୍ତି ରୋଡ୍‌ ଶୋ'
> ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ରୋଡ୍‌ ଶୋ'ରେ ସାମିଲ
> ଅମିତ ଶାହଙ୍କ ରୋଡ୍‌ ଶୋ'ରେ ହଜାର ହଜାର ସଂଖ୍ୟାର ଲୋକଙ୍କ ଜନସମାଗମ

17:46 PM

Live Amit Shah's roadshow in Cuttack: 
>କଟକରେ ଅମିତ ଶାହ କରୁଛନ୍ତି ରୋଡ୍‌ ଶୋ'
> ଗୋପବନ୍ଧୁ ଛକରୁ ଆରମ୍ଭ ହେଲା ଶାହଙ୍କ ରୋଡ୍‌ ଶୋ'
> ଶାହଙ୍କ ସହ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମଧ୍ୟ ରହିଛନ୍ତି ସାମିଲ

17:15 PM

Odisha News Live Updates: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ପ୍ରଚାର ଆରମ୍ଭ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।  ପ୍ରବଳ ଖରାରେ ଲୋକଙ୍କ ବିପୁଳ ଉପସ୍ଥିତି ଯୋଗୁଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ୍‍ ଦେଇଥିଲେ । ନିଜର ଚିରାଚରିତ ବହୁତ କମ୍‍ କଥାରେ ସେ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା ।

16:50 PM

CAA Rules: ନାଗରିକତା ସଂଶୋଧନ ଅଧିନିୟମ ଅନୁଯାୟୀ, ୧୪ ଜଣଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯାଇଛି। ବୁଧବାର ଦିନ (ମେ ୧୫) ରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ସେୟାର କରିଛି। ମନ୍ତ୍ରଣାଳୟ କହିଛି ଯେ CAA ଅଧୀନରେ ୧୪ ଜଣଙ୍କୁ ଭାରତୀୟ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

16:34 PM

Amit Shah in Odisha: ଗୃହମନ୍ତ୍ରୀ ଅମିତ ଶାହ ଆଜି ଆସ୍କା ନିର୍ବାଚନ ମଣ୍ଡଳୀର ସୋରଡ଼ା ଠାରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଶ୍ରୀ ଶାହ ବିଜେପି ଓଡ଼ିଶାର ବିଭିନ୍ନ ଯୋଜନାକୁ ଉଲ୍ଲେଖ କରିବା ସହ ମୋଦୀଙ୍କ ଯୋଜନାକୁ ରାଜ୍ଯ ସରକାର କିପରି ହଡ଼ପ କରି ନିଜ ନାଁରେ ପ୍ରଚାର କରୁଛନ୍ତି ତାହା କହିଛନ୍ତି। ପଢ଼ନ୍ତୁ ପୂରା ଖବର...

15:45 PM

Odisha News Live Updates: ସୋରଡ଼ାରେ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଶାହ । ମୋଦି ସରକାର ଦେଉଥିବା ଚାଉଳରେ ନିଜ ଫଟୋ ଛାପି ରାଜ୍ୟ ସରକାର ନିଜେ ଚାଉଳ ଦେଉଛନ୍ତି ବେଲି ଶାହ କହିଛନ୍ତି । ଧାନ ବିକ୍ରୀ, ଶ୍ରୀମନ୍ଦିର ପ୍ରସଙ୍ଗ ନକ୍ସଲ ଦମନ, ଆୟୁଷ୍ମାନ ଯୋଜନା ସମ୍ପର୍କରେ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ସହ କହିଥିଲେ ଯେ, ନବୀନ ସରକାର ଠେଲା ସରକାର । ଆଉ ଏ ସରକାର ଆସିବାର ନାହିଁ ଏବେ ଲୋକେ ବିଜେପି ସରକାର ଗଠନ କରିବେ ।

15:05 PM

Odisha News Live Updates: ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସୋରଡ଼ା ଅଭିମୁଖେ ଯାତ୍ରା କରିଥିଲେ । ସୋରଡ଼ାରେ ସାଧାରଣ ସଭାରେ ଯୋଗ ଦେବା ସହ କଟକରେ ରୋଡ ଶୋର କାର୍ଯ୍ୟକ୍ରମ କରିବେ ଅମିତ ଶାହ । ପରେ ପୁଣିଥରେ ୧୭ତାରିଖ ଦିନ ଓଡ଼ିଶା ଆସି ରାଉରକେଲାରେ ସାଧାରଣ ସଭାକୁ ସମ୍ୱୋଧନ କରିବେ ।

14:55 PM

Rakhi Sawant: ଅସୁସ୍ଥ ହେଲେ ରାଖୀ ସାୱନ୍ତ, ମୁମ୍ୱାଇର ଏହି ହସ୍ପିଟାଲରେ ଭର୍ତ୍ତି

Rakhi Sawant: ଅସୁସ୍ଥତା କାରଣରୁ ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଖୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ରାଖୀ ହୃଦଘାତର ଶିକାର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ରାଖି ସାୱନ୍ତଙ୍କୁ ବର୍ତ୍ତମାନ ଜୁହୁର 'କ୍ରିଟି କେୟାର ହସ୍ପିଟାଲ'ର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ରାଖୀଙ୍କର ପ୍ରକୃତରେ କଣ ହେଇଛି ତାହା ମେଡିକାଲ୍ ଟେଷ୍ଟ୍ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ । ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ରାଖୀ ହସ୍ପିଟାଲରେ ଆଡମିଟ୍ ହୋଇ ରହିବେ ବୋଲି କୁହାଯାଉଛି ।

14:19 PM

Odisha News Live Updates: ଆଜି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡି଼ଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଆଜି ମଧ୍ୟାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ଆସିକା ସଂସଦୀୟ କ୍ଷେତ୍ର  ସୋରୋଡାରେ  ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।  ଏହାପରେ କଟକରେ ସନ୍ଧ୍ୟା ୫ଟାରେ ବିଶାଳ ରୋଡ ସୋ'ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ପରେ ପୁଣି ୧୭ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ। ୧୭ ତାରିଖରେ ରାଉରକେଲାରେ ଶାହଙ୍କ ସାଧାରଣ ସଭା। 

13:50 PM

Odisha News Live Updates: ସାରା ଦେଶରେ ବନ୍ଦ ପଡ଼ିଥିବା କାରଖାନା ପୁଣି ଚାଲୁ କରିଦିଆଯିବ । ଚାଷୀମାନଙ୍କ ଋଣ ଛାଡ଼ କରାଯିବା ସହ ଗ୍ୟାରେଣ୍ଟି ଏମ୍‌ଏସ୍‌ପି ଲାଗୁ ହେବ । ଇଣ୍ଡି ମେଣ୍ଟ ସରକାର ମନରେଗା ମଜୁରୀ ୪ଶହ ଟଙ୍କା କରିବ ବୋଲି ରାହୁଲ ବଲାଙ୍ଗିରରେ କହିଛନ୍ତି ।

13:36 PM

Odisha News Live Updates: ଏଥିସହ ରାହୁଲ କହିଛନ୍ତି ଯେ, ଜୁନ୍‌ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ । ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ । ସବୁ ବର୍ଗଙ୍କ ଗଣତି କରାଯିବ । ପ୍ରତି ପରିବାରର ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ । ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଯିବ। ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ ବୋଲି ରାହୁଲ କହିଛନ୍ତି । କୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ ଲକ୍ଷପତି କରିଦିଆଯିବ ।

13:30 PM

ବଲାଙ୍ଗିରରେ ରାହୁଲ, କହିଲେ- ଜୁନ୍‌ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ

ବଲାଙ୍ଗିର: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବଲାଙ୍ଗିରରେ ଜନସଭାକୁ ସମ୍ୱୋଧନ କରିଛନ୍ତି । ବକ୍ତବ୍ୟ ଦେଇ ରାହୁଲ ଅନେକ ପ୍ରତିଶୃତି ଅଜାଡି ଦେଇଛନ୍ତି । ରାହୁଲ କହିଛନ୍ତି ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଯେ, ଜିତିଲେ ସମ୍ବିଧାନ ବଦଳାଇବ । ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି । ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ରାହୁଲ କହିଛନ୍ତି ।

13:02 PM

Odisha News Live Updates: ବଲାଙ୍ଗିରରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ବଲାଙ୍ଗିର ଜନ ଆଶୀର୍ବାଦ ସଭାରେ ଯୋଗଦେଲେ ରାହୁଲ । ସେ ସେଠାରେ ନିଜର ବକ୍ତବ୍ୟ ରଖିଛନ୍ତି ।  ସେ କହିଛନ୍ତି ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି, ସେଥିରୁ ୩ ଦଳିତ। ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ। ଜୁନ୍‌ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ । ଏହାସହ ୨୨ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଦେଇଛନ୍ତି। ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ବି କହିଛନ୍ତି। 

 

12:40 PM

Odisha News Live Updates: ଝାରସୁଗୁଡ଼ାରୁ ସ୍ବତନ୍ତ୍ର ହେଲିକପ୍ଟରରେ ବଲାଙ୍ଗିରରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି ।

12:30 PM

Odisha News Live Updates: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଆ ମାଧବୀ ରାଜେଙ୍କର ପରଲୋକ ହୋଇଛି । ଦିଲ୍ଲୀ  ଏମ୍ସରେ ଚିକିତ୍ସାଧନ ଅବସ୍ଥଆରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା। ନିମୋନିଆ ଏବଂ ସେସ୍ପିସରେ ପୀଡିତ  ହୋଇ କିଛି ଦିନ ହେବ ସେ ଭେଣ୍ଟିଲେଟରରେ ଥିଲେ। ଆଜି ସକାଳ ୯ଟା ୨୮ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

12:30 PM

ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କୁ ଆକ୍ରମଣ, ୨ ଲହୁଲୁହାଣ

ପିପିଲି: ସାକ୍ଷୀଗୋପାଳ ମନ୍ଦିରରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କିଛି ଅଣସେବାୟତ ମନ୍ଦିରର ବରିଷ୍ଠ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଗୁରୁତର ଆହତ ହୋଇଥିବା ବରିଷ୍ଠ ସେବାୟତଙ୍କ ନାମ କିଶୋର ଚନ୍ଦ୍ର ମହାପାତ୍ର ବୋଲି ଜଣାପଡିଛି । ଅଧିକ ପଢ଼ନ୍ତୁ

12:13 PM

Odisha News Live Updates: ବାଲେଶ୍ୱର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି ଯେ, ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି । ଦୀର୍ଘ ୨୪ ବର୍ଷ ଧରି ଶାସନ କରି ରାଜ୍ୟ ସରକାର କିଛି କରିପାରିନାହାନ୍ତି । ତେଣୁ ଏଥର ସବୁ ଲୋକସଭା ଆସନ ବିଜେପି ଜିତିବ ।

11:49 AM

Odisha News Live Updates: ଓଡିଶାରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଝାରସୁଗୁଡ଼ାରୁ ସ୍ବତନ୍ତ୍ର ହେଲିକପ୍ଟରରେ ବଲାଙ୍ଗିର ଗଲେ ରାହୁଲ। କୋଶଳ କଳାମଣ୍ଡଲ ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେବେ । ସେଠାରେ ନିର୍ବାଚନୀ ସଭା ଓ ବାଇକ୍ ରାଲିରେ ସାମିଲ୍  ହେବେ । ବଲାଙ୍ଗୀରରେ ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ରାହୁଲ୍ ପ୍ରଚାର ମଇଦାନନକୁ ଓହ୍ଲାଇବେ ବୋଲି ଜଣାପଡିଛି। 

 

