ଭଦ୍ରକରେ ଓଲଟିଲା କଦଳୀ ବୋଝେଇ ଟ୍ରକ, ୨ ଗୁରୁତର
Advertisement
Article Detail0/zeeodisha/odisha2200478

ଭଦ୍ରକରେ ଓଲଟିଲା କଦଳୀ ବୋଝେଇ ଟ୍ରକ, ୨ ଗୁରୁତର

ଭାରସ୍ୟାମ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବା ଫଳରେ ବ୍ରିଜ ତଳକୁ ଖସିପଡିଛି ଏକ କଦଳୀ ବୋଝେଇ ଟ୍ରକ । ଉଭୟ ଡ୍ରାଇଭର ଏବଂ ହେଲପର ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଭଦ୍ରକରେ ଓଲଟିଲା କଦଳୀ ବୋଝେଇ ଟ୍ରକ, ୨ ଗୁରୁତର

ଭଦ୍ରକ: ୧୬ ନମ୍ୱର ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ଭାରସ୍ୟାମ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବା ଫଳରେ ବ୍ରିଜ ତଳକୁ ଖସିପଡିଛି ଏକ କଦଳୀ ବୋଝେଇ ଟ୍ରକ । ଉଭୟ ଡ୍ରାଇଭର ଏବଂ ହେଲପର ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଟ୍ରକଟି କଟକରୁ ବାଲେଶ୍ୱର ଆସୁଥିବା ସମୟରେ ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଟ୍ରକଟି ଦୁର୍ଘଟଣାର ସମ୍ମୁଖୀନ ହେଲା ସେନେଇ ଯାଞ୍ଚ କରାଯାଉଛି । ଅନ୍ୟପଟେ, ଟ୍ରକଟି ରାସ୍ତାରେ ପଡିଥିବା କାରଣରୁ ଯାତାୟତରେ ମଧ୍ୟ ବାଧା ଉପୁଜିଛି । ବୋଝେଇ ହୋଇଥିବା କଦଳୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି ।

Also Read- Surya Gochar 2024: ୨୪ ଘଣ୍ଟାରେ ବଦଳିଯିବ ଏହି ୩ ରାଶିର ଭାଗ୍ୟ, ରହିଛି ଧନପ୍ରାପ୍ତି ଯୋଗ

Also Read- Health Minister: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରଲୋକ