Mangal Gochar 2024: ଚମକିବ ୭ଟି ରାଶିର ଭାଗ୍ୟ, ଏହିଦିନ ମଙ୍ଗଳ କରିବେ ରାଶି ପରିବର୍ତ୍ତନ
Advertisement
Article Detail0/zeeodisha/odisha2234774

Mangal Gochar 2024: ଚମକିବ ୭ଟି ରାଶିର ଭାଗ୍ୟ, ଏହିଦିନ ମଙ୍ଗଳ କରିବେ ରାଶି ପରିବର୍ତ୍ତନ

Mangal Gochar 2024: ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଯେ, ଯେତେବେଳେ ମଙ୍ଗଳ ରାଶିର ସଠିକ ସ୍ଥାନରେ ରୁହନ୍ତି ସେତେବେଳେ ସବୁକିଛି ଶୁଭ ହୋଇଥାଏ । ମଙ୍ଗଳ ଗ୍ରହଙ୍କୁ ଗ୍ରହମାନଙ୍କର ସେନାପତି ଭାବେ ବିବେଚନା କରାଯାଇଥାଏ । ମଙ୍ଗଳ ଖୁବ୍ ଶୀଘ୍ର ମୀନରୁ ବାହାରକୁ ଯାଇ ମେଷ ରାଶିରେ ଚଳନ କରିବେ । ଏହାର ପ୍ରଭାବ କେମିତି ରହିବ ଜାଣନ୍ତୁ...

Mangal Gochar 2024: ଚମକିବ ୭ଟି ରାଶିର ଭାଗ୍ୟ, ଏହିଦିନ ମଙ୍ଗଳ କରିବେ ରାଶି ପରିବର୍ତ୍ତନ

Mangal Gochar 2024: ଗ୍ରହମାନଙ୍କର ସେନାପତି ମଙ୍ଗଳ ଆମ ମାନଙ୍କ ଜୀବନ ସହିତ ଜଡିତ ବୋଲି ଜ୍ୟୋତିର୍ବିଦ ମାନେ କହିଥାନ୍ତି । ମଙ୍ଗଳ ଯାନବାହନ, ସାହସ ଏବଂ ଶକ୍ତି ସହ ଜଡିତ ଥାଆନ୍ତି । ରାଶିରେ ମଙ୍ଗଳଙ୍କ ସ୍ଥାନ ସଠିକ ଥିଲେ ସବୁକିଛି ଶୁଭ ହୋଇଥାଏ । ମଙ୍ଗଳଙ୍କପ ମେଷ ଏବଂ ବିଛା ରାଶିର ଆରାଧ୍ୟ ବୋଲି କୁହାଯାଇଥାଏ । ମକର ରାଶି ହେଉଛି ମଙ୍ଗଳଙ୍କର ଉଚ୍ଚ ରାଶି ଏବଂ କର୍କଟ ହେଉଛି ନିଚ୍ଚ ରାଶି । ମଙ୍ଗଳ ଗ୍ରହଙ୍କ ରାଶିର ପରିବର୍ତ୍ତନ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥାଏ ।  ୨୦୨୪ ମସିହା ଜୁନ ୧ ଅପରାହ୍ମ ୩ଟା୫୧ ସମୟରେ ମଙ୍ଗଳ ରାଶି ପରିବର୍ତ୍ତନ କରି ମେଷ ରାଶିରେ ଚଳନ କରିବେ । ଏହି ଚଳନ ବିଶେଷକରି ୭ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା, ସେହି ରାଶି ଗୁଡିକ କଣ କଣ ଏବଂ ସେମାନଙ୍କ ଉପରେ କି ପ୍ରଭାବ ପଡିବ ।

ମେଷ ରାଶି
ମଙ୍ଗଳ ଚଳନ ଆପଣଙ୍କ କ୍ଷେତ୍ରରୋ ଅତ୍ୟନ୍ତ ସକରାତ୍ମକ ହେବା ସହ ଶୁଭଫଳ ଆଣିଦେବ । ଧାର୍ମିକ ସାମଗ୍ରୀର ବ୍ୟବସାୟରେ ଜଡିତ ଲୋକମାନେ ଭଲ ଲାଭ ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବା ସହ ସ୍ଥାନ ପରିବର୍ତ୍ତନର ସମ୍ଭାବନା ରହିଛି ।