11:26 AM

Odisha News Live Updates: ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟକୁ ନେଇ ଆସିଛି ବଡ଼ ଅପଡେଟ୍ ।  ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷାର ଫଳ । କେଉଁ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ସେନେଇ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ  କୌଣସି ସୂଚନା ମିଳି ନାହିଁ। କିନ୍ତୁ ଏକ ସମୟରେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଫଳାଫଳ ଜାରି କରାଯିବ ବୋଲି ଜଣାପଡ଼ିଛି । ଚଳିତ ମାସ ୧୫ ତାରିଖ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSC) ପକ୍ଷରୁ ଯୋଜନା କରାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଯୋଜନା ଫଳପ୍ରଦ ହେଲା ନାହିଁ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜୁନ୍ ମାସ ପୂର୍ବରୁ ରେଜଲ୍ଟ ପ୍ରକାଶ କରିବାକୁ  ବିଭାଗ ନିସ୍ପତ୍ତି ନେଇଛି। 

11:10 AM

Odisha News Live Updates: ଆନ୍ଧ୍ରପ୍ରଦେଶର ବାପାଟଲା ଜିଲ୍ଲାରେ ହାଇଦ୍ରାବାଦ ବିଜୟୱାଡା ରାଜପଥରେ ଅଘଟଣ। ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ୩୨ ଜଣ ଆହତ ହୋଇ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବସ୍-ଟ୍ରକ୍ ଧକ୍କାରେ ଲାଗିଥିବା ନିଆଁ ଏତେ ଭୟଙ୍କର ଯେ ବସ୍ ଓ ଟ୍ରକ୍ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

 

10:53 AM

Odisha News Live Updates: ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଗ୍ରାହକ ।  ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିଛି ସୁନା ଦର ବୃଦ୍ଧି। ଦର ବୃଦ୍ଧି ଗ୍ରାହକଙ୍କ  ହୋସ୍ ଉଡାଇଛି। ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ ସାହାସ ବି କରିପାରୁ ନାହାଁନ୍ତି । ଗତକାଲି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ମୂଲ୍ କମ୍ ଥିବା ବେଳେ ଆଜି ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Gold Rate Today: ପୁଣି ରେକର୍ଡ଼ ଭାଙ୍ଗିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ଅଛି ରେଟ୍?

10:17 AM

Odisha News Live Updates: ଆଜି ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି । ଏ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି। ଏହି ଦିନ ସ୍ୱୟଂ ବ୍ରହ୍ମା ମହାପ୍ରଭୁଙ୍କର ପୁଷ୍ୟାଭିଷେକ ବା ଜଳାଭିଷେକ କରାଇଥିଲେ ବୋଲି ବାମଦେବ ସଂହିତା ଓ ସ୍କନ୍ଦ ପୁରାଣରେ ବର୍ଣ୍ଣିତ ରହିଛି। କାଳ କାଳ ଯୁଗ ଯୁଗ ଧରି କାଳିଆ ସାଆନ୍ତ ନୀଳାଦ୍ରୀ କନ୍ଦରର ପାବନ ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ କରି ବାର ମାସରେ ତେର ଯାତ୍ରା କରିଥାନ୍ତି। ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ବାରଯାତ୍ରା ତେର ପର୍ବ ମଧ୍ୟରୁ ନୀଳାଦ୍ରୀ ମହୋଦୟାଷ୍ଟମୀ ବା ନିଳାଦ୍ରୀ ମହୋଦୟ ନୀତି ହେଉଛି ତ୍ରୈୟୋଦଶ ପର୍ବ। ଆଜି ପ୍ରାତଃ ସମୟରୁ ମଙ୍ଗଳ ଆଳତୀ ସମ୍ପୁର୍ଣ୍ଣ ହୋଇ ନିତ୍ୟ ଅବକାଶ , ଗୋପାଳ ବଲ୍ଲଭ , ସକାଳ ଧୂପ ପୂଜା ବଢିସାରିବା ପରେ ଗତଦିନ ଅଧିବାସ ହୋଇଥିବା ୧୦୮ ଜଳଗରା କୁ ପ୍ରତିହାରୀ ମାନଙ୍କ ସୁରକ୍ଷାରେ ଗରାବଡୁ ସେବକମାନେ ବାଘମୁହଁ ବାନ୍ଧି ଘଣ୍ଟ , ଛତା , କାହାଳୀ , ତଳିଛ ପଟୁଆରରେ ଆସି ଚାରି ଥରରେ ଚାରିପନ୍ତି କରି ରଖନ୍ତି ।

