Advertisement
trendingPhotos2233652
photoDetails1hindi

VK Pandian: ବଢ଼ୁଛି ଭି.କେ ପାଣ୍ଡିଆନଙ୍କ ଲୋକପ୍ରିୟତା, ପାଣ୍ଡିଆନଙ୍କ ରୋଡ୍‌ ସୋ’ରେ ହଜାର ହଜାର ଲୋକ ସାମିଲ

  ଶୁକ୍ରବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା(Bhabanipatana)ରେ ରୋଡ୍‌ ସୋ’ କରିଛନ୍ତି ବିଜେଡି(BJD)ର ଷ୍ଟାର୍‌ ପ୍ରଚାରକ ଭି.

1/6

ଶୁକ୍ରବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା(Bhabanipatana)ରେ ରୋଡ୍‌ ସୋ’ କରିଛନ୍ତି ବିଜେଡି(BJD)ର ଷ୍ଟାର୍‌ ପ୍ରଚାରକ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କ। ଏଥିରେ ହଜାର ହଜାର ଲୋକ ସାମିଲ ହୋଇ ବିଜେଡିକୁ ସମର୍ଥନ ଜଣାଇଛନ୍ତି।

2/6

ପାଣ୍ଡିଆନ ହେଲିକପ୍ଟରରେ ଆସି ଭବାନୀପାଟଣା ସହରର ପୁଲିସ ରିଜର୍ଭ ପଡ଼ିଆରେ ଅବତରଣ କରିଥିଲେ। ସେଠାରେ ଦଳୀୟ ପଦାଧିକାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ। ପରେ କଲେଜ ଛକଠାରୁ ରୋଡ୍‌ ସୋ’ ଆରମ୍ଭ କରିଥିଲେ। 

3/6

ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଅନୁରୋଧ କରିଥିଲେ ପାଣ୍ଡିଆନ।

4/6

ରୋଡ୍‌ ସୋ’ରେ ଜଗନ୍ନାଥ ମନ୍ଦିରକୁ ଯାଇ ଦିଅଁଙ୍କ ଦର୍ଶନ କରିଥିଲେ। ଘୋଡ଼ାଘାଟ ଛକ, ଜେଲ୍‌ ଛକ ଓ  ନକଟିଗୁଡ଼ା ଛକରେ ଗାଡ଼ି ଉପରେ ପାଣ୍ଡିଆନ୍‌ ଭୋଟ୍‌ ଭିକ୍ଷା କରିଥିଲେ। 

5/6

ବାଣ, ରୋଷଣି ଓ ଫୁଲ ଦ୍ୱାରା ବିଭିନ୍ନ ସ୍ଥାନରେ ସ୍ୱାଗତ କରିବା ସହ ପାଣ୍ଡିଆନଙ୍କୁ ବିଭିନ୍ନ ସ୍ଥାନରେ ଲୋକେ ଦାବିପତ୍ର ମଧ୍ୟ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା।

6/6

ବିଜେଡି(BJD)ର କର୍ମୀମାନେ ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକଙ୍କ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ।

ट्रेन्डिंग फोटोज़