human could live for 200 years: ଡାଇନୋସର ପାଇଁ ମଣିଷର ଆୟୁଷ ଶହେ ବର୍ଷ କମିଗଲା !
Advertisement
Article Detail0/zeeodisha/odisha1994685

human could live for 200 years: ଡାଇନୋସର ପାଇଁ ମଣିଷର ଆୟୁଷ ଶହେ ବର୍ଷ କମିଗଲା !

  ମଣିଷ ଅଧିକ ବର୍ଷ ବଂଚିବାକୁ ଚାହେଁ । କିନ୍ତୁ ସତ ହେଉଛି ମଣିଷ ପକ୍ଷରେ ଶତକ ପୁରଣ କରିବା କାଠିକର ପାଠ । କୋଟି କୋଟି ବର୍ଷ ତଳେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିପାଇଁ ମଣିଷର ଆୟୁଷ ଶହେ ବର୍ଷ କମିଯାଇଛି ,ଅନ୍ୟଥା ମଣିଷ ଆରାମରେ ଦୁଇ ଶହ ବର୍ଷ ପର୍ଯ୍ୟନ୍ତ ବଂଚି ପାରିଥାନ୍ତା । ଡାଇନୋସର ପାଇଁ ମଣିଷର ଆୟୁଷରେ ଶହେ

SOCIAL MEDIA

human could live for 200 years: 

ମଣିଷ ଅଧିକ ବର୍ଷ ବଂଚିବାକୁ ଚାହେଁ । କିନ୍ତୁ ସତ ହେଉଛି ମଣିଷ ପକ୍ଷରେ ଶତକ ପୁରଣ କରିବା କାଠିକର ପାଠ । କୋଟି କୋଟି ବର୍ଷ ତଳେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିପାଇଁ ମଣିଷର ଆୟୁଷ ଶହେ ବର୍ଷ କମିଯାଇଛି ,ଅନ୍ୟଥା ମଣିଷ ଆରାମରେ ଦୁଇ ଶହ ବର୍ଷ ପର୍ଯ୍ୟନ୍ତ ବଂଚି ପାରିଥାନ୍ତା । ଡାଇନୋସର ପାଇଁ ମଣିଷର ଆୟୁଷରେ ଶହେ ବର୍ଷ ହ୍ରାସ ପାଇଛି ବୋଲି ଏକ ଅନୁସନ୍ଧାନରୁ ଜଣା ପଡ଼ିଛି ।

ବ୍ରିଟେନର ବର୍ମିଂହାମ ୟୁନିଭରସିଟିର ମାଇକ୍ରୋବାୟୋଲୋଜିଷ୍ଟ ଜୋଓ ପେଡ୍ରୋ ଦେ ମାଗାଲଙ୍କ ଅନୁସାରେ  ଯଦି ଡାଇନୋସର ନ ଥାନ୍ତେ ତେବେ ମାନବ ଜୀବନକାଳ ୨ଶହ  ବର୍ଷ ହୋଇଥାନ୍ତା। ତାଙ୍କ କହିବାନୁସାରେ, ମଣିଷ ପରି ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ବୟସ ଶୀଘ୍ର ବଢିଥାଏ ଅନ୍ୟପକ୍ଷରେ ଅନ୍ୟ ସରୀସୃପ ଏବଂ ଜୀବଜନ୍ତୁଙ୍କ ବୟସ ପ୍ରକ୍ରିୟା ମନ୍ଥର ହୋଇଥାଏ । ଏହାପଛରେ ଅଛି ଆନୁବଂଶିକ କାରଣ ।

ମଣିଷର କମ ଆୟୁଷ ପାଇଁ ଡାଇନୋସର ଦାୟୀ?

ମାଗଲେଶ କହିଛନ୍ତି ଯେ ଏହି ଅସଙ୍ଗତିର ଗୋଟିଏ କାରଣ ଡାଇନୋସରମାନେ ହୋଇପାରନ୍ତି । ଡାଇନୋସର ମାନେ ପ୍ରାୟ ୧୦ କୋଟି ବର୍ଷ ଧରି  ପୃଥିବୀ ଉପରେ ରାଜୁତି କରିଥିଲେ, ଯାହା ସ୍ତନ୍ୟପାୟୀ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା। ଏଥିପାଇଁ ସେ ଦୀର୍ଘାୟୁ ବଟଲେନେକ୍ ର ଧାରଣା ଦେଇଥିଲେ ଯାହା ବ୍ୟାଖ୍ୟା କରେ ଯେ ଯେତେବେଳେ ଡାଇନୋସରମାନେ ପୃଥିବୀ ଉପରେ ଶାସନ କରୁଥିଲେ, ସେତେବେଳେ ପ୍ରାଣୀମାନଙ୍କର ଅସ୍ତିତ୍ୱ ବଜାୟ ରଖିବା ପାଇଁ ଶୀଘ୍ର ପ୍ରଜନନ କରିବା ଆବଶ୍ୟକ ହୋଇପଡିଥିଲା । ଶୀଘ୍ର ପ୍ରଜନନ ଦ୍ୱାରା ସେମାନେ ନିଜ ପ୍ରଜାତିକୁ ବଂଚାଇ ରଖିପାରିଥିଲେ ।

ଡାଇନୋସର କାରଣରୁ , ଦୀର୍ଘ ଜୀବନ ପାଇଁ ଦାୟୀ ଜିନ୍ ଅଦୃଶ୍ୟ ହୋଇଗଲା

ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ଦ୍ରୁତ ପ୍ରଜନନ ହେତୁ, ଦୀର୍ଘ ଜୀବନ ପାଇଁ ଦାୟୀ ଜିନ୍ଗୁଡ଼ିକ ବିବର୍ତ୍ତନରେ ଅଦୃଶ୍ୟ ହେବାକୁ ଲାଗିଲେ । କେତେକ ପ୍ରାଥମିକ ସ୍ତନ୍ୟପାୟୀ ପ୍ରାଣୀ ଖାଦ୍ୟଚକ୍ରରେ ସବୁଠାରୁ ନିମ୍ନ ସ୍ତରରେ ରହିବାକୁ ବାଧ୍ୟ ହେଲେ । ଡାଇନୋସର ଯୁଗର ୧୦ କୋଟି ବର୍ଷ ଭିତରେ ସେମାନେ କେବଳ ଦ୍ରୁତ ପ୍ରଜନନ ମାଧ୍ୟମରେ ନିଜର ଅସ୍ତିତ୍ୱ ବଜାୟ ରଖିବାକୁ ବାଧ୍ୟ ହୋଇଥିଲେ ।

ଅଧ୍ୟୟନରେ ଦର୍ଶାଯାଇଛି ଯେ ସରୀସୃପ ଏବଂ ଜୀବଜନ୍ତୁଙ୍କ ତୁଳନାରେ ମଣିଷ ସମେତ ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ବାର୍ଦ୍ଧକ୍ୟ ପ୍ରକ୍ରିୟା ବହୁତ ଦ୍ରୁତ ଅଟେ। (ସାଙ୍କେତିକ ଫଟୋ: ଶଟରଷ୍ଟକ୍)