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Puri News: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନିଳାଦ୍ରୀ ମହୋଦୟ ନୀତି

 

09:55 AM

Odisha News Live Updates:  ଗ୍ରାହକଙ୍କୁ ଲାଗିବ ବଡ଼ ଝଟକା। ନିର୍ବାଚନ ଶେଷ ହେବା ପରେ ବଢିବ ମୋବାଇଲ୍‌ ବିଲ୍‌ । ଯାହା ମୋବାଇଲ୍ ଉପଭୋକ୍ତାଙ୍କ ଉପରେ ଏକ ପ୍ରହାର ସଦୃଶ ହେବ।  ନିର୍ବାଚନ ପରେ ମୋବାଇଲ୍‌ ଶୁଳ୍କରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି।

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Mobile Phone Bills: ଗ୍ରାହକଙ୍କୁ ଲାଗିବ ଝଟକା, ଏହି ସବୁ କମ୍ପାନୀ ବଢାଇବେ ରିଚାର୍ଜ ପ୍ଲାନର ଦାମ୍!

09:35 AM

Odisha News Live Updates: ପୁରୀର ତାଳବଣିଆ ଥାନା ଅନ୍ତର୍ଗତ ଚମାରସାହିରେ ଏସିଡ୍‍ ମାଡ଼ ହେତୁ  ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସରକାରୀ ଜମି ଜବରଦଖଲ କୁ ନେଇ ଏପରି କାଣ୍ଡ ଘଟିଥିବା ଜଣାପଡ଼ିଛି। ଦୀର୍ଘ ବର୍ଷ ହେଲା ସରକାରୀ ଜମିରେ ରହି ଆସୁଥିବା ବିଜୟ ବହେରାଙ୍କ ପାଚେରୀ ନିର୍ମାଣକୁ କେନ୍ଦ୍ରକରି ଏହି ଘଟଣା ଘଟିଥିଲା। ସେ ସାହିର ଲୋକଙ୍କଉପରକୁ ଏସିଡ୍‍ ଫୋପାଡ଼ିବାରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୨ଜଣଙ୍କ ଆଖି ପ୍ରଭାବିତ ହୋଇଥିବା ଜଣାପଡନିଛି। 

09:15 AM

Odisha News Live Updates: ନିର୍ବାଚନ ସମୟରେ ଗାଡ଼ି ମୋଟର ଯାଞ୍ଚ ବେଳେ ବ୍ୟାପକ ଟଙ୍କା ଓ ସୁନା ଜବତ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରନ୍ତରେ ଏପରି ଘଟଣା ସବୁଦିନ ନଜରକୁ ଆସୁଛି। ଜଳେଶ୍ୱରର ଲକ୍ଷ୍ମଣନାଥ ଟୋଲ ଗେଟ୍‍ ନିକଟରେ ଏକ କାରରୁ ୧୧ଟି ପ୍ୟାକେଟରେ ଥିବା ଦେଢ଼କିଲୋ ସୁନା ଯାହାର ମୂଲ୍ୟ ୧ କୋଟି ଟଙ୍କା ହେବ ଏବଂ ୩ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି। ଏକ ଲଜିଷ୍ଟିକ୍‍ କମ୍ପାନୀର କାର୍‍ରୁ ଏହା ଜବତ ହୋଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଜଣେ ଠିକାଦାରଙ୍କ ଗାଡ଼ିରୁ ୫ କୋଟି ଟଙ୍କା ନଗଦ ଜବତ ହୋଇଛି। ଯାଜପୁର ଅଞ୍ଚଳର ଏହି ଠିକାଦାର ଅନେକ ସରକାରୀ କାର୍ଯ୍ୟ କରିଥିବାର ରେକର୍ଡ ରହିଛି। 

09:01 AM

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର :Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

08:31 AM

Odisha News Live Updates: ବିଜେପି ପୁଣିଥରେ ଏହାର ସୋର  ବିଧାନସଭା ପାଇଁ ପ୍ରାର୍ଥୀ କରିଛି। ପ୍ରଥମେ ରାଜୁ ଦାସଙ୍କୁ ପ୍ରାର୍ଥୀ କରିଥିଲେ। ସେ ଭଣ୍ଡାରୀ ପୋଖରୀରୁ ଥରେ ନିର୍ବାଚନ ଜିତିଥିଲେ। ସେ ବିଜେପି ଟିକଟରେ ନାମାଙ୍କନ ବି ଦାଖଲ କରିଥିଲେ। କିନ୍ତୁ ଶେଷ ଦିନରେ ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିବା ପର୍ଶୁରାମ ଧଡ଼ାଙ୍କୁ ଦଳ ପ୍ରାର୍ଥୀ କରିଛି। ଏହାଦ୍ୱାରା ଦଳ ଭିତରେ ବିବାଦ ପଦାକୁ ଆସିଛି। ବରିଷ୍ଠ ନେତୃତ୍ୱ ଏହାର ସମାଧାନ କରାଯାଉଛି ବୋଲି ସୂଚନା ଦେବା ସହ ପର୍ଶୁରାମ ଧଡ଼ା ହିଁ ଦଳୀୟ ପ୍ରାର୍ଥୀ ବୋଲି କହିଛନ୍ତି। 

 

08:16 AM

Odisha News Live Updates: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଓଡି଼ଶା ଗସ୍ତରେ ଆସୁଛନ୍ତି।  ଆଜି ପୂର୍ବାହ୍ନ ୧୧ ଟାରେ ଭୁବନେଶ୍ବରରେ ପହଞ୍ଚି ସିଧା ସଳଖ ବାଲଙ୍ଗୀର ଯିବେ। ସେଠାରେ ନିର୍ବାଚନୀ ସଭା ଓ ବାଇକ୍ ରାଲିରେ ସାମିଲ୍  ହୋଇ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି। ବଲାଙ୍ଗୀରରେ ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ରାହୁଲ୍ ପ୍ରଚାର ମଇଦାନନକୁ ଓହ୍ଲାଇବେ ବୋଲି ଜଣାପଡିଛି। ସେପଟେ, ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଗଡେ ମଧ୍ୟ  ଆସନ୍ତାକାଲି ଓଡିଶା ଆସିବେ। ଏବଂ ଫୁଲବାଣୀରେ ନିର୍ବାଚନୀ ସଭାକୁ ସମ୍ଭୋଧିତ କରିବେ ବୋଲି ଜଣାପଡିଛି। 

07:58 AM

Odisha News Live Updates: ମେ ୧୫ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ବୁଧବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି।  କିଛି ସ୍ଥାନରେ ଦରରେ ପରିବର୍ତ୍ତନ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?
ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Petrol Diesel Price Today: ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ -ଡିଜେଲ, ଲିଟର ପିଛା ଦର ରହିଛି ଏତିକି ଟଙ୍କା

