Dhanush And Aishwarya: ସଙ୍ଗୀନ ଅଭିଯୋଗ, ଜାଣିଶୁଣି ଦୁହେଁ ଦୁହିଁଙ୍କୁ ଦେଉଥିଲେ ଧୋକା
Advertisement
Article Detail0/zeeodisha/odisha2247973

Dhanush And Aishwarya: ସଙ୍ଗୀନ ଅଭିଯୋଗ, ଜାଣିଶୁଣି ଦୁହେଁ ଦୁହିଁଙ୍କୁ ଦେଉଥିଲେ ଧୋକା

Dhanush And Aishwarya: ଐଶ୍ୱର୍ଯ୍ୟା ଧନୁଷଙ୍କୁ ପ୍ରତାରଣା କରିଛନ୍ତି, ଧନୁଷ ବି ଐଶ୍ୱର୍ଯ୍ୟାଙ୍କୁ ପ୍ରତାରଣା କରିଛନ୍ତି ବୋଲି ସେ କହିଛନ୍ତି । ସେମାନେ ଏକ ଦମ୍ପତି ଯିଏ ପରସ୍ପରକୁ ବ୍ୟବସ୍ଥିତ ଭାବରେ ପ୍ରତାରଣା କରୁଥିଲେ ବୋଲି ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ସୁଚିତ୍ରା। 

 

Dhanush And Aishwarya: ସଙ୍ଗୀନ ଅଭିଯୋଗ, ଜାଣିଶୁଣି ଦୁହେଁ ଦୁହିଁଙ୍କୁ ଦେଉଥିଲେ ଧୋକା

Dhanush And Aishwarya: ସାଉଥର ସୁପର ଯୋଡି ଅଭିନେତା ଧନୁଷ ଏବଂ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ୟ୍ୟା ୨୦୨୨ ମସିହାରେ ସେମାନଙ୍କର ୧୮ବର୍ଷର ବିବାହ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବଂ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏହା ଉଭୟ ପରିବାର ତଥା ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା। ଐଶ୍ୱର୍ୟା ଏବଂ ଧନୁଷଙ୍କ ଛାଡପତ୍ର ହେବାର କାରଣ ଜଣାପଡି ନଥିଲା ଏବଂ ଦୁହେଁ ଏ ବିଷୟରେ କଥାବାର୍ତ୍ତା ମଧ୍ୟ କରିନଥିଲେ। କିନ୍ତୁ ବର୍ତ୍ତମାନ ସାଉଥ ଗାୟିକା ସୁଚିତ୍ରା ଏକ ଆଶ୍ଚର୍ଯ୍ୟଜନକ କଥା ଦାବି କରିଛନ୍ତି। ସୁଚିତ୍ରା ଦାବି କରିଛନ୍ତି ଯେ ଧନୁଷ ଏବଂ ଐଶ୍ୱର୍ୟ୍ୟା ବିବାହ ପରଠାରୁ ହିଁ ପରସ୍ପରକୁ ଧୋକା ଦେଇଥିଲେ। ସେମାନେ ପରସ୍ପରକୁ ପ୍ରତାରଣା କରୁଥିଲେ ଏବଂ ଅନୈତିକ ବୈବାହିକ ସମ୍ପର୍କରେ ଥିଲେ। 

