Rakhi Sawant: ଅସୁସ୍ଥ ହେଲେ ରାଖୀ ସାୱନ୍ତ, ମୁମ୍ୱାଇର ଏହି ହସ୍ପିଟାଲରେ ଭର୍ତ୍ତି
Advertisement
Article Detail0/zeeodisha/odisha2249312

Rakhi Sawant: ଅସୁସ୍ଥ ହେଲେ ରାଖୀ ସାୱନ୍ତ, ମୁମ୍ୱାଇର ଏହି ହସ୍ପିଟାଲରେ ଭର୍ତ୍ତି

Rakhi Sawant: ଅସୁସ୍ଥତା କାରଣରୁ ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଖୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ରାଖୀ ହୃଦଘାତର ଶିକାର ହୋଇଛନ୍ତି । 

Rakhi Sawant: ଅସୁସ୍ଥ ହେଲେ ରାଖୀ ସାୱନ୍ତ, ମୁମ୍ୱାଇର ଏହି ହସ୍ପିଟାଲରେ ଭର୍ତ୍ତି

Rakhi Sawant: ଅସୁସ୍ଥତା କାରଣରୁ ବଲିଉଡ ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଖୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ରାଖୀ ହୃଦଘାତର ଶିକାର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ରାଖି ସାୱନ୍ତଙ୍କୁ ବର୍ତ୍ତମାନ ଜୁହୁର 'କ୍ରିଟି କେୟାର ହସ୍ପିଟାଲ'ର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତେବେ ରାଖୀଙ୍କର ପ୍ରକୃତରେ କଣ ହେଇଛି ତାହା ମେଡିକାଲ୍ ଟେଷ୍ଟ୍ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ । ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ରାଖୀ ହସ୍ପିଟାଲରେ ଆଡମିଟ୍ ହୋଇ ରହିବେ ବୋଲି କୁହାଯାଉଛି ।

 

ରାଖୀଙ୍କ ଫୋନ ତାଙ୍କ ଘନିଷ୍ଟ ବନ୍ଧୁ ରିରେଶଙ୍କ ପାଖରେ ରହିଛି । ୧୪ ମଇରେ ରାଖୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସାଙ୍ଗମାନେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରାଖୀଙ୍କୁ ବର୍ତ୍ତମାନ କିଛି ଦିନ ପାଇଁ ବିଶ୍ରାମ ଆବଶ୍ୟକ ବୋଲି କୁହାଯାଉଛି । ତେବେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ରାଖୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ରାଖୀଙ୍କ ସ୍ୱାସ୍ଥ୍ୟ ଶୀଘ୍ର ଭଲ ହେଇଯାଉ ବୋଲି ପ୍ରଶଂସକମାନେ କମେଣ୍ଟ ବକ୍ସରେ ଲେଖିଛନ୍ତି ।

Also Read- ବଲାଙ୍ଗିରରେ ରାହୁଲଙ୍କ ସମ୍ୱୋଧନ, 'ବର୍ଷକରେ ମହିଳାଙ୍କୁ ମିଳିବ ଲକ୍ଷେ ଟଙ୍କା'

Also Read- Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