07:44 AM

Odisha News Live Updates: ମୁଖ୍ୟମନ୍ତ୍ରୀ  ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ରାଜଧାନୀରେ ରୋଡ୍ ସୋ’କରିବେ। ନିର୍ବାଚନକୁ ଆଖିରେ ରଖି ଏହି ପ୍ରଚାର ସୋ’ ଭୁବନେଶ୍ୱରରର ତିନୋଟିଯାକ ନିର୍ବାଚନ ମଣ୍ଡଳୀକୁ ପହଞ୍ଚିବା କାର୍ଯ୍ରକ୍ରମ ରହିଛି। ବିଣ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗୁରୁବାରଦିନ ଅପରାହ୍ଣରେ ଏହି ପଟୁଆର ଆୟୋଜନ କରାଯାଇଛି। ଯାହା କ୍ୟାପିଟାଲ୍‍ ହସ୍‍ପିଟାଲ୍‍ ଛକରୁ ବାହାରି ରାଜଭବନ, କଳିଙ୍ଗ ଷ୍ଟାଡିୟମ ପରେ ବାୟାବାବା, ମଠ, ରୂପାଲି ଛକ ଓ ଶିଶୁ ଭବନରେ ପହଞ୍ଚିବ। ଏଠାରେ ଶୋଭାଯାତ୍ରା ଶେଷ ହେବ।  ଏହି ଶୋଭାଯାତ୍ରାରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀଙ୍କ ସମେତ ତିନି ବିଧାନସଭା ମଣ୍ଡଳୀର ପ୍ରାର୍ଥୀ ଉପସ୍ଥିତ ରହିବେ। ଦ୍ୱିତୀୟ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍ ମଧ୍ୟ ଏହି ଶୋଭାଯାତ୍ରାରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।ଏହି ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଟ୍ରାଫିକ୍‍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ କଟକଣା  ରଖାଯିବ। ସୁରକ୍ଷାକୁ ଦୃଷ୍ଟିରେ ରଖି  ଗୋପବନ୍ଧୁ ଛକ, ଗଙ୍ଗନଗର, ଏ ଏଠାର ବିଭିନ୍ନ ବସ୍ତି ଅଞ୍ଚଳ ଏବଂ ୟୁନିଟ୮, ନୂଆସାହି, ନୟାପଲ୍ଲୀ, ବେହେରା ସାହି ଦେଇ ପୁଲିସ ଫ୍ଲାଗ୍‍ ମାର୍ଚ୍ଚ କରିଛି। ଶୃଙ୍ଖଳା ରକ୍ଷା, ବିଭିନ୍ନ ଅସାମାଜିକ କାର୍ଯ୍ୟକୁ ରୋକିବା ଆଦି ଏଥିରେ ପ୍ରାଧାନ୍ୟ ଦିଆଯାଇଛି। 

 

07:34 AM

Odisha Daily News Live: ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରକୋପ। ଏହାରି ଭିତରେ ପାଣିପାଗ ବିଭାଗ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଦେଇଛି।  ଏଥର ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଶୀଘ୍ର ଆସିବ। ୧୯ ସୁଧା ଆଣ୍ତାମାନ, ନିକୋବର ଦୀପପୁଞ୍ଜ  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଏଲ ନିନୋ ସ୍ଥିତି ଦୁର୍ବଳ ହେବାକୁ ଯାଉଛି।  ଚଳିତ ବର୍ଷ ମୌମୁମୀ ପାଇଁ ଅନୁକୂଳ ରଖିଛି। ଏହି କାରଣରୁ ମୌମୁମୀ ସ୍ବାଭାବିକ ସମୟ ପୂର୍ବରୁ ଆସିପାରେ। ଚଳିତ ବର୍ଷ ମୌମୁମୀର ପ୍ରଭାବ ଅଧିକ ଥିଲେ ମଧ୍ୟ ରାଜ୍ୟରେ ବର୍ଷାର ପରିମାଣ କମିବାର ଯଥେଷ୍ଟ ସମ୍ଭାବନା ରହିଛି । 

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ :  ଆଜି ୮ ଜିଲ୍ଲାରେ କାଳବୈଶାଖି ବର୍ଷା ସମ୍ଭାବନା

07:14 AM

 

Odisha Daily News Live: ଆଜି  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡି଼ଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଆଜି ମଧ୍ୟାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ଆସିକା ସଂସଦୀୟ କ୍ଷେତ୍ର  ସୋରୋଡାରେ  ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।  ଏହାପରେ କଟକରେ ସନ୍ଧ୍ୟା ୫ଟାରେ ବିଶାଳ ରୋଡ ସୋ'ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ବର ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାଜଧାନୀରେ ଅନୁଷ୍ଠିତ ବିଶାଳ ଦଳୀୟ କର୍ମଶାଳାରେ ଯୋଗ ଦେବେ। ଶ୍ରୀ ନଡ୍ଡା ୧୬ ତାରିଖ ଦିନ ବରଗଡ଼ ଜିଲ୍ଲା ପଦ୍ମପୁର ଏବଂ ସୁନ୍ଦରଗଡ ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।