BJDର ପ୍ରଚାର ସମୟରେ ମାଡି ଆସିଲେ ମହୁମାଛି, ୨୦ କର୍ମୀ ଆହତ
Advertisement
Article Detail0/zeeodisha/odisha2246703

BJDର ପ୍ରଚାର ସମୟରେ ମାଡି ଆସିଲେ ମହୁମାଛି, ୨୦ କର୍ମୀ ଆହତ

ନିର୍ବାଚନ ପାଇଁ ଜୋରଦାର ଚାଲିଥିଲା ପ୍ରଚାର କିନ୍ତୁ ହଠାତ୍ ପ୍ରଚାରସ୍ଥଳକୁ ମହୁମାଛି ମାଡି ଆସି ଆକ୍ରମଣ କରିଛନ୍ତି ବିଜେଡି କର୍ମୀଙ୍କୁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିନିକା ବ୍ଲକ କଳନ୍ତରା ଗାଁ ନିକଟରେ । ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ।

BJDର ପ୍ରଚାର ସମୟରେ ମାଡି ଆସିଲେ ମହୁମାଛି, ୨୦ କର୍ମୀ ଆହତ

ସୁବର୍ଣ୍ଣପୁର: ନିର୍ବାଚନ ପାଇଁ ଜୋରଦାର ଚାଲିଥିଲା ପ୍ରଚାର କିନ୍ତୁ ହଠାତ୍ ପ୍ରଚାରସ୍ଥଳକୁ ମହୁମାଛି ମାଡି ଆସି ଆକ୍ରମଣ କରିଛନ୍ତି ବିଜେଡି କର୍ମୀଙ୍କୁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିନିକା ବ୍ଲକ କଳନ୍ତରା ଗାଁ ନିକଟରେ । ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ବୀରମହାରାଜପୁର ବିଜେଡି ବିଧାୟକ ପ୍ରାର୍ଥି ପଦ୍ମନାଭ ହୋତା ଏବଂ ବଲାଙ୍ଗିର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଅଞ୍ଚଳରେ ନିର୍ବାଚନ ପ୍ରଚାର କରୁଥିଲେ । ଏହି ସମୟରେ ଡିଜେ ବାଜୁଥିଲା । କିନ୍ତୁ ହଠାତ୍ ନିକଟରେ ଏକ ଗଛରେ ଥିବା ମହୁଫେଣାରୁ ମହୁମାଛି ଉଡିଆସି କର୍ମୀମାନଙ୍କୁ ଆକ୍ରମଣ କରିଥିଲେ । ମହୁମାଛି ଆକ୍ରମଣରେ ବ୍ଲକ ସଭାପତି ଦ୍ୱାରିକାନାଥ ସାହୁ ମଧ୍ୟ ଆହତ ହୋଇଛନ୍ତି । ସମସ୍ତେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଥିବା ଖବର ମିଳିଛି ।

Also Read- ବ୍ରହ୍ମପୁର ଗୋଲନ୍ତରା ଗାଁରେ ହାତାହାତି, ୩ କର୍ମୀ ଆହତ

Also Read- Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