Top 10 News Today: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା... ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2235565

Top 10 News Today: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା... ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ପାରାଦ୍ଵୀପରେ ହାଇ ଆଲର୍ଟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା... ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା... ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: 

01- କଂଗ୍ରେସ ୫ଟି ଆସନରେ ବିଧାନସଭା ପ୍ରାର୍ଥୀ ବଦଳାଇଛି। ସୂଚନା ଅନୁଯାୟୀ, ଜଳେଶ୍ବର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ପ୍ରାର୍ଥୀ ବଦଳିଛନ୍ତି। ଜଳେଶ୍ଵରରୁ ଦେବୀପ୍ରସନ୍ନ ଚାନ୍ଦଙ୍କ ସ୍ଥାନରେ ସୁଦର୍ଶନ ଦାସଙ୍କୁ ଟିକେଟ୍ ଦେଇଛି ଦଳ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ଟିକେଟ୍ ଦେଇଛି କଂଗ୍ରେସ। ଠିକ୍ ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ପ୍ରାର୍ଥୀ କରାଯାଇଥିବା ବେଳେ ଆଠଗଡ଼ରେ ସୁଦର୍ଶନ ସାହୁ ଓ ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଏଣେ ନୀଳଗିରିରେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ।

02-  ବ୍ରାଜିଲରେ ଭୟଙ୍କର ବନ୍ୟାର ତାଣ୍ଡବ। ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କରାଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । କାଦୁଅ ଓ ପାଣି କାରଣରୁ ବର୍ତ୍ତମାନ ସୁଦ୍ଧା ୫୬ଜଣଙ୍କ ଜୀନବହାନୀ ଘଟିଥିବା ସୂଚନାରୁ ଜଣାପଡିଛି । ଏକ ହଜାରରୁ ଅଧିକ ଲୋକ ନିଜର ବାସଗୃହ ହରାଇଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଏବଂ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା କାମ ଜାରି ରହିଛି । ଜଳବନ୍ଦୀ ଅବସ୍ଥାରେ ଥିବା ଘର, ରାସ୍ତାଘାଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟାରେ ଭାସିଆସିଥିବା କୁଢ କୁଢ ଅଳିଆ ଆବର୍ଜନା ଭିତରୁ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।

03- ଚଳିତ ମାସ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାକୁ ଯାଉଛି।  ଏନେଇ ଭୋଟ୍ ପୂର୍ବରୁ ଭୋଟରଙ୍କ ମନ କିଣିବାକୁ ରାଜ୍ୟକୁ କେନ୍ଦ୍ରୀୟ ନେତାମାନେ ଓ ମନ୍ତ୍ରୀମାନେ ଘନ ଘନ ଗସ୍ତ କରୁଛନ୍ତି। ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ୍ୟ ଜେପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତା ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଗସ୍ତରେ ଆସିବେ। ବିଜେପି କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୮ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାୟଗଡା ଗସ୍ତ କରିବେ ।

04- ଭୁବନେଶ୍ୱର ଛାତି ଉପରେ ଏକତରଫା ପ୍ରେମକୁ ନେଇ ଭୟଙ୍କର କାଣ୍ଡ । ପତ୍ନୀଙ୍କ ବଡ ଭଉଣୀ ପ୍ରେମ ନିବେଦନ ସ୍ୱୀକାର ନକରିବାରୁ ଗାଡି ଚଢାଇ ହତ୍ୟା ଉଦ୍ୟମ । ରାଜଧାନୀ ସ୍ଥିତ ପଟିଆ ଅଞ୍ଚଳରେ ଏଭଳି ଏକ ଘଟଣା ଆଜି ସାମ୍ନାକୁ ଘଟିଛି । ତେବେ ଏଭଳି ଏକ ଭୟଙ୍କର ଷଡ଼ଯନ୍ତ୍ରର ଶିକାର ହେବାପୂର୍ବରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମହିଳା । ଏହି ଘଟଣାରେ ଅଭିଯୁକ୍ତ ଅକ୍ଷୟ ବେହେରାକୁ ଇନଫୋସିଟି ପୋଲିସ ଗିରଫ କରି କୋର୍ଟ ଚାଲଣ କରିଥିବା ଜଣାପଡ଼ିଛି ।

05- ଅଲିମ୍ପିକ୍‌ ଧାବିକା ଦୂତି ଚାନ୍ଦ ଭାରତୀୟ ଶିଶୁ ଏବଂ ଯୁବକମାନଙ୍କ ମଧ୍ୟରେ ନୂତନ ଯୁଗର ତମାଖୁ ଉପକରଣର ପ୍ରଚାର ପ୍ରସାର ବିରୋଧରେ ଲଢୁଥିବା ମହିଳାମାନଙ୍କର ଏକ ମିଳିତ ସାମ୍ମୁଖ୍ୟ ‘ମଦର୍ସ ଏଗେନ୍‌ଷ୍ଟ ଭାପିଙ୍ଗ’ ସହିତ ସାମିଲ ହୋଇଛନ୍ତି। ଦୂତି ସେମାନଙ୍କ କାର୍ଯ୍ୟକୁ ସମର୍ଥନ କରିବେ ବୋଲି କହିଛନ୍ତି। ଏଭଳି କରିବାରେ‌ ସେ ବାଇଚୁଙ୍ଗ ଭୁତିଆ, ଦୀପା ମଲିକ ଏବଂ ନେହା ଧୂପିଆଙ୍କ ଭଳି ପ୍ରଭାବଶାଳୀ ତାଲିକାରେ ସାମିଲ ହୋଇଛନ୍ତି। 

