Mangal Gochar 2024: ଶନିଙ୍କ ରାଶିରେ ମଙ୍ଗଳ ଚଳନ, ଏହି ରାଶି ରୁହନ୍ତୁ ସତର୍କ
Advertisement
Article Detail0/zeeodisha/odisha2148523

Mangal Gochar 2024: ଶନିଙ୍କ ରାଶିରେ ମଙ୍ଗଳ ଚଳନ, ଏହି ରାଶି ରୁହନ୍ତୁ ସତର୍କ

Mangal Gochar 2024: ଜୋତିଷଶାସ୍ତ୍ର ଅନୁଯାୟୀ, ନବଗ୍ରହ ମଧ୍ୟରେ ମଙ୍ଗଳ ଗ୍ରହକୁ ଯୋଦ୍ଧାର ମାନ୍ୟତା ଦିଆଯାଇଛି । ଆପଣ ଜାଣିରଖିବା ଉଚିତ୍ ଯେ, ମାର୍ଚ୍ଚ ୧୫ ତାରିଖରେ ମଙ୍ଗଳ କୁମ୍ଭ ରାଶିରେ ପ୍ରବେଶ କରିବେ । ଯାହାଦ୍ୱାରା ବିଭିନ୍ନ ରାଶି ଉପରେ ବିଭିନ୍ନ ପ୍ରକାରର ପ୍ରଭାବ ପଡିବ ।

Mangal Gochar 2024: ଶନିଙ୍କ ରାଶିରେ ମଙ୍ଗଳ ଚଳନ, ଏହି ରାଶି ରୁହନ୍ତୁ ସତର୍କ

Mangal Gochar 2024 in Kumbh Rashi: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳ ଗ୍ରହଙ୍କୁ ଗ୍ରହମାନଙ୍କ ମଧ୍ୟରେ ସେନାପତି ଭାବେ ବିବେଚନା କରାଯାଇଥାଏ । ମଙ୍ଗଳଙ୍କ ପ୍ରଭାବ ବିଭିନ୍ନ ରାଶି ଉପରେ ଉଭୟ ସକରାତ୍ମକ ଏବଂ ନକାରାତ୍ମକ ଭାବରେ ପଡିଥାଏ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ମାର୍ଚ୍ଚ ୧୫ ତାରିଖ ଦିନ ମଙ୍ଗଳ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିବାକୁ ଯାଉଛନ୍ତି । ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ କିଛି ରାଶିକୁ ଅତ୍ୟନ୍ତ ଶୁଭ ଫଳ ଦେଉଥିବା ସମୟରେ କିଛି ରାଶି ସତର୍କ ହେବାର ଆବଶ୍ୟକତା ରହିଛି । ମଙ୍ଗଳଙ୍କ ପ୍ରଭାବରୁ କିଛି ରାଶି କ୍ଷେତ୍ରରେ ଅର୍ଥନୈତିକ ସମସ୍ୟା ଉପୁଜିପାରେ । ଆସନ୍ତୁ ଜାଣିବା, ମଙ୍ଗଳ ଚଳନ କାରଣରୁ କେଉଁ ରାଶିର ବ୍ୟକ୍ତି ସତର୍କ ହେବା ଆବଶ୍ୟକ ।

ବୃଷ ରାଶି
ମଙ୍ଗଳ ଚଳନ କାରଣରୁ ବୃଷ ରାଶିର ବ୍ୟକ୍ତିବିଶେଷମାନେ ସତର୍କ ରହିବା ଉଚିତ । ଏହି ସମୟ ମଧ୍ୟରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ହୋଇପାରନ୍ତି । ଅଯୋଥା ଖର୍ଚ୍ଚଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ । ଏହା ବ୍ୟତୀତ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ମଧ୍ୟ ଉପୁଜିପାରେ । କର୍ମକ୍ଷେତ୍ରରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଚାକିରି ବଦଳାଇବାର ନିଷ୍ପତ୍ତି ନେଇପାରନ୍ତି । କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ବଢିବ । ଚାକିରି ଖୋଜୁଥିବା ଲୋକଙ୍କୁ ହୁଏତ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ । ସ୍ୱାସ୍ଥ୍ୟର ଉପଯୁକ୍ତ ଯନ୍ତ୍ର ନିଅନ୍ତୁ । ପିଠି କିମ୍ବା ଅଣ୍ଟା ଜନିତ ଯନ୍ତ୍ରଣା ଭୋଗିପାରନ୍ତି ।

କର୍କଟ ରାଶି
ମଙ୍ଗଳ ଗ୍ରହର ଚଳନର କୁପ୍ରଭାବ ଆପଣଙ୍କ କ୍ଷେତ୍ରରେ ରହିଛି । ଆପଣ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ ନିଜ ପିଲାମାନଙ୍କ କଥା ଅଧିକ ଭାବିବେ । କର୍ମକ୍ଷେତ୍ରରେ ଆଶାନୁରୁପକ ଫଳାଫଳ ପାଇବେନାହିଁ । ଅଧିକ ଚାପଗ୍ରସ୍ତ ହୋଇପାରନ୍ତି । ଆପଣ ଯୁକ୍ତିତର୍କଠାରୁ ଦୂରରେ ରହିବା ଆବଶ୍ୟକ । ପାରିବାରିକ ଜୀବନରେ ମଧ୍ୟ ସମସ୍ୟା ଉପୁଜିପାରେ । ଆର୍ଥିକ କାରବାରରେ ସତର୍କ ରୁହନ୍ତୁ ।

ତୁଳା ରାଶି
ତୁଳା ରାଶିର ସମସ୍ତ ବ୍ୟକ୍ତି ବିଶେଷ ସତର୍କ ରହିବା ନିତ୍ୟାନ୍ତ ଆବଶ୍ୟକ । ଏହି ଅବଧିରେ ବ୍ୟବସାୟ କ୍ଷେତ୍ରରେ କିଛି ଉତ୍ଥାନ-ପତନ ହୋଇପାରେ । ଆପଣ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ । ଆପଣ ସକାରାତ୍ମକ ରହିବାକୁ ଚେଷ୍ଟା କରନ୍ତ୍ତୁ । ସନ୍ତାନଙ୍କ ପାଇଁ ଚିନ୍ତାରେ ପଡିପାରନ୍ତି । ସତର୍କତାର ସହ ଟଙ୍କା ଖର୍ଚ୍ଚ କରନ୍ତୁ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- ମୟୂରଭଞ୍ଜରେ ଚର୍ଚ୍ଚା, ଏକାଥରେ ଅସୁସ୍ଥ ହେଲେ ୨୪୦ ଶିକ୍ଷକ !

Also Read- Budh Gochar 2024: ବୁଧଙ୍କ ଚଳନ ପ୍ରଭାବ, ୪ ରାଶିକୁ ବଡ଼ ଚ୍ୟାଲେଞ୍ଜ୍, ହୋଇପାରେ ଧନ କ୍ଷୟ