Top 10 News Headlines: ସକାଳର 10ଟି ବଡ଼ ଖବର
Advertisement
Article Detail0/zeeodisha/odisha2234981

Top 10 News Headlines: ସକାଳର 10ଟି ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

 

Top 10 News Headlines: ସକାଳର 10ଟି ବଡ଼ ଖବର

PM Narendra Modi Visit Odisha Today: ଓଡ଼ିଶାରେ କମ୍ପିବ ପ୍ରଚାର ମୈଦାନ । ଗୋଟିଏ ସପ୍ତାହ ଧରି ଉଠିବ ପଡ଼ିବ ରାଜ୍ୟ । କାରଣ ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭୁବନେଶ୍ବରରେ ରାତ୍ରୀଯାପନ ପରେ ସୋମବାର ଅର୍ଥାତ୍ ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ସଭାରେ ଯୋଗ ଦେବେ ମୋଦି। ବିଜେପି ପ୍ରାର୍ଥଙ୍କ ପାଇଁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ । ଏହାର ୪ ଦିନ ପରେ ଅର୍ଥାତ୍ ମେ ୧୦ ତାରିଖରେ ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ଓ ବଲାଙ୍ଗିରରେ ରୋଡ୍ ଶୋ’ ଓ ଶୋଭାଯାତ୍ରା କରିବେ ମୋଦି ।

JP Nadda Visit Odisha Today: ସେହିପରି ଆଜି  ଓଡ଼ିଶାରେ ପହଞ୍ଚି ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ପଛକୁ ପଛ ଆସିବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ନୀତିନ ଗଡ଼କରି । ସେପଟେ ଗତକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଭୁବନେଶ୍ବରରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ମୋଦି ସରକାରଙ୍କ ସଫଳତା ସମ୍ପର୍କରେ ବଖାଣିଛନ୍ତି ।

S. Jaishankar Odisha Visit: ଦୁଇଦିନିଆ ଓଡ଼ିଶା ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର। ଗତକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଆଜି କଟକ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଏସ୍ ଜୟଶଙ୍କର । ପରେ ଅପରାହ୍ନରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଗତକାଲି ବିଭିନ୍ନ ଗଣମାଧ୍ୟମରେ ବିଜେପି ଓ କେନ୍ଦ୍ର ସରକାରଙ୍କ ଗୁଣ ଗାନ କରିଥିଲେ ଏସ ଜୟଶଙ୍କର ।  ଭାରତ ପାଇଁ ଏକ ଶକ୍ତିଶାଳୀ ସରକାର ସହ ଏକ ଶକ୍ତିଶାଳୀ ନେତୃତ୍ବ ବି ଦରକାର । ସେଥିପାଇଁ ଓଡିଶାରେ ବିଜେପି ସରକାର ଆସିବା ଦରକାର ବୋଲି ସେ କହିଥିଲେ। 

Puri Congress Candidate: ପୁରୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ସାଂସଦ ପ୍ରାର୍ଥୀ। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପୁରୀ ପାଇଁ ନୂଆ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ଏହା ପୂର୍ବରୁ କଂଗ୍ରେସ ଟିକେଟ୍ ଫେରାଇ ଦେଇଥିଲେ ସୁଚରିତା ମହାନ୍ତି। ଦଳ କ୍ୟାମ୍ପେନ ପାଇଁ ଫଣ୍ଡି ଦେଉନଥିବାରୁ କ୍ୟାମ୍ପେନିଂ ସହଜ ନୁହେଁ ବୋଲି ଅଭିଯୋଗ କରିଥିଲେ ସୁଚରିତା। 

Third Phase Last Campaign Date: ନିର୍ବାଚନ ପ୍ରଚାରରେ କମ୍ପୁଛି ମୈଦାନ। ଜନତାଙ୍କ ଉପରେ ହେଉଛି ପ୍ରତିଶ୍ରୁତି ର ବର୍ଷା । ତେବେ ଆସନ୍ତା ମେ ୭ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।  ଯେଉଁଥିପାଇଁ ଆଜି ଶେଷ ହେଉଛି ନିର୍ବାଚନ ପ୍ରଚାର। ତୃତୀୟ ପର୍ଯ୍ୟାୟରେ ୧୨ ରାଜ୍ୟର ୯୩ ଲୋକସଭା ଆସନରେ ହେବ ମତଦାନ । ଦଳର ମୁଖିଆଙ୍କ ସମେତ କର୍ମୀ ଓ ସମର୍ଥକ ଲାଗିପଡ଼ି ପ୍ରଚାରରେ ମାତିଛନ୍ତି । ଆଜି ସନ୍ଧ୍ୟା ବେଳେ ପ୍ରଚାର ସରିବା ନେଇ ସୂଚନା ରହିଛି।

