ଫକୀରମୋହନ ସେନାପତି ଥିଲେ ଗାନ୍ଧି ଚେତନାର ଅଗ୍ରଦୂତ: ଧର୍ମେନ୍ଦ୍ର ପ୍ରଧାନ
Advertisement
Article Detail0/zeeodisha/odisha1760210

ଫକୀରମୋହନ ସେନାପତି ଥିଲେ ଗାନ୍ଧି ଚେତନାର ଅଗ୍ରଦୂତ: ଧର୍ମେନ୍ଦ୍ର ପ୍ରଧାନ

New Delhi: ମହାତ୍ମାଗାନ୍ଧୀଙ୍କ ଖଦୀ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ବ୍ୟାସକବି ଫକୀର ମୋହନ (Fakir Mohan Senapati) ସେନାପତି ଲେଖନୀ ଚାଳନା ମାଧ୍ୟମରେ ଏହି ବିଷୟରେ ଜାଗୃତ କରିଥିଲେ । ଗୁରୁବାର ଦିନ ନୂଆଦିଲ୍ଲୀ ଠାରେ ମହାପ୍ରଭୁଙ୍କ ପବିତ୍ର ‘ସୁନାବେଶ’ ଅବସରରେ ଇଂରାଜୀ ପୁସ୍ତକ 'ଫକୀର ମୋହନ ସେନାପତି: ଦ ମେକିଂ ଅଫ ଆନ୍ ଅଥର'  ('Fakir Mohan: The Making of an Author' ) ର ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ସୌ(ସୋସିଆଲ ମିଡିଆ)

New Delhi: ମହାତ୍ମାଗାନ୍ଧୀଙ୍କ ଖଦୀ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ବ୍ୟାସକବି ଫକୀର ମୋହନ (Fakir Mohan Senapati) ସେନାପତି ଲେଖନୀ ଚାଳନା ମାଧ୍ୟମରେ ଏହି ବିଷୟରେ ଜାଗୃତ କରିଥିଲେ । ଗୁରୁବାର ଦିନ ନୂଆଦିଲ୍ଲୀ ଠାରେ ମହାପ୍ରଭୁଙ୍କ ପବିତ୍ର ‘ସୁନାବେଶ’ ଅବସରରେ ଇଂରାଜୀ ପୁସ୍ତକ 'ଫକୀର ମୋହନ ସେନାପତି: ଦ ମେକିଂ ଅଫ ଆନ୍ ଅଥର'  ('Fakir Mohan: The Making of an Author' ) ର ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଛନ୍ତି ଯେ, ବ୍ୟାସକବି ଫକୀର ମୋହନ ସେନାପତି ଗାନ୍ଧୀ ଚେତନାର ଅଗ୍ରଦୂତ ଥିଲେ । ମହାତ୍ମାଗାନ୍ଧୀଙ୍କ କହିଥିବା କଥାକୁ ବହୁ ପୂର୍ବରୁ ସେ ନିଜ ଲେଖନୀ ଚାଳନା ମାଧ୍ୟମରେ କହି ସାରିଥିଲେ । ୧୯୦୮ ମସିହାରେ ଫକୀରମୋହନ ତାଙ୍କ ‘ଅରଟ’ ପ୍ରବନ୍ଧରେ ଲୁଗାବୁଣା ଉପରେ ଗୁରୁତ୍ୱାରୋପ କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେ ଆଉ ମଧ୍ଯ କହିଛନ୍ତି ଯେ, ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନ ସେନାପତି ଥିଲେ ଜଣେ ମହାନ୍ ଜନନାୟକ ତଥା ଓଡ଼ିଆ ଭାଷା ଆନ୍ଦୋଳନର ପ୍ରମୁଖ ପୁରୋଧା । ବର୍ତ୍ତମାନ ସମୟର ଅତ୍ୟାଧୁନିକ ବିଷୟ ଯଥା ଅତ୍ୟାଧୁନିକ ବିଜ୍ଞାନ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭଳି ବିଷୟକୁ ସେ ଦେଢ଼ ଶହ ଶହେ ବର୍ଷ ପୂର୍ବରୁ କଳ୍ପନା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ନେତୃତ୍ୱରେ ଦେଶରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ପାଖାପାଖି ଶହେ ବର୍ଷ ପୂର୍ବରୁ ଫକୀରମୋହନ ସେନାପତିଙ୍କ ଦ୍ୱାରା କରାଯାଇଥିବା କଳ୍ପନାକୁ ଜାତୀୟ ଶିକ୍ଷା ନୀତିରେ ବାସ୍ତବର ରୂପ ଦିଆଯାଇଛି । ଡଃ. ଦେବେନ୍ଦ୍ର କୁମାର ଦାଶ ଓ ଡଃ. ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ, ବିଦ୍ୟାପୁରୀ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ, ଉକ୍ତ ପୁସ୍ତକରେ ସମଗ୍ର ଭାରତୀୟ ସାହିତ୍ୟରେ ଫକୀର ମୋହନଙ୍କ ଅବଦାନ କେତେ ସ୍ୱତନ୍ତ୍ର ତାହା ଉପରେ ଆଲୋକପାତ କରାଯାଇଛି । ସ୍ୱାଗତ ଭାଷଣ ପ୍ରଦାନ କରି ପ୍ରବାସୀ ଓଡ଼ିଆ ବିକାଶ ସମିତିର ସଭାପତି ସୂର୍ଯ୍ୟନାରାୟଣ ମିଶ୍ର  ଆଜିର ସମାଜରେ ଫକୀର ମୋହନଙ୍କ ସାହିତ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ I ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସାଂସଦ ଭର୍ତ୍ତୃହରି ମହତାବ (Bhartruhari Mahtab) କହିଥିଲେ ଯେ, ସେ ସମୟର ସାମାଜିକ ଘଟଣାବଳୀକୁ ବ୍ୟାସକବି ସାହିତ୍ୟରେ ନିଖୁଣ ରୂପ ଦେଇଥିଲେ ।  ତାଙ୍କ କଲମର ସ୍ପର୍ଶ ପାଇ ଚରିତ୍ରମାନ ଜୀବନ୍ତ ହୋଇ ଉଠୁଥିଲେ। ସାହିତ୍ୟ ସୃଜନୀରେ ପ୍ରୟୋଗ ଓ ଶବ୍ଦ ଚାତୁରୀ ପାଇଁ ଫକୀର ମୋହନ ଚିରଦିନ ଅମର ରହିବେ ବୋଲି ସାଂସଦ ମହତାବ କହିଥିଲେ I

Also Read-Adharapana 2023: କାହିଁକି ଓ କିପରି ହୁଏ ମହାପ୍ରଭୁଙ୍କ ଅଧରପଣା ନୀତି, କ’ଣ ରହିଛି ଏହା ପଛର ପୌରାଣିକ କଥା

Also Read-ସୁନାବେଶ ବେଳେ ଅଘଟଣ: ଅଣନିଶ୍ବାସୀ ହୋଇ ଯୁବତୀ ମୃତ, ସେପଟେ ଭକ୍ତଙ୍କ ଉପରକୁ ହଠାତ୍ ମାଡ଼ି ଆସିଲା ଆମ୍ବୁଲାନ୍ସ

ଉତ୍ସବରେ ସଭାପତିତ୍ୱ କରି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ସଚିବ ତଥା ବିଶିଷ୍ଟ କବି ଡଃ. ଅମରେନ୍ଦ୍ର ଖଟୁଆ (Amarendra khatua) କହିଥିଲେ ଯେ, ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ଥିଲେ ଫକୀର ମୋହନ । ସାହିତ୍ୟ ମାଧ୍ୟମରେ ଅତ୍ୟନ୍ତ ଶାଣିତ ଢଙ୍ଗରେ ସମାଜିକ ସମସ୍ୟାକୁ ନିଖୁଣ ଭାବରେ ପଷ୍ପଫୁଟିତ କରିଥିଲେ I ଏହି କାର୍ଯ୍ୟକ୍ରମରେ ପିଓଭିଏସର ସାଧାରଣ ସମ୍ପାଦିକା ବିଜୟା ନବମୀ, ଚିନ୍ମୟ ମହାନ୍ତି ଓ ଡଃ ପ୍ରକାଶ ସାହୁ ମଞ୍ଚ ପରିଚାଳନା କରିଥିଲେ।