ଆଜି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କର ଜନ୍ମଦିନ

Apr 29, 2024, 03:44 PM IST

Soubhagya Mishra

୧୯୫୮ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଉତ୍ତମ

ଉତ୍ତମ ମହାନ୍ତିଙ୍କ ଜନ୍ମସ୍ଥାନ ବାରିପଦା

ଏମକେସି ଉଚ୍ଚ ବିଦ୍ୟାଳୟ ଏବଂ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ ପାଠ ପଢିଥିଲେ ଉତ୍ତମ

୧୯୭୭ ମସିହାରେ ଅଭିମାନ ସିନେମା ମାଧ୍ୟମରେ ରୂପେଲି ପରଦାରେ ପାଦ ଥାପିଥିଲେ

ସିନେମାରେ ଅଭିନୟ କରୁଥିବା ସମୟରେ ୧୯୮୭ ମସିହାରେ ଅପରାଜିତା ମହାନ୍ତିଙ୍କୁ ବିବାହ କରିଥିଲେ

ଶଙ୍ଖା ମହୁରୀ, ପତି ପତ୍ନୀ ସରପଞ୍ଚ ବାବୁ, ଦଣ୍ଡା ବାଳୁଙ୍ଗା ପରି ସୁପରହିଟ୍ ସିନେମା ଭେଟିଦେଇଥିଲା କ୍ୟାରିଅର ଆରମ୍ଭରୁ 

ପରେ ଚକା ଭଉଁରୀ, ଜଗା ହାତରେ ପଘା, ମମତା ମାଗେ ମୁଲ, ସମୟ ବଡ଼ ବଳବାନ, ସହରୀ ବାଘ, ପରି ଅନେକ ସିନେମାରେ ନାୟକ ଭାବେ ଦର୍ଶକଙ୍କ ମନ ଜିଣିଥିଲେ

ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି ଉତ୍ତମ

କଥା କହୁଥିଲେ ସରିବନି, ପଣତକାନୀ, ସାରା ଆକାଶ, ଉତ୍ତରଦାୟୀ ପରି ଅନେକ ଧାରାବାହିକରେ ମଧ୍ୟ ଉତ୍ତମଙ୍କ ଅଭିନୟ ଦେଖିବାକୁ ମିଳିଛି ।

ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡ, ଜୟଦେବ ପୁରଷ୍କାର, ପଞ୍ଚମ ଫିଟଫାଟ୍ ବାଏସ୍କୋପ ଆୱାର୍ଡ ପରି ଅନେକ ପୁରସ୍କାର ପାଇଛନ୍ତି ଆପଣଙ୍କ ପ୍ରିୟ ଅଭିନେତା ।