BJP Sankalp Patra 2024: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ 'ସଂକଳ୍ପ ପତ୍ର' ଜାରି କଲା ବିଜେପି, ଦେଇଛି ଏସବୁ ପ୍ରତିଶୃତି
Advertisement
Article Detail0/zeeodisha/odisha2235708

BJP Sankalp Patra 2024: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ 'ସଂକଳ୍ପ ପତ୍ର' ଜାରି କଲା ବିଜେପି, ଦେଇଛି ଏସବୁ ପ୍ରତିଶୃତି

Odisha BJP Sankalp Patra: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି।

 

BJP Sankalp Patra 2024

Odisha BJP Sankalp Patra: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। କୃଷକ, ଯୁବ ପିଢି଼, ମହିଳା ଓ ଗରିବ ବର୍ଗଙ୍କ ପାଇଁ ଏହି ଇସ୍ତାହାରକୁ ସମର୍ପିତ କରାଯାଇଛି। ଏଥିରେ ୨୧ ପ୍ରସ୍ତାବ ପାରିତ ହୋଇଛି। ଏହି ସମୟରେ ରାଜ୍ୟ ବିଜେପି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବରିଷ୍ଠ ନେତା ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ। 

ଓଡ଼ିଶା ପାଇଁ ସଂକଳ୍ପ ପତ୍ର ଉନ୍ମୋଚନ କରିବା ଅବସରରେ ଜେପି ନଡ୍ଡା କହିଛନ୍ତି, "ଗତ ୧୦ ବର୍ଷରେ ରାଜନୀତିର ସଂସ୍କୃତି ବଦଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ରାଜନୀତିର ସଂସ୍କୃତି ବଦଳିଛି। ନିର୍ବାଚନୀ ଇସ୍ତାହାରର ଗରିମା, ମହତ୍ୱ ବଢ଼ି ଯାଇଛି। ପୂର୍ବ ସରକାର ସମୟରେ ଇସ୍ତାହାର ଏକ ଦେଖାଣିଆ ଥିଲା। ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ସେମାନେ ଭୁଲି ଯାଉଥିଲେ। ଏବେ ମୋଦି ସରକାରଙ୍କ ସଂକଳ୍ପ ‘ଯାହା କହିଛୁ, କରି ଦେଖାଇଛୁ’। ଅର୍ଥାତ ଯାହା କହିଛୁ କରିଛୁ, ଯାହା କହୁଛୁ, ନିଶ୍ଚିତ କରି ଦେଖାଇବୁ।"

ବିଜେପି ସଂକଳ୍ପ ପତ୍ରରେ ମୁଖ୍ୟ ବିନ୍ଦୁ (Odisha BJP Sankalp Patra 2024)

୧ - ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି । ୧୮ ମାସ ଭିତରେ ଚିଟଫଣ୍ଡ ସ୍କାମରେ ଅଟକି ଥିବା ଟଙ୍କା ଫେରସ୍ତ ପାଇଁ ପ୍ରତିଶ୍ରୁତି ।
୨ - ଧାନ କ୍ୱିଣ୍ଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି । ଡିବିଟି ଜରିଆରେ ୪୮ ଘଣ୍ଟା ଭିତରେ କୃଷକମାନଙ୍କୁ ଅର୍ଥ ହସ୍ତାନ୍ତର କରିବାକୁ ପ୍ରତିଶ୍ରୁତି ।
୩ - ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ସଙ୍କଳ୍ପ ପତ୍ରରେ ଉଲ୍ଲେଖ । ଏହାଦ୍ୱାରା ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର ପାଇବେ । ଯାହା ଦୁଇ ବର୍ଷ ଭିତରେ ଖର୍ଚ୍ଚ କରାଯାଇପାରିବ ।
୪ - ରାଜ୍ୟ ବାହାରେ ରହୁଥିବା ଓଡିଶା ବ୍ୟକ୍ତି ବିଶେଷଙ୍କ କଲ୍ୟାଣ ପାଇଁ ସମସ୍ତ ମେଟ୍ରୋ ସହରରେ ଓଡିଆ ସମୁଦାୟ ଭବନ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ।
୫ - ୨୦୨୭ ସୁଦ୍ଧା ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ପ୍ରତିଶ୍ରୁତି ।
୬ - ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ବିଜେପିର ପ୍ରତିଶ୍ରୁତି ।
୭ - ୭୫ ହଜାର କିଲୋମିଟର ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ କରିବାକୁ ପ୍ରତିଶ୍ରୁତି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ତଥା ଜିଲ୍ଲା ସଦର ପରିକ୍ରମାକୁ ରାଜ୍ୟ ରାଜଧାନୀ ସହ ଯୋଡିବାକୁ ଲକ୍ଷ୍ୟ ।
୮ - ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି
୯ - ଓଡିଆରେ ଆଇନ୍, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରିବାକୁ ରାଜ୍ୟ ବିଜେପିର ଘୋଷଣା ।
୧୦ - ୧.୫ ଲକ୍ଷ ଖାଲି ପଦବୀ ପୂରଣ କରିବାକୁ ପ୍ରତିଶ୍ରୁତି । ପ୍ରଥମ ୨ ବର୍ଷ ଭିତରେ ୬୫ ହଜାର ପୂରଣ କରିବାକୁ ଲକ୍ଷ୍ୟ ।
୧୧ - କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଆରମ୍ଭ ହେବ କେନ୍ଦୁପତ୍ର ତୋଳାଳୀ କଲ୍ୟାଣ ଯୋଜନା
୧୨ - ପିଏମ୍ ଆବାସ୍ ଯୋଜନାରେ ୧୫ ଲକ୍ଷ ଘର ଗୃହହୀନଙ୍କୁ ଯୋଗାଇବାକୁ ସଙ୍କଳ୍ପ । ୪୦ ହଜାର ସର୍ବସାଧାରଣ ସ୍ଥାନରେ ଏବଂ ୨୬ ଲକ୍ଷ ଗୃହକର୍ତ୍ତାଙ୍କୁ ଜଳ ଯୋଗାଣ ଲକ୍ଷ୍ୟ ।
୧୩ - ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ । ରତ୍ନ ଭଣ୍ଡାର ଖୋଲି ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତିର ତାଲିକା ପ୍ରସ୍ତୁତ । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ପ୍ରତିଶ୍ରୁତି ।
୧୪ - ବୁଣାକାରଙ୍କ ଜୀବିକାକୁ ଉନ୍ନତ କରିବାକୁ ପ୍ରତିଶ୍ରୁତି । ରାଜ୍ୟରେ ବୟନଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ।
୧୫ - ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମିକମାନଙ୍କୁ ୫ ଲକ୍ଷ ଟଙ୍କାର ବୀମା କଭର ।
୧୬ - କ୍ଷମତାକୁ ଆସିବାର ଶହେ ଦିନ ଭିତରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି । ବାର୍ଷିକ ୮ ଲକ୍ଷରୁ କମ୍ ରୋଜଗାର କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ମିଳିବ ଏହି ସୁବିଧା ।
୧୭ - ବିଦ୍ୟାଳୟରେ ଡ୍ରପ୍ ଆଉଟ୍ ରୋକିବାକୁ ଜନଜାତି ଛାତ୍ରଛାତ୍ରୀଙ୍କୁ ଶହିଦ୍ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ୫ ହଜାର ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା ।
୧୮ - ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟମାନଙ୍କୁ ୩ ହଜାର ଟଙ୍କା ମାସିକ ପେନସନ୍ ପ୍ରଦାନ କରିବାକୁ ପ୍ରତିଶ୍ରୁତି । ୮୦ ପ୍ରତିଶତ ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ ୮୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୩୫୦୦ ଟଙ୍କାର ପେନସନ୍ ଦେବାକୁ ପ୍ରତିଶ୍ରୁତି ।
୧୯ - ମିଶନ ସ୍ୱାସ୍ଥ୍ୟ ଓଡିଶାରେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୬ ହଜାର ନୂତନ ଶଯ୍ୟାର ବ୍ୟବସ୍ଥା । ୧୦୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟସ୍ୱାସ୍ଥ୍ୟ କନ୍ଦ୍ରେକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଭାବେ ଉନ୍ନତ କରିବାକୁ ପ୍ରତିଶ୍ରୁତି । ପ୍ରତ୍ୟେକ ଜିଲ୍ଲାରେ ଏକ ନର୍ସିଂ କଲେଜ, ଏକ ମେଡିକାଲ କଲେଜ ଏବଂ ଏକ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ।
୨୦ - ଓଡିଶାକୁ ଦେଶର ତୃତୀୟ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ରାଜ୍ୟ ତାଲିକା ମଧ୍ୟରେ ସ୍ଥାନିତ କରିବାକୁ ପ୍ରତିଶ୍ରୁତି ।
୨୧ - ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଇବାକୁ ପ୍ରତିଶ୍ରୁତି ।