କର୍କଟ ରାଶି
ମଙ୍ଗଳ ଗ୍ରହଙ୍କ ପ୍ରଭାବରୁ ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ହେବାକୁ ଯାଉଛି। ଖାଦ୍ୟ ଏବଂ ରାସାୟନିକ ସାମଗ୍ରୀ ବ୍ୟବସାୟୀମାନେ ବିପୁଳ ଲାଭ କରିବେ । ବିଭିନ୍ନ ସୁତ୍ରରୁ ଟଙ୍କା ଆସିବ । ଡାକ୍ତରୀ ବୃତ୍ତି ସହିତ ଜଡିତ ବ୍ୟକ୍ତି ଉଭୟ ଧନ ଏବଂ ସମ୍ମାନ ପାଇବେ । ବିଦେଶ ଯିବାର ସମ୍ଭାବନା ରହିଛି ।

ସିଂହ ରାଶି
ଆପଣଙ୍କ ଜୀବନରେ ସୁଖଦ ଖବର ଆଣିବ ଏହି ରାଶି ପରିବର୍ତ୍ତନ । ଆପଣଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ । ଚାକିରି, ବ୍ୟବସାୟ, ଶିକ୍ଷା, ବୃତ୍ତି, ପାରିବାରିକ ଜୀବନ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି ହେବ । ଆୟ ବୃଦ୍ଧି ପାଇବା ସହ ନୂତନ ଆୟର ଉତ୍ସ ଖୋଲିବ ।

ତୁଳା ରାଶି
ମଙ୍ଗଳଙ୍କ ଚଳନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ଆପଣଙ୍କୁ ନୂଆ ଦାୟିତ୍ୱ ମିଳିବ । ପୈତୃକ ସମ୍ପତ୍ତିରୁ ଆୟ ବୃଦ୍ଧି ପାଇବ । ଯାନ ଏବଂ ପରିବହନ ବ୍ୟବସାୟ ସହିତ ଜଡିତ ବ୍ୟକ୍ତି ବିପୁଳ ଲାଭ କରିବେ । ପାରିବାରିକ ସମର୍ଥନ ଆପଣଙ୍କ ଉପରେ ରହିବ ।

ବିଛା ରାଶି
ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାର ସମ୍ଭାବନା ରହିଛି । ରିଅଲ୍ ଇଷ୍ଟେଟ୍ ବ୍ୟବସାୟ ସହିତ ଜଡିତ ଲୋକମାନେ ଭଲ ଆର୍ଥିକ ଲାଭ ପାଇବେ । ସହଭାଗୀତାରେ ଚାଲୁଥିବା ବ୍ୟବସାୟରୁ ଭଲ ଅର୍ଥ ଉପାର୍ଜନ କରିବେ । ଛାତ୍ରମାନଙ୍କ କ୍ୟାରିଅରରେ ଏକ ନୂତନ ଏବଂ ସକରାତ୍ମକ ମୋଡ଼ ଆସିପାରେ । ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ ରାଶି
ଆପଣଙ୍କ ପାଇଁ ମଙ୍ଗଳଙ୍କ ସକରାତ୍ମକ ପ୍ରଭାବ ରହିଛି । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବାର ସମ୍ଭାବନା ସୃଷ୍ଟି କରୁଛି । କୌଣସି ସୁତ୍ରରୁ ମୋଟା ଅଙ୍କର ଟଙ୍କା ମିଳିପାରେ । ବଡ଼ ଭାଇଙ୍କ ସାହାଯ୍ୟରେ ନୂଆ କାମ ଆରମ୍ଭ କରିପାରନ୍ତି । ଘରର ମୂଳଦୁଆ ପକାଇବା ତଥା ନୂଆ ଘର ନିର୍ମାଣ ପାଇଁ ଏହା ହେଉଛି ଉପଯୁକ୍ତ ସମୟ ।

କୁମ୍ଭ ରାଶି
ମଙ୍ଗଳ ଗ୍ରହ ଚଳନ ଆପଣଙ୍କ ଜୀବନରେ ସଫଳତା ଆଣିଦେବ । ଛାତ୍ରମାନେ ଭଲ ବେତନ ସହିତ ଏକ ଭଲ କମ୍ପାନୀରେ କ୍ୟାମ୍ପସ୍ ଚୟନ ମାଧ୍ୟମରେ ଯୋଗଦେବେ । ଅଫିସ୍ ଖର୍ଚ୍ଚରେ ବିଦେଶ ଯିବାର ସମ୍ଭାବନା ମିଳିବ । ଟଙ୍କା ଏବଂ ଉପହାର ପାଇବାର ସମ୍ଭାବନା ରହିଛି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- ଦମଦାର ହେବ ନିର୍ବାଚନ ପ୍ରଚାର, ଆସନ୍ତାକାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ

Also Read- Saptahik Rashifal: ୬ ମଇରୁ ୧୨ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