ଶିକ୍ଷିତ ବେକାରୀରେ ଓଡ଼ିଶା ଏକ ନମ୍ବର
Advertisement
Article Detail0/zeeodisha/odisha2226597

ଶିକ୍ଷିତ ବେକାରୀରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର: ଦେଶରେ ଥିବା ଶିକ୍ଷିତ ବେକାରଙ୍କ ତାଲିକାରେ ଓଡ଼ିଶା ଏକନମ୍ବର।  ଓଡ଼ିଶା ପଛକୁ କେରଳ ଦ୍ୱିତୀୟ ସ୍ଥାନରେ ଓ ଜମ୍ମୁ-କାଶ୍ମୀର ତୃତୀୟ ସ୍ଥାନରେ ଥିବା ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ପକ୍ଷରୁ ୨୦୨୪ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ନିକଟରେ ପ୍ରକାଶ ପାଇଥିବା ୨୦୨୪ ରିପୋର୍ଟରେ କୁହାଯାଇଛି, ୨୦୨୨ ଡିସେମ୍ବର ସୁଦ୍ଧା ୧

ଶିକ୍ଷିତ ବେକାରୀରେ ଓଡ଼ିଶା  ଏକ ନମ୍ବର

unemployment: ଭୁବନେଶ୍ୱର: ଦେଶରେ ଥିବା ଶିକ୍ଷିତ ବେକାରଙ୍କ ତାଲିକାରେ ଓଡ଼ିଶା ଏକନମ୍ବର।  ଓଡ଼ିଶା ପଛକୁ କେରଳ ଦ୍ୱିତୀୟ ସ୍ଥାନରେ ଓ ଜମ୍ମୁ-କାଶ୍ମୀର ତୃତୀୟ ସ୍ଥାନରେ ଥିବା ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ପକ୍ଷରୁ ୨୦୨୪ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

ନିକଟରେ ପ୍ରକାଶ ପାଇଥିବା ୨୦୨୪ ରିପୋର୍ଟରେ କୁହାଯାଇଛି, ୨୦୨୨ ଡିସେମ୍ବର ସୁଦ୍ଧା ୧୫ରୁ ୨୯ ବର୍ଷ ବୟସ୍କ ରୋଜଗାର ନ ପାଇ ବେକାର ଥିବା ଦେଶର ଶିକ୍ଷିତ ଯୁବକଯୁବତୀମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ଏକ ନମ୍ବରରେ ରହିଛି । ସର୍ବଭାରତୀୟ ସ୍ତରରେ ଏହି ହାର ୨୧.୮୪ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୩୯.୯୫ ପ୍ରତିଶତ ସହିତ ତାଲିକାର ପ୍ରଥମ ସ୍ଥାନରେ ରହିଛି । ଓଡ଼ିଶାକୁ ପଛକୁ ୩୮.୯୮ ପ୍ରତିଶତ ସହିତ କେରଳ ଦ୍ୱିତୀୟ ସ୍ଥାନରେ ଥିବାବେଳେ ୩୪.୮୧ ପ୍ରତିଶତ ସହିତ ଜମ୍ମୁ-କାଶ୍ମୀର ତୃତୀୟ ସ୍ଥାନରେ ରହିଛି । ଶିକ୍ଷିତ ବେକାର ସଂଖ୍ୟାରେ ଗୁଜରାଟ ସବୁଠାରୁ କମ୍ ୧୦.୬୬ ପ୍ରତିଶତ ଥିବାବେଳେ ଅନୁନ୍ନତ ରାଜ୍ୟଭାବେ ପରିଗଣିତ ଝାଡ଼ଖଣ୍ଡରେ ଏହା ୧୪.୨୪ ପ୍ରତିଶତ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ରାଜ୍ୟରେ ମହିଳାମାନେ ସ୍ୱାବଲମ୍ବୀ ହୋଇଛନ୍ତି ବୋଲି ସରକାର ଡିଣ୍ଡିମ ପିଟୁଥିବାବେଳେ ଏହି ରିପୋର୍ଟରେ ତା’ର ପୋଲ୍ ଖୋଲିଯାଇଛି । ଉପରୋକ୍ତ ବୟସ ବର୍ଗରେ ୪୮.୭୧ ପ୍ରତିଶତ ଶିକ୍ଷିତ ମହିଳା ବେକାର ଥିବା ରିପୋର୍ଟରେ ଦର୍ଶଯାଇଛି । ଶିକ୍ଷିତ ମହିଳା ବେକାର କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନରେ ଥିବାବେଳେ ୫୫.୮୩ ପ୍ରତିଶତ ସହିତ କେରଳ ଦ୍ୱିତୀୟ ସ୍ଥାନରେ ଓ ୫୭.୪୧ ପ୍ରତିଶତ ସହିତ ଜମ୍ମୁ-କାଶ୍ମୀର ପ୍ରଥମ ସ୍ଥାନରେ ରହିଛି । ସର୍ବଭାରତୀୟ ସ୍ତରରେ ଏହି ହାର ୨୭.୫୮ ରହିଛି ।

ଶିକ୍ଷିତ ଯୁବକ ବେକାର ଓଡ଼ିଶା ୩୭.୩୬ ପ୍ରତିଶତ ସହିତ  ଏକ ନମ୍ବର ସ୍ଥାନରେ ରହିଛି । ୩୫.୪୨ ପ୍ରତିଶତ ସହିତ ଉତ୍ତରାଖଣ୍ଡ ଦ୍ୱିତୀୟ ସ୍ଥାନରେ ଥିବାବେଳେ ୩୩.୭୦ ପ୍ରତିଶତ ସହିତ ହିମାଚଳ ପ୍ରଦେଶ ତୃତୀୟ ସ୍ଥାନରେ ରହିଛି । କେବଳ ଯେ ଶିକ୍ଷିତ ବେକାର ଯୁବକ ଯୁବତୀ କ୍ଷେତ୍ରରେ ଓଡ଼ିଶା ଟପରେ ରହିଛି ତାହା ନୁହେଁ ରୋଜଗାର ଅଭାବରୁ ଦାଦନ ଶ୍ରମିକ ହେବାରେ ୩୩.୦୧ ପ୍ରତିଶତ ସହିତ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ସର୍ବଭାରତୀୟ ସ୍ତରରେ ଦାଦନ ଶ୍ରମିକଙ୍କ ହାର ୨୮.୯ ପ୍ରତିଶତ ରହିଛି ।