Women’s T20 World Cup 2024 ପାଇଁ ଆଇସିସି ଜାରି କଲା କାର୍ଯ୍ୟସୂଚୀ, ଜାଣନ୍ତୁ କେଉଁ ଗ୍ରୁଫରେ ରହିଛି ଭାରତ
Advertisement
Article Detail0/zeeodisha/odisha2235516

Women’s T20 World Cup 2024 ପାଇଁ ଆଇସିସି ଜାରି କଲା କାର୍ଯ୍ୟସୂଚୀ, ଜାଣନ୍ତୁ କେଉଁ ଗ୍ରୁଫରେ ରହିଛି ଭାରତ

Women’s T20 World Cup 2024 full Schedule: ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୪ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏଥର ଟୁର୍ଣ୍ଣାମେଣ୍ଟର ବାଂଲାଦେଶରେ ଆୟୋଜନ ହେବାକୁ ଯାଉଛି।

 

Women’s T20 World Cup 2024 full Schedule

Women’s T20 World Cup 2024 Schedule: ଆଜି ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୪ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏଥର ବାଂଲାଦେଶ ଟି-୨୦ ବିଶ୍ୱକପ ଆୟୋଜନ କରୁଛି। ଏହି ଟୁର୍ଣ୍ଣାମେଣ୍ଟକୁ ଦୁଇଟି ଗ୍ରୁଫରେ ବିଭକ୍ତ କରାଯାଇଛି। ଗ୍ରୁପ୍ ଏରେ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ଦଳ ସ୍ଥାନିତ ହୋଇଛି। ଏହା ବ୍ୟତୀତ ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଦଳକୁ ଗ୍ରୁପ୍ ବିରେ ସ୍ଥାନିତ କରାଯାଇଛି।

୩ ଅକ୍ଟୋବରରୁ ଆରମ୍ଭ ହେବ ମହିଳା ଟି-୨୦ ବିଶ୍ୱକପ୍
ମହିଳା ଟି-୨୦ ବିଶ୍ୱକପ ୨୦୨୪ ଅକ୍ଟୋବର ୩ ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଢାକାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ସମସ୍ତ ଦଳ ନିଜ ନିଜ ଗ୍ରୁପରେ ୪ଟି ଲେଖାଁଏ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ୨୦ ଅକ୍ଟୋବରରେ ଖେଳାଯିବ।

ମହିଳା ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଗ୍ରୁଫ୍
ଗ୍ରୁପ୍ ଏ- ଭାରତ, ଅଷ୍ଟ୍ରେଲିଆ, ପାକିସ୍ଥାନ, ନ୍ୟୁଜିଲ୍ୟାଣ୍ଡ, କ୍ୱାଲିଫାୟର-୧
ଗ୍ରୁପ୍ ବି- ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍, କ୍ୱାଲିଫାୟର୍-୨

fallback

ବିଶ୍ୱକପରେ ଟିମ୍ ଇଣ୍ଡିଆ ମ୍ୟାଚର କାର୍ଯ୍ୟସୂଚୀ 
ଭାରତୀୟ ମହିଳା କ୍ରିକେଟ୍ ଦଳ ଅକ୍ଟୋବର ୪ରେ ମହିଳା ଟି-୨୦ ବିଶ୍ୱକପ ୨୦୨୪ ରେ ନିଜର ଅଭିଯାନ ଆରମ୍ଭ କରିବ। ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ସହିତ ହେବ। ଏହା ପରେ ଟିମ୍ ଇଣ୍ଡିଆର ଦ୍ୱିତୀୟ ମ୍ୟାଚ୍ ୬ ଅକ୍ଟୋବରରେ ପାକିସ୍ତାନ ସହିତ ହେବ। ଏହା ପରେ ଭାରତୀୟ ଦଳ ୯ ଅକ୍ଟୋବରରେ କ୍ୱାଲିଫାୟର-୧ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ୧୩ ଅକ୍ଟୋବରରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବ।