ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କୁ ଆକ୍ରମଣ, ୨ ଲହୁଲୁହାଣ
Advertisement
Article Detail0/zeeodisha/odisha2249063

ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କୁ ଆକ୍ରମଣ, ୨ ଲହୁଲୁହାଣ

ସାକ୍ଷୀଗୋପାଳ ମନ୍ଦିରରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କିଛି ଅଣସେବାୟତ ମନ୍ଦିରର ବରିଷ୍ଠ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଗୁରୁତର ଆହତ ହୋଇଥିବା ବରିଷ୍ଠ ସେବାୟତଙ୍କ ନାମ କିଶୋର ଚନ୍ଦ୍ର ମହାପାତ୍ର ବୋଲି ଜଣାପଡିଛି ।

ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କୁ ଆକ୍ରମଣ, ୨ ଲହୁଲୁହାଣ

ପିପିଲି: ସାକ୍ଷୀଗୋପାଳ ମନ୍ଦିରରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କିଛି ଅଣସେବାୟତ ମନ୍ଦିରର ବରିଷ୍ଠ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଗୁରୁତର ଆହତ ହୋଇଥିବା ବରିଷ୍ଠ ସେବାୟତଙ୍କ ନାମ କିଶୋର ଚନ୍ଦ୍ର ମହାପାତ୍ର ବୋଲି ଜଣାପଡିଛି ।

ସୂଚନା ମୁତାବକ, ଗତକାଲି ସେବାୟତଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମନ୍ଦିର ସମ୍ପର୍କିତ କଥା ଆଲୋଚନା ହେଉଥିବା ସମୟରେ ସଂଘ ଦ୍ୱାରା ପରିଚାଳିତ ବେଆଇନ୍ କାମକୁ ନେଇ ଅଭିଯୋଗ ଉଠିଥିଲା । ସେବାୟତ ସଂଘର ସଭାପତି ଓ ସଂପାଦକ ଆଲୋଚନା କରିବା ବେଳେ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ କିର୍ତ୍ତିରଞ୍ଜନ ମହାପାତ୍ର ନାମକ ଦୁଇ ବ୍ରାହ୍ମଣ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିଲେ । ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ନିକଟରୁ ବିଭିନ୍ନ ଉପାୟରେ ଅଣ ପୂଜକ କୃଷ୍ଣଚନ୍ଦ୍ର ଏବଂ କିର୍ତ୍ତିରଞ୍ଜନ ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଛି । ତେବେ ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Also Read- Mangal Gochar: ମଙ୍ଗଳ ଚଳନ ଶୁଭ ପ୍ରଭାବ, ୧ ଜୁନରୁ ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

Also Read- Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