Top 10 News Today: ଗିରଫ ହେଲେ କେଜ୍ରିୱାଲଙ୍କ ସହଯୋଗୀ, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2253397

Top 10 News Today: ଗିରଫ ହେଲେ କେଜ୍ରିୱାଲଙ୍କ ସହଯୋଗୀ, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

 Top 10 News Today: ଗିରଫ ହେଲେ କେଜ୍ରିୱାଲଙ୍କ ସହଯୋଗୀ, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଗିରଫ ହେଲେ କେଜ୍ରିୱାଲଙ୍କ ସହଯୋଗୀ, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

01- ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜଣେ ସହଯୋଗୀ ବୈଭବ କୁମାର ଗିରଫ ହୋଇଛନ୍ତି । ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ବୈଭବଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଥିଲେ ଯେଉଁ କାରଣରୁ ଦିଲ୍ଲୀ ପୋଲିସ ବୈଭବଙ୍କୁ ଗିରଫ କରିଛି। ଗତ ମେ ୧୩ ତାରିଖ ଦିନ ସ୍ୱାତୀ କେଜ୍ରିୱାଲଙ୍କୁ ଦେଖା କରିବାକୁ ଯିବା ସମୟରେ ବୈଭବ ତାଙ୍କୁ ମାଡ ମାରିଥିବା ଅଭିଯୋଗ କରିଥିଲେ ସ୍ୱାତୀ । ପୋଲିସ ପକ୍ଷରୁ ସ୍ୱାତୀଙ୍କ ଡାକ୍ତରୀ ପରକ୍ଷା କରାଯିବା ପରେ ଶରୀରରେ ମାଡ ଦାଗ ରହିଥିବା ଜଣାପଡିଥିଲା । ଅନ୍ୟପଟେ ବୈଭବ ମଧ୍ୟ ମାଲିୱାଲଙ୍କ ବିପକ୍ଷରେ ପାଲଟା ଅଭିଯୋଗ କରିଛନ୍ତି । ସ୍ୱାତୀ ମାଲିୱାଲ ତାଙ୍କୁ ଅଶାଳୀନ ଭାଷା କହିବା ସହ ଧମକ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

02- ଆସନ୍ତା ୨୧ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଏହି ଓଡ଼ିଶା ଗସ୍ତ ସମୟରେ ୪ଟି ନିର୍ବାଚନୀ ସଭାରେ ଯୋଗ ଦେବେ ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ସକାଳେ ପ୍ରଥମେ ସମ୍ବଲପୁରରେ ନିର୍ବାଚନ ପ୍ରଚାର କରିବେ। ଏହାପରେ ସେ କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଓ ନୟାଗଡ଼ରେ  ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

03- ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କଲା #ByeByePandian। ଏକ୍ସରେ ଆଜି ଏହି କିୱାର୍ଡରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଥିଲା। ରିପୋର୍ଟ ଲେଖାଯିବା ବେଳକୁ ଏହି କିୱାର୍ଡରେ ୫ ହଜାରରୁ ଊର୍ଦ୍ଧ୍ୱ ପୋଷ୍ଟ ମଧ୍ୟ କରାଯାଇଥିଲା। ଉକ୍ତ ପୋଷ୍ଟ ଗୁଡ଼ିକରେ ପାଣ୍ଡିଆନଙ୍କୁ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳିଛି । ସେପଟେ ବିରୋଧୀଙ୍କୁ କଡ଼ା ଭାଷାରେ ଜବାବ ମଧ୍ୟ ଦେଉଛନ୍ତି ଶ୍ରୀ ପାଣ୍ଡିଆନ। ପାଣ୍ଡିଆନଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଷ୍ଟାର ପ୍ରଚାରକ କରାଯାଇଛି। ଫଳରେ ପାଣ୍ଡିଆନ ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ବୁଲି ପ୍ରଚାର କାର୍ଯ୍ୟ ତୁଲାଇ ଆସୁଛନ୍ତି। ଏହି ନିର୍ବାଚନ ପ୍ରଚାର ସମୟରେ ଶ୍ରୀ ପାଣ୍ଡିଆନଙ୍କର ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି। ଏହା ସହିତ ବିରୋଧୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରୁଥିବା ଦେଖିବାକୁ ମିଳୁଛନ୍ତି। 

04- ଭିଜିଲାନ୍ସ ପଞ୍ଝାରେ ସରକାରୀ ଅଧିକାରୀ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ କାଶିନଗରର ଶିକ୍ଷା ବିଭାଗର ଜୁନିୟର ଆକାଉଣ୍ଟାଟ୍ ବି. ଚନ୍ଦ୍ର ଶେଖର ବେହେରା। ଜଣେ ଶିକ୍ଷକଙ୍କ ଠାରୁ ଏରିୟର୍ ବିଲ୍ ପାସ୍ କରିବା ପାଇଁ କିଛି ହାତଗୁଞ୍ଚା ମାଗିଥିଲେ ଚନ୍ଦ୍ର ଶେଖର। ଏନଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ। ପରେ ପୂର୍ବ ଯୋଜନା ମୁତାବତ ଲାଞ୍ଚ ନେବା ସମୟରେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା।  ତେବେ ଲାଞ୍ଚ ନେବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭିଜିଲାନ୍ସ।  

05- ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ଓ ସାଂସଦ ପାର୍ଥିନୀ ରାଜଶ୍ରୀ ମଲ୍ଲିକଙ୍କ ପାଇଁ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି ପାରାଦ୍ୱୀପ ଅଞ୍ଚଳର ଜଣାଶୁଣା ଶ୍ରମିକ ନେତା ବାପି ସର୍ଖେଲ। କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଠାରେ ଏକ ବିଶାଳ ଶୋଭାଯାତ୍ରାରେ ପାରାଦ୍ୱୀପ ବିଧାୟକ ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ, ଜଗତସିଂହପୁର ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକରି ସଭାପତି ମୋନିଦୀପା ସର୍ଖେଲଙ୍କ ଉପସ୍ଥିତରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। 

06- ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୁଲିସକୁ ମିଳିଛି ପୁଣି ସଫଳତା। ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଓ ଡିଆରଜି ଯବାନ ଟେଟରାଇ ଟୋଲନଇ ଜଙ୍ଗଳରେ ଚଢ଼ାଉ କରିଥିଲେ।

07- ଆସନ୍ତା ୨୦ ତାରିଖରେ ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ସୁନ୍ଦରଗଡ଼ ଜିଲ୍ଲାର ସାତ ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ମତଦାନ ହେବାକୁ ଯାଉଛି। ଆଜି ରାଉରକେଲା, ବୀରମିତ୍ରପୁର, ରଘୁନାଥପାଲି, ବଣାଇ, ରାଜଗାଙ୍ଗପୁର, ତଳସାରା ଓ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ହୋଇଥିବା ମତଦାନ କେନ୍ଦ୍ରକୁ ବାହାରିଛନ୍ତି ପୋଲିଂ ଟିମ୍। ମତଦାନ ପାଇଁ ଆବଶ୍ୟକ ସାମଗ୍ରୀ ଓ ଇଭିଏମ ଧରି ମତଦାନ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି।

08- ବିସିସିଆଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଇବା ସହିତ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ ଲଗାଇଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷ ସିଜିନର ଶେଷ ମ୍ୟାଚରେ ସ୍ଲୋ ଓଭର ରେଟ୍ ବୋଲିଂ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି। MI ସ୍ଲୋ ଓଭର ରେଟ୍ କରିବାର ଏହା ତୃତୀୟ ଭୁଲ ଥିଲା, ଯେଉଁ କାରଣରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବ୍ୟାନ୍ କରାଯାଇଛି। କୁହାଯାଉଛି ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଏହି ବ୍ୟାନ୍ ଆଇପିଏଲ ୨୦୨୫ ର ପ୍ରଥମ ମ୍ୟାଚରେ ପ୍ରଯୁଜ୍ୟ ହେବ କାରଣ ଏହି ସିଜନରେ MI ର କୌଣସି ମ୍ୟାଚ୍ ବାକି ନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ବିସିସିଆଇ ଦଳର ଅନ୍ୟ ଖେଳାଳିଙ୍କ ଉପରେ ମଧ୍ୟ ଜରିମାନା ଲଗାଇଛି।

09- ସାଧାରଣ ନିର୍ବାଚନ ୨୦୨୪ ଘୋଷଣା ପରଠାରୁ, ୨୦୨୪ ମେ ୧୫ ସୁଦ୍ଧା cVIGIL ଆପ୍ ମାଧ୍ୟମରେ ୪.୨୪ ଲକ୍ଷରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି। ମିଳିଥିବା ୪,୨୩,୯୦୮ଟି ଅଭିଯୋଗର ସମାଧାନ ହୋଇସାରିଛି ଏବଂ ଅବଶିଷ୍ଟ ୪୦୯ଟି ମାମଲା ଚାଲିଛି। ପ୍ରାୟ ୮୯% ଅଭିଯୋଗଗୁଡିକ ୧୦୦ ମିନିଟର ସମୟସୀମା ମଧ୍ୟରେ ସମାଧାନ ହେଲା ବୋଲି  ECI ପକ୍ଷରୁ କୁହାଯାଇଛି ।

10- ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏନେଇ ୭ ଜିଲ୍ଲାକୁ ବର୍ଷା ବିଜୁଳି , ଘଡ଼ଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା,ନୟାଗଡ଼, ରାୟଗଡା, କନ୍ଧମାଳ, କଳାହାଣ୍ତି, କୋରାପୁଟ୍, ଗଂଜାମ୍ ଓ ଗଜପତି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାୟୁମଣ୍ଡଳର ମଧ୍ୟ ଓ ଉପରି ଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି ତଥା ସାମୁଦ୍ରିକ ବାୟୁ ପ୍ରବାହ ଦୁର୍ବଳ ହେବାର ସମ୍ଭାବନା ଥିବାରୁ ମେ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। 

Also Read- Mangal Guru Yuti: ୧୨ ବର୍ଷ ପରେ ବୃହସ୍ପତି ମଙ୍ଗଳ ସଂଯୋଗ, ୩ ରାଶିର ଭାଗ୍ୟ ଉଜ୍ୱଳ