06- ନେସନାଲ ଆଣ୍ଟି-ଡୋପିଂ ଏଜେନ୍ସି (NADA) ଅଲିମ୍ପିକ୍ ପଦକ ବିଜେତା କୁସ୍ତି ବଜରଙ୍ଗ ପୁନିଆଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ କରିଛି। NADA ର ଏହି ପଦକ୍ଷେପ ବଜରଙ୍ଗ ପୁନିଆ ପାଇଁ ଏକ ବଡ ଝଟକା କାରଣ ଏହା ଚଳିତ ବର୍ଷ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସରେ ଅଂଶଗ୍ରହଣକୁ ନେଇ ବିପଦରେ ପକାଇପାରେ। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ପୁନିଆ ମାର୍ଚ୍ଚ ୧୦ ରେ ସୋନିପତରେ ଚୟନ ପରୀକ୍ଷଣ ପାଇଁ ତାଙ୍କର ପରିସ୍ରା ନମୁନା ପ୍ରଦାନ କରିବାରେ ବିଫଳ ହୋଇଥିଲା, ଏହା ପରେ ନାଡା ତାଙ୍କୁ ଭବିଷ୍ୟତର କୌଣସି କାର୍ଯ୍ୟକ୍ରମରେ ଭାଗ ନେବାକୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲା।

07-ଆନ୍ଧ୍ରପ୍ରଦେଶର ଶିବଲିଙ୍ଗପୁରମ ରେଳ ଷ୍ଟେସ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏହ ଅଘଟଣ ପରେ କୋରାପୁଟ-ବିଶାଖାପଟନମ ରୁଟରେ ରେଳ ସେବା ବାଧାପ୍ରାପ୍ତ ହୋଇଛି । ତେବେ ରେଳ ଧାରଣାରେ ବଡ଼ ବଡ଼ ପଥର ପଡ଼ି ରହିଥିଲା । ସେଥିପାଇଁ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଏହି ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ରେଳ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିବା ସହିତ ଘଟଣାର ଯାଞ୍ଚ କରିଥିଲେ ।

08- ପାରାଦୀପ ଉପକୂଳ ବଙ୍ଗୋପସାଗରରେ ଉଠିବ ବଡ଼ ବଡ଼ ଜୁଆର । ଯାହାକୁ ନେଇ ଆଜି ସଚେତନ କରାଇଛି ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ । ସାଗର ମିତ୍ରଙ୍କ ଦ୍ବାରା ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର କରାଯାଇ ପାରାଦୀପର ମାଛଧରା ବନ୍ଦର ଓ ଷଣ୍ଢକୁଦ ବସ୍ତି ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଚଳିତ ମେ ମାସ ୫ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବାର ସମ୍ଭାବନା ରହିଛି । ଯାହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ ସୁଚନା ଜନହିତରେ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀ ମାନେ ସେମାନଙ୍କ ବୋଟ୍ ଓ ଡଙ୍ଗା ସବୁ କୁଳକୁ ଆଣିବା ସହିତ ସମୁଦ୍ର ମଧ୍ୟକୁ ନଯିବାକୁ ମଧ୍ୟ ବାରଣ କରାଯାଇଛି।

09- ଆଜି ସୁପର ସଣ୍ଡେରେ ସୁପର ମ୍ୟାଚ୍ । ଆଜି ଆଇପିଏଲରେ ଦୁଇଟି ମ୍ୟାଚ୍ ଖେଳାଯାଉଛି । ଅପରାହ୍ଣ ୩ ଟା ୩୦ ମିନିଟରୁ ଚେନ୍ନାଇ ସୁପରକିଙ୍ଗସକୁ ସହ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳ ଆରମ୍ଭ ହୋଇଛି । ସେହିପରି ସନ୍ଧ୍ୟା ୭ଟା ୩୦ ମିନିଟରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌସୁପର ଜାଏଣ୍ଟସ ।

10- ପାଣିପାଗ ବିଭାଗର ସୂଚନା ମୁତାବକ ଆଜିଠାରୁ ରାଜ୍ୟରେ ତାତିର ପ୍ରକୋପ କମିବ। ପାରଦ ୩ରୁ ୫ ଡିଗ୍ରୀ ଖସିବ। ଉପକୂଳ ଓଡି଼ଶା ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସୂଚନା ଅନୁସାରେ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟରେ ପ୍ରବେଶ ହେଉଥିବା ବେଳେ ବାୟୁ ଧିରେ ଧିରେ ଦୁର୍ବଳ ହେଉଛି। ସେପଟେ ରାଜ୍ୟକୁ ବଙ୍ଗୋପସାଗରରୁ ସାମୁଦ୍ରିକ ପବନ ଧିରେ ଧିରେ ବଢୁଛି। ଯେଉଁ କାରଣରୁ ରାଜ୍ୟରେ  ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଗାମୀ ୫ ଦି ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖ ପରେ ରାଜ୍ୟରେ ବର୍ଷା ବଢିବାର ସମ୍ଭାବନା ରହିଛି। 

Also Read- Guru Shukra Yuti: ବୃଷ ରାଶିରେ ଶୁକ୍ର ଏବଂ ବୃହସ୍ପତିଙ୍କ ମିଳନ, ୩ରାଶିକୁ ଧନ ଲାଭ

Also Read- Mercury Transit Impact: ମେଷ ରାଶିରେ ବୁଧ ଚଳନ, ପକାଇବ କି ପ୍ରଭାବ ? ଜାଣନ୍ତୁ