Odisha BJP: ବିଜେଡ଼ି ଛାଡି ବିଜେପି ହାତ ଧରିଲେ ପଞ୍ଚାୟତ ସମିତି ସଦସ୍ୟ
Advertisement
Article Detail0/zeeodisha/odisha2176535

Odisha BJP: ବିଜେଡ଼ି ଛାଡି ବିଜେପି ହାତ ଧରିଲେ ପଞ୍ଚାୟତ ସମିତି ସଦସ୍ୟ

Odisha BJP Unit: ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ଦଳୀୟ ମିଶ୍ରଣ ପର୍ବରେ ବିଜେଡ଼ି ଛାଡ଼ି ବିଜେପି ହାତ ଧରିଥିଲେ ପଞ୍ଚାୟତ ସମିତି ସଦସ୍ୟ।

 Odisha BJP: ବିଜେଡ଼ି ଛାଡି ବିଜେପି ହାତ ଧରିଲେ ପଞ୍ଚାୟତ ସମିତି ସଦସ୍ୟ

Odisha BJP Mishrana Parba: ରାଜ୍ୟରେ ପଞ୍ଚାୟତରାଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଛି। ନିର୍ବାଚିତ ଜନପ୍ରତିନିଧିଙ୍କ କ୍ଷମତାକୁ ହତ୍ୟା କରାଯାଇ ନିର୍ଦ୍ଦିଷ୍ଟ କିଛି ଅଧିକାରୀଙ୍କ ହାତକୁ କ୍ଷମତାଶୀଳ କରାଯାଇଛି। ଗ୍ରାମସଭା ଏବଂ ପଲ୍ଲୀସଭା ବନ୍ଦ କରିଦିଆ ଯାଇଥିବା କାରଣରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ। ମୋଦି ସରକାର ବିକାଶ ପାଇଁ ପଠାଉଥିବା କୋଟି କୋଟି ଟଙ୍କା ଏବଂ ସହାୟତାକୁ ପଞ୍ଚୟତସ୍ତରରେ ହଡପ୍ କରାଯାଇ ଲୋକଙ୍କ ସ୍ୱାର୍ଥକୁ ବଳି ପକାଉଛି ଶାସକ ବିଜୁ ଜନତା ଦଳ। 

"ବିଜେଡି ସରକାର, ହଟିବା ଦରକାର" ବୋଲି ବିଜେଡି ପରିତ୍ୟାଗ କରି ବିଜେପି ହାତ ଧରିଥିବା କେନ୍ରପଡ଼ା ଜିଲ୍ଲାଲ ମହାକାଳପଡା ବ୍ଲକ ଗୋଗୁଆ ପଞ୍ଚଚାୟତର ସମିତି ସଦସ୍ୟ ତଥା ବିଜୁ ଜନତା ଦଳର ସ୍ଥାନୀୟ ଦୃଢ ସଙ୍ଗଠକ ତଥା ଜିଲ୍ଲା ବାର୍ ଆସୋସିଏନସନ୍ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ କହିଛନ୍ତି।

ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରତାପ ଚନ୍ଦ୍ର ଦାସ ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେପି ହାତ ଧରିଛନ୍ତି। ତାଙ୍କ ସହ ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ ଅଲେଖ ଜେନା, ପୂର୍ବତନ ସରପଞ୍ଚ କୁର୍ଟିଆ ସେଠୀ, ବୀର ବାବୁ, ୱାର୍ଡ ମେମ୍ବର ଶ୍ରୀମତି ଜେନା, ପୂର୍ବତନ ୱାର୍ଡ ମେମ୍ବର ଆଶିଧାରା ମଣ୍ଡଳ, ଛାତ୍ର ନେତା ପ୍ରଦୀପ କୁମାର ସେଠୀ, ସାମାଜିକ ଗଣମାଧ୍ୟମ ନିହାର ରଞ୍ଜନ ମହାନ୍ତି, ରଶ୍ମୀତା ମଲ୍ଲିକ, ରାଜୀବ ଲୋଚନ ସେଠୀ, ମାମିନା ଦାସ ପ୍ରମୁଖ ବିଜେପି ହାତ ଧରିଛନ୍ତି।

ସେହିପରି ଅବସରପ୍ରାପ୍ତ ଆଇଆରଏସ୍ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଲାଞ୍ଜିଗଡର ଗଙ୍ଗାଧର ମାଝୀ ନିଜ ସମର୍ଥକଙ୍କ ଗହଣରେ ବିଜେପି ହାତ ଧରିଛନ୍ତି। ତାଙ୍କ ସହ ବିକ୍ରମ ଯୋଶୀ, ଅଙ୍ଗଦ ମାଝୀ, ଭାରତ ମୁଣ୍ଡା ବିଜେପି ଶିବିରରେ ସାମିଲ ହୋଇଛନ୍ତି । 

ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ଦଳୀୟ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଏବଂ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି। ମୋଦି ସରକାର ଏବଂ ମୋଦି ଗ୍ୟାରେଣ୍ଟି ଉପରେ ଓଡିଶା ବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି। 

ମଙ୍ଗଳବାର ଆୟୋଜିତ ହୋଇଥିବା ମିଶ୍ରଣ ପର୍ବ ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ କରିବ। ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା। ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବରରେ ଡାୟଲ କରି ବିଜେପି ସହିତ ଯୋଡି ହେବାକୁ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, କେନ୍ଦ୍ରାପଡା ଲୋକସଭା ଆସନର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ଦୁର୍ଗା ନାୟକ, ଶେଷଦେବ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।