Home Polling Application: ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୪ ହଜାର ୧୫୮ ଜଣ ମତଦାତା ‘ଘରୁ ମତଦାନ’ ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ହଜାର ୧୯୬ ଜଣ ୮୫ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ଏବଂ ୧ ହଜାର ୯୬୨ ଜଣ ୪୦ ପ୍ରତିଶତରୁ ଊଦ୍ଧ୍ୱର୍ ଦିବ୍ୟାଙ୍ଗ ଅନ୍ତର୍ଭୁକ୍ତ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟିଯାକ ସଂସଦୀୟ କ୍ଷେତ୍ରରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।

Odisha Weather Today: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ପାଇଁ ସକାଳ ୮ଟା ପରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ଯିବା ପାଇଁ ମନ ବଳାଉ ନାହାଁନ୍ତି। ଆଉ ଘରୁ ବାହାରକୁ ଯିବା ସମୟରେ ହାତରେ ପାଣି ବୋତଲ ଓ ଛତା ନବାକୁ ବି ଭୁଲୁ ନାହାଁନ୍ତି । ପାଣିପାଗ ବିଭାଗର ସୂଚନା ମୁତାବକ ଆଜିଠାରୁ ରାଜ୍ୟରେ ତାତିର ପ୍ରକୋପ କମିବ। ପାରଦ ୩ରୁ ୫ ଡିଗ୍ରୀ ଖସିବ। ଉପକୂଳ ଓଡି଼ଶା ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  

Neet UG Exam: ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍। ଏଥିପାଇଁ ୨୫ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ଜଣାପଡିଛି। ଗତବର୍ଷ ତୂଳନାରେ ଏହା ପ୍ରାୟ ୪ ଲକ୍ଷ ୨୦ ହଜାର ଅଧିକ। ଓଡ଼ିଶାରୁ ପାଖାପାଖି ୬୫ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ଅପରାହ୍ନ ୨ଟାରୁ ୫ଟା ୨୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଆ ସାହିତ୍ୟ ଅନ୍ୟ କେତେକ ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀମାନେ ନିଟ୍ ପରୀକ୍ଷା ଦେଇପାରିବେ। ଏମବିବିଏସ ଓ ବିଡିଏସ ପରି ମେଡିକାଲ ପାଠ୍ୟକ୍ରମରେ ସାରା ଭାରତରେ ପ୍ରାୟ ୨ ଲକ୍ଷ ସିଟ୍ ରହିଛି । ନିଟ୍ ପରୀକ୍ଷା ପାଇଁ ଏନଟିଏ ପରୀକ୍ଷା ନିର୍ଦ୍ଦେଶାବଳୀ ଏବଂ ଡ୍ରେସ୍ କୋଡ୍ ଜାରି କରିଛି । ଯେଉଁ ଛାତ୍ରଛାତ୍ରୀମାନେ ଏହି ଡ୍ରେସ କୋଡକୁ ଫଲୋ ନକରିବେ, ସେମାନଙ୍କୁ ପରୀକ୍ଷା କେନ୍ଦ୍ରରୁ ବାହାର କରିଦିଆଯିବ ବୋଲି ସୂଚନା ରହିଛି।

Jammu Kashmir Terrorist Attack:  ନିର୍ବାଚନ ଭିତରେ ଜାମ୍ମୁ କାଶ୍ମୀର ପୁଞ୍ଝରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ବାୟୁସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଜଣେ ଏୟାରମ୍ୟାନଙ୍କୁ ଉଦମପୁରରେ ଥିବା କମାଣ୍ଡ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିବା ସୂଚନା ରହିଛି । ଯବାନମାନେ ଦୁଇଟି ଗାଡିରେ ଫେରୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । 

IPL Today Match:ଆଜି ସୁପର ସଣ୍ଡେରେ ସୁପର ମ୍ୟାଚ୍ । ଆଜି ଆଇପିଏଲ ରେ ଦୁଇଟି ମ୍ୟାଚ୍ ଖେଳାଯିବ। ଅପରାହ୍ଣ ୩ ଟା ୩୦ ମିନିଟ୍ ରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ Punjab Kings । ସେହିପରି ସନ୍ଧ୍ୟା ୭ ଟା ବାଜି ୩୦ ମିନିଟ୍ ରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ  ଓ ଲକ୍ଷ୍ନୌସୁପର ଜାଏଣ୍ଟସ ।