Dhamnagar Bypoll: କାହାକୁ ମିଳିବ କଂଗ୍ରେସ ଟିକଟ? ସୁର କଲେ ବଡ଼ ଖୁଲାସା
Advertisement
Article Detail0/zeeodisha/odisha1387150

Dhamnagar Bypoll: କାହାକୁ ମିଳିବ କଂଗ୍ରେସ ଟିକଟ? ସୁର କଲେ ବଡ଼ ଖୁଲାସା

Dhamnagar Bypoll: ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ବିଜେଡିର ରାଜେନ୍ଦ୍ର ଦାସ, ବିଜେପିର ସୂର୍ଯ୍ୟବଂଶୀ ସୁରଜ ଓ କଂଗ୍ରେସରୁ ଅନନ୍ତ ସେଠୀଙ୍କୁ ପାର୍ଥୀ ପାଇଁ ସାମାଜିକ ଗଣମାଧ୍ୟମରେ ଜୋରଦାର ପ୍ରଚାର ଚାଲିଛି। ବିଜେପି ତାର ପୂର୍ବ ସ୍ଥିତି ଫେରିପାଇବ ନା ବିଜେଡି ଗୋଷ୍ଠୀ କନ୍ଦଳ ଭୁଲି ଗଡ ଦଖଲ କରିବ, ଆଉ କଂଗ୍ରେସ କଣ କର୍ମୀଙ୍କୁ ଏକଜୁଟ କରି ତାର ଦକ୍ଷତା ପରୀକ୍ଷା ଦେବ? ତେବେ କେଉଁ ଦଳ ଉପରେ ଧାମନଗର ଭୋଟରଙ୍କ କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହାକୁ ଅପେକ୍ଷା ରହିଲା।

Dhamnagar Bypoll: କାହାକୁ ମିଳିବ କଂଗ୍ରେସ ଟିକଟ? ସୁର କଲେ ବଡ଼ ଖୁଲାସା

Dhamnagar Bypoll, ଭୁବନେଶ୍ୱର: ଧାମନଗର ଉପ-ନିର୍ବାଚନକୁ ନେଇ ଏବେ ଭଦ୍ରକ ଜିଲ୍ଲା ଉଠିଛୁ ପଡୁଛି। ରାଜ୍ୟର ତିନି ପ୍ରମୁଖ ଦଳ (ବିଜେଡି, ବିଜେପି ଓ କଂଗ୍ରେସ) ନିଜ ନିଜ ପ୍ରାର୍ଥୀ ଖୋଜିବାରେ ବ୍ୟସ୍ତ ଅଛନ୍ତି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏକ ବଡ ଖୁଲାସା କରିଛନ୍ତି। ଦଳ ଧାମନଗର ଉପ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ସେନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହା ସହ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି।

ରିବାବାର ଏକ ସାମ୍ବାଦିକ ସମ୍ମିଳନୀରେ ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଧାମନଗର ପ୍ରାର୍ଥୀ ଚୟନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଂଗ୍ରେସରେ ଜୋରଦାର ଲବି ହେଉଛି। ପ୍ରାର୍ଥୀ ଚୟନ ପାଇ ଚାରଟି କମିଟି ଗଠନ କରାଯାଇଛି। ଅଧ୍ୟାପକଙ୍କୁ ନେଇ ଏକ ନ୍ୟୁଟ୍ରାଲ କମିଟି ତୃଣମୂଳ ସ୍ତରକୁ ଯାଇ ଆଶାୟୀ ପ୍ରାର୍ଥୀଙ୍କ ଆଚାର ବ୍ୟବହାର, ଭଦ୍ରତା, ଲୋକପ୍ରିୟତା, ଜନସମର୍ଥନ ଓ ବିଜୟ ଆଶା ପରଖିଛନ୍ତି। ଦ୍ୱିତୀୟ ଟିମ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଯାଞ୍ଚ କରିଛନ୍ତି। ସେହିପରି ଅନ୍ୟ ଦୁଇଟି ଟିମରେ ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ପ୍ରମୁଖ ଥିଲେ। ଏହି ଚାରୋଟି ଦଳ ନିଜର ରିପୋର୍ଟ ଜମା କରିସାରିଛନ୍ତି।

Also Read: Dhamnagar By-Election Date: ନଭେମ୍ବରରେ ଧାମନଗର ଉପ-ନିର୍ବାଚନ, ECI ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ସୁର ପୁଣି କହିଛନ୍ତି, 'ବର୍ତ୍ତମାନ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପଶ୍ଚିମାଞ୍ଚଳ ଗସ୍ତରେ ଅଛନ୍ତି। ସେ ସେଠାରୁ ଫେରିଲା ପରେ ସମସ୍ତ ଚାରୋଟି ରିପୋର୍ଟର ସମୀକ୍ଷା କରିବେ। ସେଥି ମଧ୍ୟରୁ ତିନି ଜଣଙ୍କ ନାମ ଦିଲ୍ଲୀ ପଠାଯିବ। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଯାହା ନାମରେ ମୋହର ମାରିବେ ସେ ହିଁ ପ୍ରାର୍ଥୀ ହେବେ।" କଂଗ୍ରେସ ଟିକଟ ପାଇଁ ଅନିତା ସେଠୀ ଓ ତାଙ୍କ ଝିଅ ଲବି କରୁଥିବା ସୁର ମାନିଛନ୍ତି। ସେଠୀ ପରିବାର ବ୍ୟତୀତ ବିଦ୍ୟଧର ଜେନା, ସତ୍ୟନାରାୟଣ ମଣ୍ଡଲ ମଧ୍ୟ ପ୍ରାର୍ଥୀ ରେସରେ ଅଛନ୍ତ। 

ଜଟଣୀ ବିଧାୟକଙ୍କ କହିବା ଅନୁସାରେ, ଧାମନଗର ଉପନିର୍ବାଚନରେ କଂଗ୍ରେସ ହିଁ ଜିତିବ। ବିଜେପିକୁ ଲୋକେ ବରଖାସ୍ତ କରିଛନ୍ତି। ମୋଦି ସରକାର ଯେଉଁ ଭଳି ଭାବେ ଦରଦାମ ବୃଦ୍ଧି କରିଛନ୍ତି, ତାହା ସେମାନଙ୍କ ପାଇଁ କାଳ ହେବ। କେନ୍ଦ୍ର ସରକାର ଚୁଡା, ଗୁଡ, ଚାଉଳ, ଦହି ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି ଲଗାଇଛନ୍ତି। ଅନ୍ୟପଟେ ରାଜ୍ୟର ନବୀନ ସରକାର ଏଥିରୁ ଲୋକଙ୍କୁ ଆଶ୍ୱସ୍ତି ଦାବେ ପାଇଁ ସବସିଡ ଘୋଷଣା କରିବା କଥା, କିନ୍ତୁ କରୁନାହାଁ। ଯେଉଁଥିପାଇଁ ଉଭୟ ଦଳକୁ ଧାମନଗରବାସୀ ଗେଟ୍ ଆଉଟ କରିବେ ବୋଲି ସୁର କହିଛନ୍ତି।

Also Read: Dhamnagar By-Poll: କିଏ ହେବେ ବିଷ୍ଣୁଙ୍କ ବିକଳ୍ପ? ECIର ବିଜ୍ଞପ୍ତି ପରେ ଉଠୁଛି-ପଡୁଛି ଧାମନଗର

ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ତିନି ତାରିଖରେ ଧାମନଗର ଉପନିର୍ବାଚନ ହେବ। ଏଥିପାଇଁ ଗତ ୬ ତାରିଖରେ ନିର୍ବାଚନ କମିଶନ ପକ୍ଷରୁ ବିଧିବଦ୍ଧ ଭାବେ ନୋଟିସ ଜାରି କରାଯାଇଛି। ୧୪ ଅକ୍ଟୋବର ୨୦୨୨ ନାମାଙ୍କନର ଶେଷ ତାରିଖ ଓ ୧୭ ଅକ୍ଟୋବର ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ। ତିନି ନଭେମ୍ବର ୨୦୨୨ ମତଦାନ ହେବାକୁ ଥିବା ବେଳେ ୬ ନଭେମ୍ବର ୨୦୨୨ ଭୋଟ ଗଣତି ହେବ। ଗତ ସେପ୍ଟେମ୍ବର ୧୯ ତାରିଖରେ ଧାମନଗରର ବିଜେପି ବିଧାୟକ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା। ଯାହାପରଠାରୁ ଧାମନଗରରେ ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଚାଲିଥିଲା।