Road Accident: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା କାର୍ ,ଘଟଣାସ୍ଥଳରେ ୫ ମୃତ
Advertisement
Article Detail0/zeeodisha/odisha2235088

Road Accident: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା କାର୍ ,ଘଟଣାସ୍ଥଳରେ ୫ ମୃତ

Road Accident: ଏ-ମିତିବି ଆସେ ମୃତ୍ୟୁ।  କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଘରକୁ ଫେରିବା ବାଟରେ ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା କାର୍। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

Road Accident: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା କାର୍ ,ଘଟଣାସ୍ଥଳରେ ୫ ମୃତ

Road Accident: ଏ-ମିତିବି ଆସେ ମୃତ୍ୟୁ।  କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଘରକୁ ଫେରିବା ବାଟରେ ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା କାର୍। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍। ଉତ୍ତରାଖଣ୍ତର ମସୁରୀ-ଡେରାଡୁନ୍ ମଧ୍ୟରେ ଥିବା ଝଡିପନି ରୋଡରେ ଏ-ହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ  ଜଣେ ଯୁବତୀ ଥିବା ବେଳେ ୪ ଜଣ ଯୁବକ ରହିଛନ୍ତି। ସମସ୍ତ ମୃତକ କଲେଜ୍ ଛାତ୍ରଛାତ୍ରୀ ବୋଲି ସୂଚନା ମିଳିଛି।

Also read: Indian Army: ଅନନ୍ତନାଗରେ ବଡ଼ ଦୁର୍ଘଟଣା, ଘାଇକୁ ଖସି ପଡ଼ିଲା ସେନାର ଗାଡି, ଜଣେ ସୈନିକ ସହିଦ; ୯ ଆହତ

ସୂଚନା ଅନୁସାରେ, ଶନିବାର ଦିନ  ଡେରାଡୁନର ଆଇଏମଏସ କଲେଜ ୬ ଜଣ ଛାତ୍ରଛାତ୍ରୀ ଏକ କାର ଯୋଗେ  ମସୁରୀ ବୁଲିବା ପାଇଁ ଆସିଥିଲା। ବୁଲାବୁଲି କରି ସାରିବା ପରେ, ଘରକୁ ସେହି କାର୍ ଯୋଗେ ଫେରୁଥିଲେ।  କିନ୍ତୁ ଘରକୁ ଫେରିବା ସମୟରେ ନିୟନ୍ତ୍ରଣ ହରାଇ କାର୍ ଖାଇକୁ ଖସି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗାଡି ଘାଇରେ ପଡିଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ହୋଇଥିଲା। କିନ୍ତୁ ଉଦ୍ଧାରକାରୀ ଦଳ ସାହାର୍ଯ୍ୟରେ ପୋଲିସ୍ କାର୍ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହିତ ମୃତକଙ୍କୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ଏବଂ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।