ସୁଚିତ୍ରା ଏପରିକି କହିଥିଲେ ଯେ ପରସ୍ପରକୁ ବିବାହ କରିବା ସତ୍ତ୍ୱେ ଐଶ୍ୱର୍ଯ୍ୟା ଏବଂ ଧନୁଷ ଅନ୍ୟ ଲୋକଙ୍କ ସହ ଡେଟରେ ଯାଉଥିଲେ। କେବଳ ଏତିକି ନୁହେଁ ସୁଚିତ୍ରା ଐଶ୍ୱର୍ଯ୍ୟାଙ୍କୁ ଜଣେ ଖରାପ ମା ବୋଲି ବି କହିଛନ୍ତି ଏବଂ ଧନୁଷ ଜଣେ ପିତାଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି ବୋଲି କହିଥିଲେ। ଗତ କିଛି ବର୍ଷ ହେବ ଗାୟିକା ସୁଚିତ୍ରା ଏବଂ ଧନୁଷଙ୍କ ମଧ୍ୟରେ ସମ୍ପର୍କ ଭଲନଥିବା ଜଣାପଡ଼ିଛି। ଗାୟିକା ସୁଚିତ୍ରା ୟୁଟ୍ୟୁବ୍ ଚ୍ୟାନେଲ୍ 'କୁମୁଦମ୍'ରେ ସାକ୍ଷାତକାର ଦେଉଥିବା ବେଳେ ଐଶ୍ୱର୍ଯ୍ୟା ଏବଂ ଧନୁଷଙ୍କ ବିଷୟରେ କହିଛନ୍ତି। ଐଶ୍ୱର୍ଯ୍ୟା ଧନୁଷଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି। କିନ୍ତୁ ସେ ବିବାହରେ ମଧ୍ୟ ସମାନ କାର୍ଯ୍ୟ କରିଛନ୍ତି। ଏହା ଏକ ଡବଲ୍ ଷ୍ଟାଣ୍ଡାର୍ଡ ନୁହେଁ କି? ବୋଲି ପ୍ରଶ୍ନ କରିଛନ୍ତି ସୁଚିତ୍ରା। ଐଶ୍ୱର୍ଯ୍ୟା ଧନୁଷଙ୍କୁ ପ୍ରତାରଣା କରିଛନ୍ତି, ଧନୁଷ ବି ଐଶ୍ୱର୍ଯ୍ୟାଙ୍କୁ ପ୍ରତାରଣା କରିଛନ୍ତି ବୋଲି ସେ କହିଛନ୍ତି । ସେମାନେ ଏକ ଦମ୍ପତି ଯିଏ ପରସ୍ପରକୁ ବ୍ୟବସ୍ଥିତ ଭାବରେ ପ୍ରତାରଣା କରୁଥିଲେ ବୋଲି ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ସୁଚିତ୍ରା। 

ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ବିରୋଧରେ ସେ କେଉଁ ଆଧାରରେ ଏପରି ଅଭିଯୋଗ କରୁଛନ୍ତି ବୋଲି ପଚରାଯିବାରୁ ସେ କହିଥିଲେ, 'ଉଭୟଙ୍କର ଛୋଟ ଛୋଟ କଥା ସେ ଜାଣିଛନ୍ତି। ସେ ଡେଟିଂ କରୁଥିବା ବ୍ୟକ୍ତିଙ୍କ ସହ ବାରରେ ବସି ମଦ ପିଅନ୍ତି ।  ବିବାହ ପରେ ଏକ ଡେଟରେ ଯିବା ସ୍ୱାଭାବିକ କି? ଏହାସହ ଗାୟିକା ସୁଚିତ୍ରା ଏକଥା ବି କହିଛନ୍ତି ଯେ, ଧନୁଷ ଓ ଐଶର୍ଯ୍ୟାଙ୍କ ପିଲା ବହୁ ସମୟ ଧରି ଐଶର୍ଯ୍ୟାଙ୍କ ବାପା ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ପାଖେ ରୁହନ୍ତି କାରଣ ସେ ଅଜା ଭାବେ ତାଙ୍କର ସମସ୍ତ ଦାୟିତ୍ୱ ବହନ କରିଛନ୍ତି। ତେବେ ଗାୟିକା ସୁଚିତ୍ରାଙ୍କ ଏପରି ସଙ୍ଗୀନ ଅଭିଯୋଗ ପରେ ଧନୁଷ କି ଐଶର୍ଯ୍ୟାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Also Read: Kaudi Shell: କଉଡ଼ିର ଏମିତି ବ୍ୟବହାର ଆପଣଙ୍କୁ କରିବ ଧନବାନ! ଜାଣନ୍ତୁ କେମିତି

Also Read: ICE Apple Side Effects: ତାଳସଜ କେବଳ ଫାଇଦା ନୁହେଁ ବରଂ ଶରୀର ପାଇଁ ଆଣିଥାଏ ଏହିସବୁ କ୍ଷତି