Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2247992

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today

1. More rich with Criminal Records found as candidates: ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୨୦ ତାରିଖରେ ଭୋଟଗ୍ରହଣ କରାଯିବ। ଏଥିରେ ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟଗ୍ରହଣ ହେବ। ଏଥିଲାଗି ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି। ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ସମୁଦାୟ ୨୬୫ ପ୍ରାର୍ଥୀ ବିଧାନସଭାରେ ବିଧାୟକ ହେବାକୁ ଲଢ଼ୁଛନ୍ତି। ଏହି ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠ ଅନୁସାରେ ୮୭ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେଥିରୁ ୭୦ ଜଣ ଜଘନ୍ୟ ଅପରାଧିକ ମାମଲାରେ ଛନ୍ଦି ହୋଇଛନ୍ତି। ୯୫ଜଣ କୋଟିପତି ମଇଦାନରେ ଥିବା ବେଳେ ଜଣେ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୩କୋଟି ୯୮ ଲକ୍ଷରୁ ଅଧିକ ବୋଲି ଆସୋସିଏସନ୍‍ ଫର ଡେମୋକ୍ରାଟିକ୍‍ ରିଫର୍ମ ( ଏଡିଆର) ପକ୍ଷରୁ କୁହାଯାଇଛି।

2. Pandian says 24 Seats in BJD pocket: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ବିଜେଡି କ୍ଲିନ୍‍ ସ୍ୱିପ୍‍ କରିବ ବୋଲି କହିଛନ୍ତି ଦଳର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କାର୍ତ୍ତିକେୟ ପାଣ୍ଡିଆନ୍‍। ଏହି ପର୍ଯ୍ୟାୟରେ ହୋଇଥିବା ୨୮ ବିଧାନସଭା ଆସନରୁ ଦଳ ସର୍ବନିମ୍ନ  ୨୪ଟିରେ ଜିତିବ ବୋଲି କହିଛନ୍ତି। ଦୁଇଟିରେ କଂଗ୍ରେସ ସହ ଏବଂ ଗୋଟିଏ ବିଧାନସଭା ଆସନରେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କହିଛନ୍ତି ଶ୍ରୀ ପାଣ୍ଡିଆନ୍‍। ଅପରପକ୍ଷେ ଲୋକସଭା ଆସନ ସମ୍ପର୍କରେ କହିବା କଷ୍ଟକର ବୋଲି ସେ କହିଛନ୍ତି। ୨୦୧୯ରେ ଏହି ନିର୍ବାଚନ ମଣ୍ଡଳୀରେ ୨୦ଟି ଆସନ ଜିତିଥିଲା ବିଜେଡି। 

3.Naveen to host a Road Show in Bhubaneswar: ମୁଖ୍ୟମନ୍ତ୍ରୀ  ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ରାଜଧାନୀରେ ରୋଡ୍ ଶୋ’ କରିବେ। ନିର୍ବାଚନକୁ ଆଖିରେ ରଖି ଏହି ପ୍ରଚାର ଶୋ’ ଭୁବନେଶ୍ୱରରର ତିନୋଟିଯାକ ନିର୍ବାଚନ ମଣ୍ଡଳୀକୁ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗୁରୁବାରଦିନ ଅପରାହ୍ଣରେ ଏହି ପଟୁଆର ଆୟୋଜନ କରାଯାଇଛି। ଯାହା କ୍ୟାପିଟାଲ୍‍ ହସ୍‍ପିଟାଲ୍‍ ଛକରୁ ବାହାରି ରାଜଭବନ, କଳିଙ୍ଗ ଷ୍ଟାଡିୟମ ପରେ ବାୟାବାବା, ମଠ, ରୂପାଲି ଛକ ଓ ଶିଶୁ ଭବନରେ ପହଞ୍ଚିବ। ଏଠାରେ ଶୋଭାଯାତ୍ରା ଶେଷ ହେବ।

4. Portable Hospital Dropped from Air: ପ୍ରଥମଥର ପାଇଁ ଭାରତୀୟ ବାୟୁସେନା ଜରୁରୀ କାଳୀନ ପରିସ୍ଥିତିରେ ସ୍ୱାସ୍ଥ୍ୟ ସେବାକୁ କାଏମ ରଖିବା ଲାଗି ପୋର୍ଟେବଲ୍‍ ହସ୍‍ପିଟାଲ୍‍ ନିର୍ମାଣ କରି ତାହାକୁ ଆକାଶ ମାର୍ଗରୁ ତଳେ ପକାଇବାରେ ସଫଳ ହୋଇଛି। ଆଗ୍ରାଠାରେ ଏପରି କାର୍ଯ୍ୟକ ପରୀକ୍ଷାମୂଳକ ଭାବେ କରାଯାଇଥିଲା। ବାୟୁସେନାର ହେଲିକପ୍ଟର ଏହି ପୋର୍ଟେବଲ ହସ୍‍ପିଟାଲ୍‍କୁ ଆକାଶ ଛତା ସଂଯୋଗରେ ତଳକୁ ପକାଇଥିଲା, ଯାହା ସିଧା ହୋଇ ଭୂମି ସ୍ପର୍ଶ କରିବା ପରା ଆକାଶ ଛତା ମଉଳି ପଡ଼ିଥିଲା। 

5. PM Files Nomination: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତୃତୀୟଥର ପାଇଁ ବାରଣାସୀ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସକାଳୁ ଗଙ୍ଗାମାତାଙ୍କୁ ପୂଜା କରିବା ସହ ସେ ବିଭିନ୍ନ ମନ୍ଦିର ବୁଲିଥିଲେ। ଏହାପରେ ନିର୍ଦ୍ଧାରିତ ସମୟ ଅନୁସାରେ ସେ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। 

6. Pradeep Panigrahy injured: ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଗତକାଲି ନିର୍ବାଚନ  ପାଇଁ ଭୋଟଦାନ ଚାଲିଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଥିଲା। ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ଆକ୍ରମଣ ହେତୁ ତାଙ୍କର ଛାତିରେ ଆଘାତ ଲାଗିଥିଲା। ଏହା ଫୁସଫୁସ ଆଘାତ ଦେଇଥିବା ସନ୍ଦେହ କରାଯାଉଛି।

7. MLA Candidate arrested: ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ଼ ମାମଲାରେ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦେସଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି କୋର୍ଟ। ତାଙ୍କୁ ଗିରଫ କରି ଜେଲ୍‍କୁ ପଠାଇ ଦିଆଯାଇଛି। 

8. Relief to Ramdev: ବାବା ରାମଦେବଙ୍କ ବିରୁଦ୍ଧରେ ବିଭ୍ରାନ୍ତିମୂଳକ ବିଜ୍ଞାପନ ମାମଲା ଚାଲିବ କି ନା ସେ ନେଇ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ।  କିନ୍ତୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଯେଉଁ ଔଷଧଗୁଡ଼ିକୁ ବଜାରରୁ ଫେରାଇ ଆଣିବା ତଥା ଲାଇସେନ୍ସ ରଦ୍ଦ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଆଦେଶ ଦେଇଥିଲେ ସେଗୁଡ଼ିକ ବାବଦରେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି କୋର୍ଟ। 

9. Indian Epic Text on UNESCO Record: ୟୁନେସ୍କୋ ବିଶ୍ୱ- ଏସିଆ ପ୍ରଶାନ୍ତ ମହସାଗରୀୟ ଉପଖଣ୍ଡ ପଞ୍ଜିକାରେ ସ୍ଥାନ ପାଇଛି ଭାରତର ଲୋକପ୍ରିୟ ପୁରାଣଶାସ୍ତ୍ର ରାମଚରିତ ମାମନସ, ପଞ୍ଚତନ୍ତ୍ର ଏବଂ ସର୍ଦ୍ଦୟା ଲୋକ-ଲୋଚନ। ଭାରତ ସରକାରଙ୍କ ପିଆଇବି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାକୁ ଏକ ଗୌରବାନ୍ୱିତ କ୍ଷଣ ବୋଲି ଅଭିହିତ କରିଛି ୟୁନେସ୍କୋ।

10.India sent Humanitarian Aid to Kenya: ବନ୍ୟାଦ୍ୱାରା ଧ୍ବସ୍ତ ବିଧ୍ବସ୍ତ କେନିୟାକୁ ୧୦ଲକ୍ଷ ଡଲାର ମୂଲ୍ୟର ସାମଗ୍ରୀ ସହାୟତା ପ୍ରଦାନ କରିଛି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୨ଟନ ଓଜନର ସାମଗ୍ରୀ ପଠାଯାଇଛି। ଏଥିରେ ତମ୍ବୁ, କପଡ଼ା, ମୌଳିକ ସ୍ୟାନିଟାରୀ ଉତ୍ପାଦ, ଖାଦ୍ୟ, ସ୍ୱାସ୍ଥ୍ୟ ଉପକରଣ ,ପ୍ରଭୃତି ଅନ୍ତର୍ଭୁକ୍ତ। ଏହାକୁ ମାନବିକ ସହାୟତା ଭାବେ ଉଲ୍ଲେଖ କରିଛି ଭାରତ।

Also Read- ବଡ଼ମ୍ବାରେ ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ

Also Read- Mangal Gochar: ମଙ୍ଗଳ ଚଳନ ଶୁଭ ପ୍ରଭାବ, ୧ ଜୁନରୁ ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା